Movie prime

ସରକାରୀ ଚାକିରୀ ର ମୁଲ୍ୟ ବୁଝୁ ନାହାନ୍ତି ସ୍କୁଲ ଦିଦି ଦେଖନ୍ତୁ କେମିତି କରୁଛନ୍ତି କାର୍ଯ୍ୟରେ ଅବହେଳା

 
Special Report
ନମସ୍କାର ଦର୍ଶକ ବନ୍ଧୁ। ବନ୍ଧୁଗଣ ଆଜି ପୁଣି ଏକ ନୂଆ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାର ଦେଖିବାକୁ ମିଳିଛି। ସରକାରୀ ନିୟମକୁ ଭାଙ୍ଗୁଛନ୍ତି ସ୍କୁଲ୍ ଦିଦି। ସ୍କୁଲ୍ ଦିଦିମାନେ ତାଙ୍କ ଇଚ୍ଛା ହେଲେ ସ୍କୁଲ ଖୋଲୁଛନ୍ତି ନହେଲେ ନାହିଁ। ପାଠ ପଢିବା ପାଇଁ ଗଛ ମୂଳେ ଅପେକ୍ଷା କରୁଛନ୍ତି ପିଲା। ଏହି ଘଟଣାଟି ହଉଛି ପୁରୀ ଜିଲ୍ଲା ଅସ୍ଥରଙ୍ଗପୁର ବ୍ଲକ ପୁରୁଣା ପଞ୍ଚାୟତ ପୋଦା ସାହି ପ୍ରାଥମିକ ବିଦ୍ୟାଳୟର ଦୃଶ୍ୟ । ଆପଣ ମାନେ ଏହି ଭିଡ଼ିଓଟି ରେ ଦେଖୁଥିବେ କେମିତି ପିଲା ମାନେ ପାଠ ପଢ଼ିବା ପରିବର୍ତ୍ତେ ଗଛ ମୂଳରେ ବସିରହି ସମୟ ବିତାଉଛନ୍ତି। 
ପାଠ ପଢିବା ପାଇଁ ସ୍କୁଲ ସାମ୍ନା ରେ ଅପେକ୍ଷା କଲେଣି ପିଲା ହେଲେ ମାଷ୍ଟରଙ୍କ ଦେଖା ନାହିଁ। ତେଣୁ କେତେବେଳେ ସାର ଆସିବେ ସେ ସମୟକୁ ଅପେକ୍ଷା କରି ବସିଛନ୍ତି ପିଲା। ତେଣୁ ପାଠ ନପଢ଼ି ଏମିତି ସାର୍ ଙ୍କୁ ଅନେଇ ବସିଛନ୍ତି ପିଲା। ବେଳେ ବେଳେ ସ୍ଥିତି ଏମିତି ହେଉଛି ଯେ ପିଲା ମାନେ ପାଠ ନପଢି ମଧ୍ୟ ଘରକୁ ସେମିତି ଫେରିଯାଇଛନ୍ତି। ସରକାରଙ୍କ ନିୟମ ଅନୁସାରେ ଅଙ୍ଗନୱାଡ଼ି କେନ୍ଦ୍ର ସକାଳ ୯ଟା ରେ ଖୋଲିବା କଥା କିନ୍ତୁ ତାହା ବି ଖୋଲୁ ନାହିଁ ଠିକ୍ ସମୟରେ। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ ଏ ଦୃଶ୍ୟ କେବଳ ଆଜିର ନୁହେଁ କି କାଲିର ନୁହେଁ।
ପ୍ରତିଦିନ ଏହି ସ୍କୁଲକୁ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ ଡେରିରେ ଆସନ୍ତି, ଆଉ ପିଲା ମାନଙ୍କ ପାଠ ପଢ଼ାରେ ଅନେକ କ୍ଷତି ହେଉଛି। ଏହି ବିଦ୍ୟାଳୟରେ ପାଞ୍ଚଟି ଶ୍ରେଣୀ ପାଇଁ ଜଣେ ପ୍ରଧାନ ଶିକ୍ଷୟତ୍ରୀ ଓ ଜଣେ ପ୍ରଧାନ ସହକାରୀ ଶିକ୍ଷକ ନିଯୁକ୍ତି ପାଇଛନ୍ତି। ହେଲେ କେହି ଜଣେ ଶିକ୍ଷୟତ୍ରୀ ଓ ଶିକ୍ଷକ ଠିକ୍ ସମୟରେ ସ୍କୁଲ୍ ଆସନ୍ତି ନାହିଁ। ଗୁରୁତ୍ଵପୂର୍ଣ୍ଣ ଘଟଣାଟି ହେଉଛି ଛାତ୍ର ଓ ଛାତ୍ରୀ ମାନଙ୍କୁ ପଚରାଉଚରା କରିବା ସମୟରେ ପ୍ରଧାନ ଶିକ୍ଷୟତ୍ରୀ ପ୍ରତିମା ଦେଇ ଓ ସହକାରୀ ଶିକ୍ଷକ ଅଶୋକ ସାମଲ ତରତର ହୋଇ ୧୦ଟା ୨୦ରେ ସ୍କୁଲ୍ ଆସି ଗେଟ୍ ଖୋଲିଥିଲେ। 
ଆଉ କ୍ୟାମେରା ଦେଖି ଶିକ୍ଷକ ଓ ଶିକ୍ଷୟତ୍ରୀ ଦୁଇଜଣ ହଡବଡ ହେଇଯାଇଥିଲେ। ପ୍ରଧାନ ଶିକ୍ଷୟତ୍ରୀ ଜଣକ ପ୍ରତିକ୍ରିୟା ଦେଇଛନ୍ତି ଯେ ରାସ୍ତା ରେ ଆସିବା ବେଳେ କାଦୁଅରେ ପଡିଯିବାରୁ ଟିକେ ଡେରି ହେଇଗଲା। ଏହି ଘଟଣା ପ୍ରତ୍ୟେକ ଦିନ ଦେଖିବାକୁ ମିଳୁଛି ବୋଲି ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ଲୋକେ। ଏନେଇ ବ୍ଲକ୍ ଶିକ୍ଷା ଅଧିକାରୀଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନଥିଲା। ଅଙ୍ଗନୱାଡି କେନ୍ଦ୍ର ବନ୍ଦ ଥିବା ଘଟଣାର ତଦନ୍ତ କରି କାଯ୍ୟାନୁଷ୍ଠାନ ନିଆଯିବ ବୋଲି ସିଡିପିଓ କହିଛନ୍ତି।