Movie prime

ରହସ୍ୟମୟ ଭାରତୀୟ ଦେବୀ ମନ୍ଦିର ଦେଖନ୍ତୁ ଏହି ମନ୍ଦିରରେ ପୂଜା ପାଆନ୍ତି ହଜାର ହଜାର ମୂଷା ଏବଂ ମୂଷା ମାନଙ୍କ ଅଇଁଠା ପ୍ରସାଦ ପାଆନ୍ତି ଭକ୍ତ ଜାଣନ୍ତୁ କାହିଁକି

 
Yy
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।
ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। କେତେବେଳେ ଏହି ସୋସିଆଲ ମିଡ଼ିଆ ସମାଜ ଉପରେ ଭଲ ପ୍ରଭାଵ ପକାଉଛି ତ ଆଉ କେତେବେଳେ ଏହା ସମାଜ ଉପରେ ମଧ୍ଯ ଖରାପ୍ ପ୍ରଭାଵ ପକାଉଛି। 
6y
ବନ୍ଧୁଗଣ ଭାରତରେ ଅନେକ ରହସ୍ୟମୟ ମନ୍ଦିର ରହିଛି। ଅନେକ ରହସ୍ୟ ଲୁଚି ରହିଥିଲେ ବି ସେଠାରେ ବିଭିନ୍ନ ଦେବାଦେବୀଙ୍କୁ ପୂଜା କରାଯାଏ। କିନ୍ତୁ ଏହାବ୍ୟତୀତ ଦେଶରେ ଆହୁରି ଏମିତି ଅନେକ ସ୍ଥାନ ରହିଛି ଯେଉଁଠି ଦେବାଦେବୀଙ୍କୁ ନୁହେଁ, ଅନ୍ୟ ଜିନିଷକୁ ପୂଜା କରାଯାଏ।
ସେହିଭଳି ଏକ ମନ୍ଦିର ହେଉଛି କରଣୀମାତାଙ୍କ ମନ୍ଦିର। ଏଠାରେ ମୂଷା ମାନଙ୍କୁ ପୂଜା କରାଯାଏ। ଭାରତରେ ଏପରି ରହସ୍ୟମୟୀ ମନ୍ଦିର ରହିଛି, ଯେଉଁଠାରେ ପୂଜା ପାଇଥାନ୍ତି ମୂଷା। ଏଠାରେ ମୂଷାଙ୍କୁ ନ ମାରି ସୁରକ୍ଷିତ ଭାବେ ରଖାଯାଇ ପୂଜା କରାଯାଇଥାଏ। 
ମୂଷା ମାନଙ୍କୁ ପୂଜା କରିବା ସହିତ ସେମାନଙ୍କୁ ଖାଇବାକୁ ବିଭିନ୍ନ ଶସ୍ୟ ଏବଂ ଭୋଗ ଓ ପିଇବା ପାଇଁ କ୍ଷୀର ମଧ୍ୟ ପ୍ରଦାନ କରାଯାଇଥାଏ। ଏହି ବିଚିତ୍ର ମନ୍ଦିର ରହିଛି ରାଜସ୍ଥାନରେ। ବିକାନେର ଜିଲ୍ଲା ଅନ୍ତର୍ଗତ କରଣି ମାତାଙ୍କ ମନ୍ଦିରରେ ମୂଷାମାନଙ୍କୁ ପୂଜା କରାଯାଇଥାଏ।
Tt
ଏବେ ଏହି ମନ୍ଦିରରେ ରହିଛନ୍ତି ୨୦ ହଜାରରୁ ଅଧିକ ମୂଷା।ହେଲେ ଏହି ମୂଷାଗୁଡିକ କେବେବି ମନ୍ଦିର ପରିଦର୍ଶନ କରିବାକୁ ଆସୁଥିବା ଶ୍ରଦ୍ଧାଳୁଙ୍କୁ କିଛି ବି କ୍ଷତି ପହଞ୍ଚାଇ ନଥାନ୍ତି। ସବୁଠାରୁ ବଡ଼ କଥା ହେଉଛି ମନ୍ଦିରରେ ଏତେ ସଂଖ୍ୟାରେ ମୂଷା ରହିଥିଲେ ମଧ୍ୟ ସେମାନଙ୍କ ଯୋଗୁଁ କୌଣସି ଦୁର୍ଗନ୍ଧ ହେଉନାହିଁ। 
ଏଠାରେ ଠାକୁରଙ୍କ ପାଖରେ ଲାଗି ହେଇଥିବା ପ୍ରସାଦକୁ ପ୍ରଥମେ ମୂଷାମାନଙ୍କୁ ଖାଇବାକୁ ଦିଆଯାଇଥାଏ। ମୂଷାମାନେ ଖାଇସାରିବା ପରେ ସେହି ପ୍ରସାଦକୁ ଲୋକେ ଖାଇଥାନ୍ତି। ମୂଷା ମାନଙ୍କ ଅଇଁଠା ଖାଇବା ପରେ ମଧ୍ୟ ଆଜି ପର୍ୟ୍ୟନ୍ତ କୌଣସି ଭକ୍ତଙ୍କର ସ୍ଵାସ୍ଥ୍ୟ ଗତ ସମସ୍ୟା ଦେଖାଯାଇନାହିଁ।
ଏହି ବିଚିତ୍ର ମନ୍ଦିର ଆରାଧ୍ୟ ଦେବୀ ହେଉଛନ୍ତି ମା କରଣି। ଲୋକମାନେ ମା କରଣିଙ୍କୁ ଜଗଦମ୍ବାଙ୍କ ଅବତାର ମନେ କରିଥାନ୍ତି। ଏଠାରେ ଯେଉଁ ଭକ୍ତ ଆସି ତା’ର ମନର କଥା କହିଥାଏ ତାହା ପୂର୍ଣ ହୁଏ ବୋଲି ମଧ୍ୟ ବିଶ୍ଵାସ ରହିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.