Movie prime

ବିନା ୱାରେଣ୍ଟ ରେ ଚଢାଉ କରିବାକୁ ଆସିଥିବା ଅବକାରୀ ପୋ-ଲି-ସ କୁ ବାନ୍ଧି ଅଟକେଇ ଦେଲେ ଗାଁ ଲୋକେ..

 
Hh
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବିନା ସର୍ଚ୍ଚ ୱାରେଣ୍ଟ ରେ ଚୋରା ମଦ ଧରିବାକୁ ଆସି ସସ୍ପେଣ୍ଡ ହେଲେ ଅବକାରୀ ବିଭାଗର ଅଫିସର। ଅଭିଯୋଗ ପରେ ଘଟଣା ସ୍ଥଳରେ ପହଞ୍ଚି ଅବକାରୀ ବିଭାଗର ଏହି କର୍ମଚାରୀ ଙ୍କୁ ପୋଲିସ ଗିରଫ କରିଛି।
ବାଲେଶ୍ଵର ଜିଲ୍ଲାର ଜଳେଶ୍ବର ଗ୍ରାମର ଲେଙ୍କା ତୋଟା ଗ୍ରାମରେ ଏଭଳି ଏକ ଅଭାବନୀୟ ଘଟଣା ଘଟି ଯାଇଛି। କୌଣସି ସୂତ୍ରରୁ ଏକ ଭୁଲ୍ ଖବର ପାଇ ହଠାତ୍ ଜଣେ ଅବସର ପ୍ରାପ୍ତ ପୋଲିସ ଅଧିକାରୀ ଙ୍କ ଘରେ ପଶି ଯାଇଥିଲେ ଅବକାରୀ କର୍ମଚାରୀ ମାନେ।
Bn
ଅବକାରୀ ବିଭାଗର ଏଭଳି ଭାବରେ ମାନମାନିକୁ ନେଇ ସ୍ଥାନୀୟ ଅଞ୍ଚଳରେ ଏବେ ଅସୋନ୍ତୋଷ ଦେଖା ଦେଇଛି। ପର୍ଶୁରାମ ପରିଡ଼ାଙ୍କ ଘର ଆଗରେ ହଠାତ୍ ଲାଗିଥିଲା ଏହି ଅବକାରୀ ବିଭାଗଙ୍କ ଗାଡ଼ି।
ସେମାନେ ଦଳ ଦଳ ହୋଇ ଗାଡିରୁ ଓହ୍ଲାଇ ପଡିଥିଲେ। ସେହି ଘରେ ଦୁଇ ଭାଇ ଘର ଦୁଆର ମୁହଁରେ ବସିଥିବା ବେଳେ ଅବକାରୀ ବିଭାଗର କର୍ମଚାରୀ ମାନେ ତାଙ୍କ ଘରେ ଗେଟ୍ ଖୋଲି ପଶିବା ପାଇଁ ଚେଷ୍ଟା କରିଥିଲେ।
କଣ ହୋଇଛି ବୋଲି ପଚାରିବାକୁ ସେମାନେ କହିଥିଲେ କି ତାଙ୍କ ବାଡ଼ିରେ ଚୋରା ମଦ ଅଛି ବୋଲି। ଏହାପରେ କିଛି ଅବକାରୀ ବିଭାଗର କର୍ମଚାରୀ ମାନେ ପର୍ଶୁରାମ ଙ୍କ ଘରେ ପଶି ଯାଇଥିଲେ।
Nj
ଏହାପରେ ଆଉ କିଛି ତାଙ୍କର ବାଡ଼ି ଭିତରକୁ ମଧ୍ୟ ଯାଇଥିଲେ। ସେ ନିଜକୁ ଜଣେ ଅବସର ପ୍ରାପ୍ତ ପୋଲିସ କର୍ମଚାରୀ ବୋଲି ପରିଚୟ ଦେଇଥିଲେ। ପର୍ଶୁରାମ ଓ ତାଙ୍କର ଭାଇଙ୍କ କଥା ଶୁଣି ନଥିଲେ ଏହି ଅବକାରୀ ବିଭାଗର କର୍ମଚାରୀ ମାନେ।
ଏକ ମିଛ ଖବର କୁ ନେଇ ବିନା ସର୍ଚ୍ଚ ୱାରେଣ୍ଟ ରେ କିଭଳି ଜଣେ ଭଦ୍ର ଲୋକଙ୍କ ଘରେ ପଶି ଯାଇଥିଲେ ଅବକାରୀ ବିଭାଗର କର୍ମଚାରୀ ତାହାକୁ ନେଇ ପୋଲିସ କୁ ଫୋନ କରି ଜଣାଇ ଥିଲେ ପର୍ଶୁରାମ।
ଏହାପରେ ପୋଲିସ ଆସିବା ପର୍ଯ୍ୟନ୍ତ ସେଠାରେ ସେମାନଙ୍କୁ ଅଟକ ରଖିଥିଲେ। ଶେଷରେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଉଭୟ ପକ୍ଷକୁ ବୁଝା ସୁଝା କରିବା ସହ ଅଟକ ଅବକାରୀ ଟିମ କୁ ସେଠାରୁ ନେଇ ଯାଇଥିଲା।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.