Movie prime

ଅଚାନକ ଝିଅ ପାଇଁ ଭାଙ୍ଗିଲା ବାହାଘର...ବର କହିଲା ମୁ ଏବେ ମୋ ଜୀବନ ଶେଷ କରିବି..

 
Gh
ବର୍ତମାନ ଏକ ଆଶ୍ଚର୍ଯ୍ୟ କରିଦେବା ଭଳି ଘଟଣା ସାମ୍ନାକୁ ଆସିଛି।ପୁଣିଥରେ ଝିଅ ପାଇଁ ଭାଙ୍ଗି ଗଲା ବାହାଘର।ଧୁମ୍ ଧାମରେ ବାହାଘର ଚାଲିଥିଲା।କିନ୍ତୁ ସେହି ଝିଅ ପାଇଁ ବାହାଘର ଚାଲିଥିବା ସମୟରେ ପଶି ଆସିଥିଲେ ପୋଲିସ।
ବେଦୀ ସଜା ହୋଇଥିଲା, ତେଣ୍ଟ ମଧ୍ୟ ବନ୍ଧା ହୋଇଥିଲା।ଆଉ ଭୋଜି ରେ ଅନେକ ପ୍ରକାରର ଖାଇବା ହୋଇଥିଲା।କିନ୍ତୁ ବେଦୀ ଉପରୁ କନିଆଁ ବେଶ ହୋଇଥିବା ଝିଅ କୁ ପୋଲିସ ଧରି ନେଇଥିଲେ।
Bh
କନିଆଁ ଘର ଆଗରେ ଚାଲିଛି ଝିଅ ଘର ଲୋକେ ଏବଂ ପୋଲିସ ଭିତରେ ଠେଲାପେଲା।ବର ଏବଂ ବର ଘରର ଲୋକମାନେ ମଧ୍ୟ ବାହାଘର ପାଇଁ ରାଜି ଥିଲେ।ଏମିତିକି କନିଆଁ ଏବଂ କନିଆଁ ଘର ଲୋକେ ମଧ୍ୟ ରାଜି ଥିଲେ।
ଶୁଣିବାକୁ ମିଳୁଛି ଯେ ଏହି ବର କନିଆଁ ଦୁଇ ଜଣ ଭଲ ପାଇ ବିବାହ କରିଥିଲେ।କିନ୍ତୁ ଝିଅର ବୟସ ମାତ୍ର ୧୭ ବର୍ଷ ହୋଇଥିଲା।ଯୁବତୀ ଜଣଙ୍କ ନାବାଳିକା ଥିଲେ।ସେଥିପାଇଁ ଧୁମ୍ ଧାମରେ ହେଉଥିବା ବାହାଘର କୁ ପୋଲିସ ଆସି ଅଧାରୁ ଭାଙ୍ଗି ଦେଲେ।
Bb
ବରଯାତ୍ରୀ ଆସି ଭୋଜି ଖାଇଥିଲେ ଆଉ କିଛି ସମୟ ପରେ କନିଆଁ ତାଙ୍କ ଶାଶୁ ଘର କୁ ଯାଇଥାନ୍ତେ।କିନ୍ତୁ ଏଭଳି ଘଟଣା ଘଟିଗଲା।ସମ୍ବଲପୁର ଜିଲ୍ଲା ଦାମରା ବ୍ଲକ ସଗରା ଗ୍ରାମରେ ଏମିତି କିଛି ଘଟଣା ଘଟି ଯାଇଛି।
ସଗରା ଗାଁ ରେ ଜଣେ ୧୭ ବର୍ଷୀୟ ଝିଅ ରାଜଗାଙ୍ଗପୁର ର ଜଣେ ଯୁବକଙ୍କୁ ଭଲ ପାଉଥିଲେ।ପୁଅ ଏବଂ ଝିଅ ଉଭୟ ପକ୍ଷ ରାଜି ହୋଇ ରବିବାର, ମାର୍ଚ୍ଚ ୩ ତାରିଖ ଦିନ ବାହାଘର ହେବାର ସ୍ଥିର ହୋଇଥିଲା।
କିନ୍ତୁ ପୋଲିସ ଖବର ପାଇ ସେଠାରେ ଆସି ପହଞ୍ଚି ଥିଲେ।ପରିସ୍ଥିତି କୁ ପୋଲିସ ଆୟତ କରିବା ସହିତ ଅଧିକାରୀ ମାନଙ୍କ ସୁରକ୍ଷା ଦେଇ ଗୋଟିଏ ଘର ଭିତର କୁ ନେଇ ସେମାନଙ୍କ ଭିତରେ ଆଲୋଚନା ହୋଇଥିଲା।
ଯାହାଫଳରେ ନାବାଳିକା ଯୁବତୀ ଙ୍କ ବୟସ ୧୮ ବର୍ଷ ନ ହେବା ଯାଏଁ ବାହାଘର ହୋଇପାରିବ ନାହିଁ ଏବଂ ଉଭୟ ପୁଅ ଝିଅ ପରସ୍ପର କୁ ଛାଡି ଅନ୍ୟ କେଉଁଠି ବାହା ହୋଇପାରିବେ ନାହିଁ ବୋଲି ଲିଖିତ ପ୍ରତିଶ୍ରୁତି ମଧ୍ୟ ଦିଆ ଯାଇଥିଲା।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.