Movie prime

ସତରେ କଷ୍ଟ କରୁଥିବା ଲୋକ ଦିନେ ନା ଦିନେ ସଫଳ ହୁଏ, ସିକ୍ୟୁରିଟି ଗାର୍ଡ ର ଝିଅ ହେଲା ବିଦେଶ ରେ ଗ୍ରାଜୁଏଟ

 
Ujj
ବର୍ତମାନ ଏକ ଖୁସି ଖବର ସାମ୍ନାକୁ ଆସିଛି।ଜଣେ ସିକ୍ୟୁରିଟି ଗାର୍ଡ ଙ୍କ ଝିଅ ସଫଳତା ହାସଲ କରିଛନ୍ତି।ବିଦେଶ ମାଟି ରେ ବାପାଙ୍କୁ ଗର୍ବିତ କରିଛି ଝିଅ।ବାପାଙ୍କୁ ତାତ୍ସଲ୍ୟ କରୁଥିବା ଲୋକଙ୍କୁ ଉଚିତ ଜବାବ ଦେଇଛନ୍ତି।
ସ୍ନାତକ ଡିଗ୍ରୀ ହାସଲ କରିବା ସମସ୍ତଙ୍କ ଜୀବନ ରେ ଏକ ବିଶେଷ ମୁହୂର୍ତ୍ତ ହୋଇଥାଏ।ଆଉ ଏହି ଦିନ ସମସ୍ତଙ୍କର ଅତି ପ୍ରିୟ ଦିନ ହୋଇଥାଏ।ଦୀର୍ଘ ବର୍ଷ ରୁ ଏହି ଦିନ କୁ ସମସ୍ତ ଛାତ୍ରଛାତ୍ରୀ ମାନେ ଅପେକ୍ଷା କରି ରହିଥାନ୍ତି। 
Yjj
ଖାସ କରି ପିତା ମାତା ଙ୍କ ସାମ୍ନା ରେ ଡିଗ୍ରୀ ହାସଲ କରିବା ସର୍ବଦା ସ୍ଵତନ୍ତ୍ର ହୋଇଥାଏ।କାରଣ ପିତା ମାତା ନିଜ ପିଲା ମାନଙ୍କ ସଫଳତା ରେ ପ୍ରମୁଖ ଭୂମିକା ଗ୍ରହଣ କରିଥାନ୍ତି।ତେବେ ଏବେ କିଛି ଦିନ ହେଲା ସୋସିଆଲ ମିଡ଼ିଆ ରେ ଏକ ଭିଡିଓ ଖୁବ୍ ଭାଇ ରାଲ୍ ହେବାରେ ଲାଗିଛି।
ଯାହାକୁ ନେଇ ବିଜନେସ ମ୍ୟାନ ଠାରୁ ଆରମ୍ଭ କରି ବଲିଉଡ ତାରକା ମଧ୍ୟ ଏହାକୁ ସେୟାର କରିବା ସହିତ ପ୍ରଶଂସା କରିଛନ୍ତି।ଜଣେ ଗ୍ରାଜୁଏଟ ଝିଅର ଭିଡିଓ ଏବେ ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଛି।ସେଥିରେ ଜଣେ ସୁରକ୍ଷା କର୍ମୀ ତାଙ୍କ ଝିଅ କୁ ବିମାନ ବନ୍ଦର କୁ ଛାଡ଼ିବାକୁ ଯାଉଛନ୍ତି।
Hhh
ଆଉ ଏହି ସମୟରେ ବାପା ଝିଅକୁ ବିଦାୟ ଦେଉଥିବା ବେଳେ ଉଭୟଙ୍କ ଆଖିରେ ଲୁହ ଭରି ଯାଉଛି।ତେବେ ଏହା ପରେ ଝିଅଟି ବିଦେଶ କୁ ଯାଇ ସମ୍ମାନିତ ହୋଇଥିବା ଦେଖିବାକୁ ମିଳିଛି।ତେବେ ସେ ଯୁବତୀ ଜଣଙ୍କ ହେଉଛନ୍ତି ଧନଶ୍ରି।ଆଉ ତାଙ୍କ ବାପା ଜଣେ ସିକ୍ୟୁରିଟି ଗାର୍ଡ ଅଟନ୍ତି।
କଷ୍ଟ କରି ଝିଅକୁ ପାଠ ପଢ଼ାଇବା ସହିତ ବିଦେଶ କୁ ପଠାଇ ଥିଲେ।ଯାହାପାଇଁ ଝିଅ ଆଜି ଗ୍ରାଜୁଏଟ ହୋଇ ପାରିଛି ।ଏହି ସଫଳତା ହାସଲ କରିବା ପରେ ସେ ଏହାର ଶ୍ରେୟ କେବଳ ତାଙ୍କ ବାପାଙ୍କୁ ହିଁ ଦେଇଛନ୍ତି।
ଆଉ କହିଛନ୍ତି ଯେ ତାଙ୍କ ବାପା ବିଶ୍ୱାସ କରି ଥିବାରୁ ଧନ୍ୟବାଦ ଜଣାଇଛନ୍ତି।ଆଉ ସେହି ମାନଙ୍କ ମୁହଁ କୁ ଚୁପ୍ କରାଇ ଦେଇଛି ଯେଉଁ ମାନେ ତାଙ୍କ ବାପାଙ୍କୁ ତାତ୍ସଲ୍ୟ କରୁଥିଲେ।ଏହା ଦେଖି ଦର୍ଶକ ମାନେ ବେଶ ଖୁସି ହୋଇଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.