Movie prime

ଲୋକ ମାନଙ୍କୁ ରୋଗ ରେ ପକେଇବାକୁ କରିଥିଲା ପ୍ଲାନ୍...ଲଙ୍କା ଆଚାର ରେ ବିଷ ମିଶେଇ କରିଥିଲା ଏମିତି

 
Gg
ବର୍ତମାନ ଏପରି ଏକ ଘଟଣା ସାମ୍ନାକୁ ଆସିଛି ଯାହାକୁ ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ।ଭଡା ଘର ଭିତରେ ଚାଲିଥିଲା ବେପାର।ସେପଟେ କେହି କିଛି ଜାଣି ନଥିବା ବେଳେ କେଜାଣି କେତେ ଦିନ ରୁ ଭଡା ଘର ଭିତରେ ଚାଲିଥିଲା ଖେଳ।
ଘର ଭଡ଼ା ନିଆ ଯାଇଥିଲା।ଆଉ ମାସକୁ ମାସ ଘର ର ଭଡ଼ା ମଧ୍ୟ ଦିଆ ଯାଉଥିଲା।ହେଲେ କେହି ଜାଣି ନଥିଲେ ଯେ ସେହି ଭଡ଼ା ଘର ଭିତରେ କଣ ହେଉଥିଲା।
Gy
ସବୁଦିନ ଭଡ଼ା ଘର ଭିତରକୁ ଲୋକମାନେ ଯିବା ଆସିବା କରୁଥିଲେ।ଆଉ ଅନେକ ସମୟରେ ଏହି ଘର ଭିତରୁ ବାହାର କୁ ମାଲ୍ ମଧ୍ୟ ସପ୍ଲାଏ ହେଉଥିଲା।ହେଲେ ଆଜି ସେହି ଘରର ସବୁ ଖେଳ ପଦା ରେ ପଡ଼ି ଯାଇଥିଲା।
ଘର ଭଡ଼ା ଭିତରେ ଚାଲିଥିଲା ଆଚାର।ଆଚାର ତିଆରି ପାଇଁ ସମସ୍ତ ସାମଗ୍ରୀ ଆସିଥିଲା। ପ୍ୟାକିଂ ପାଇଁ ମେସିନ ମଧ୍ୟ ରହିଥିଲା।ହେଲେ ଆପଣମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ବିଭିନ୍ନ କମ୍ପାନୀ ର ନାଆଁ ରେ ଭଡ଼ା ଘରେ ଚାଲିଥିଲା ନକଲି ଆଚାର ପ୍ରସ୍ତୁତି।
Gg
ଆଉ ସେହି ଆଚାର କୁ ନେଇ ଲୋକ ଙ୍କ ପାଖରେ ବିକ୍ରି କରୁଥିଲେ ସେହି ନକଲି ବ୍ୟବସାୟୀ।କେବଳ ସେତିକି ନୁହେଁ ନକଲି ଆଚାର ଉପରେ ନାମୀଦାମୀ ଆଚାର କମ୍ପାନୀ ର ଷ୍ଟିକର ଲଗାଇ ଚଢ଼ା ମୂଲ୍ୟ ରେ ବିକ୍ରି ମଧ୍ୟ କରୁଥିଲେ।ଗଞ୍ଜାମ ଜିଲ୍ଲାର ବଡ଼ ବଜାର ଅଞ୍ଚଳ ର ବଡ଼ ବ୍ୟବସାୟୀ ଙ୍କ କଥା କୁହାଯାଇଛି।
ତେବେ ଗତ ସନ୍ଧ୍ୟା ରେ ବଡ଼ ବଜାର ଥାନା ପୋଲିସ ଏବଂ ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ସ୍ଥାନୀୟ ପାଣିଗ୍ରାହୀ ପେଣ୍ଠ ରେ ଥିବା ଏକ ଆଚାର ଫ୍ୟାକ୍ଟ୍ରି ରେ ଚଢାଉ କରି ବିପୁଳ ପରିମାଣର ନକଲି ଆଚାର ଏବଂ ଡବା ଜବତ କରିଥିବା ଜଣାପଡିଛି।
ବଡ଼ ବଜାର ଥାନା ଅନ୍ତର୍ଗତ ପାଣିଗ୍ରାହୀ ପେଣ୍ଠ ବ୍ରଜ ନଗର ରେ ଥିବା ଏକ ଭଡ଼ା ଘରେ ଅନେକ ଦିନ ହେବ ନକଲି ଆଚାର ଫ୍ୟାକ୍ଟ୍ରି ଚାଲୁଥିବା ପୋଲିସ କୁ ଖବର ମିଳିଥିଲା।ଏହାପରେ ଚଢ଼ାଉ କରାଯାଇଥିଲା।
ସେଠାରୁ ବିଭିନ୍ନ କମ୍ପାନୀ ନାମରେ ଡବା ରେ ଭର୍ତ୍ତି ହୋଇଥିବା ୧୫୦ ରୁ ଅଧିକ ଆଚାର ଡବା ଜବତ କରାଯାଇଥିଲା।ପୋଲିସ ଲଙ୍କ ଗୁଣ୍ଡ,ଚିନି,ଗୁଡ଼ ଭଳି କଞ୍ଚାମାଲ ଜବତ କରିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.