Movie prime

ସ୍ବାମୀ ଉପରେ ବିରକ୍ତି ହେଇ ଝିଅ ନେଇଗଲା ଛାଡ଼ପତ୍ର..ବର ରୋଷଣୀ କରି ଝିଅ କୁ ପାଛୋଟି ଆଣିଲା ବାପା..

 
Nj
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଘର ଆଗରେ ବାଜା ବାଜୁଥିଲା ଆଉ ଲୋକ ମାନଙ୍କର ଗହଳି ମଧ୍ୟ ଲାଗିଥିଲା। ଝିଅ ମଧ୍ୟ ଲାଲ ରଙ୍ଗର ଡ୍ରେସ ସହ ହାତରେ ଓଢଣା ଧରି ଠିଆ ମଧ୍ୟ ହୋଇଥିଲା।
ଯାହାକୁ ଦେଖିଲେ ଲାଗୁଥାଏ କି ସତେ ଯେମିତି ଝିଅଟି ବାହା ହୋଇ ଶାଶୁ ଘରକୁ ଯିବାକୁ ବାହାରିଛି। ହେଲେ ସେଠାରେ ନା କେହି ବର ଥିଲେ ନା କେହି ବରଯାତ୍ରୀ। ହେଲେ ବାଜା ବାଣ ରୋଷଣୀ ଧରି ଏହି ଝିଅ ସହ ବାପା ଜଣକ ଯାହା କିଛି କରିଥିଲେ ତାକୁ ଶୁଣିଲେ ଆପଣଙ୍କ ହୋସ ଉଡ଼ିଯିବ।
Hh
ଘରେ ଆଗରେ ବାଜା ବାଣ ର ମହୋଲ ଲାଗିଥିଲା। ଆଉ ଲୋକ ମାନଙ୍କ ଗହଳି ମଧ୍ୟ ଜମି ରହିଥିଲା। ହେଲେ ଏଠାରେ ଝିଅ ବିଦା ହୋଇ ନିଜର ଶାଶୁ ଘରୁ ବାପ ଘରକୁ ଫେରୁଥିଲା।
ଦିନେ ଯେଉଁ ଝିଅ ବାହା ହୋଇ ଶାଶୁ ଘରକୁ ଆସିଥିଲା ମଥାରେ ହାତେ ଲମ୍ବର ଯେଉଁ ନାଲି ଓଢାଣି କୁ ଟାଣି ଥିଲା ଆଜି ସେହି ଓଢ଼ଣି କୁ ଶଶୁର ଘର ଗେଟ୍ ଉପରେ ଝୁଲାଇ ଦେଇ ଚାଲି ଆସିଥିଲା ଏହି ଝିଅ ଜଣକ।
ଏହା ପଛର କାରଣ ଏବେ ସମସ୍ତେ ଜାଣିବାକୁ ଚାହୁଁଛନ୍ତି। ମିଳିଥିବା ଖବର ଅନୁସାରେ ୨୦୧୬ ମସିହାରେ ଏହି ବ୍ୟକ୍ତି ଜଣକ ତାଙ୍କର ଏକମାତ୍ର ଝିଅକୁ ବାହାଘର କରାଇ ଥିଲେ।
Jj
ହେଲେ ବାହାଘରର କିଛି ମାସ ପର୍ଯ୍ୟନ୍ତ ଯାଇଛି କି ନାହିଁ ଶାଶୁ ଘର ଲୋକେ ଝିଅ ଉପରେ ଅତ୍ୟାଚାର କରିବା ଆରମ୍ଭ କରି ଦେଇଥିଲେ। ଆଉ ସବୁବେଳେ ଯୌତୁକ ବାବଦକୁ ପୁଳା ପୁଳା ଟଙ୍କା ଦାବୀ କରି ତାଙ୍କୁ ମାଡ଼ ମାରି ଲହୁ ଲୁହାଣ କରି ଦେଉଥିଲେ।
ପୂର୍ବରୁ ଅନେକ ଥର ନିଜ ପରିବାର ଲୋକଙ୍କୁ ଏହି ଯୁବତୀ ଜଣକ ସବୁକଥା ଜଣାଇ ଥିଲେ।ହେଲେ ଝିଅର ବାପ ଘର ଲୋକେ ସମାଜର ଲୋକଙ୍କୁ ଡରି ଦୀର୍ଘ ୮ ବର୍ଷ ଧରି ଝିଅର ଏପରି ଅବସ୍ଥା କୁ ସହି ଆସୁଥିଲେ।
ଆଉ ଶାଶୁ ଘର ଲୋକଙ୍କ ଦାବୀ ଅନୁସାରେ ତାଙ୍କୁ ଟଙ୍କା ବଢାଇ ଦେଉଥିଲେ। ଏହାପରେ ଏତେଦିନ ଏସବୁ ସହିଲା ପରେ ଝିଅର ଛାଡ଼ପତ୍ର ଫାଇଲ କରିଥିଲେ ଓ ଛାଡ଼ପତ୍ର ପରେ ବାଜା ବାଣ ରୋଷଣୀ ସହ ଝିଅ କୁ ପୁଣି ଘରକୁ ଫେରାଇ ନେଇଥିଲେ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.