Movie prime

ଖରାବେଳ ଟା ରେ ଥଣ୍ତା ମାଗିଲା ଯୁବକ.. ନ ଦେବାରୁ ଦୋକାନୀ କୁ ହ-ତ୍ୟା..

 
Hj
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ମଦ୍ୟପ ଯୁବକଙ୍କ ଚୋଟ ରେ ଚାଲିଗଲା ରାସନ୍ ଦୋକାନୀଙ୍କ ଜୀବନ। ଏଭଳି ଘଟଣା ସାମ୍ନାକୁ ଆସିଛି ରାୟଗଡ଼ା ଜିଲା , ଚାନ୍ଦଳୀ ଥାନା ଅନ୍ତର୍ଗତ , ଦୁନ୍ଦୁଲି ପଞ୍ଚାୟତ, ପାତ୍ରପୁଟ ଗ୍ରାମରୁ।
ଟାଇଁ ଟାଇଁ ଖରାରେ ହିଁ ଏହି ଗ୍ରୋଷରି ସାମଗ୍ରୀ ବିକ୍ରୀ କରୁଥିବା ଦୋକାନୀ ଙ୍କୁ ମଦ୍ୟପ ଯୁବକ ଜଣକ ଯାଇ ତାଙ୍କୁ କୋଲ୍ଡ ଡ୍ରିଙ୍କ ମାଗିଥିଲେ। ଦୋକାନୀ ମନା କରିବାରୁ ଦୁହିଁଙ୍କ ଭିତରେ ଯୁକ୍ତି ତର୍କ ଆରମ୍ଭ ହୋଇ ଯାଇଥିଲା।
Jh
ପରେ ମଦ୍ୟପ ଯୁବକ ସୁଦିପ ସେହି ଦୋକାନରେ ଥିବା କୁରାଢି ସାହାଯ୍ୟରେ ଦୋକାନୀ ଜଣକୁ ଗୋଡ଼ାଇ ଥିଲେ। ଏହାପରେ ସେ ଭୟଭୀତ ହୋଇ ତାଙ୍କ ଘର ଭିତରକୁ ଦୌଡି ପଳାଇବା ପରେ ମଦ୍ୟପ
ଯୁବକ ଦୌଡି ଜାଇ କୁରାଢି ସାହାଯ୍ୟରେ ତାଙ୍କର ବେକକୁ ତିନି ଚୋଟ ପକାଇ ଥିଲେ। ସେଠାରେ ହିଁ ଦୋକାନୀ ଜଣକୁ ହାଣି ସାରିବା ପରେ ସେହି ଘଟଣା ସ୍ଥଳରୁ ଫେରାର ମଧ୍ଯ ହୋଇ ଯାଇଥିଲେ। ଖରା ଦିନ ହେଇ ଥିବାରୁ ପାଖରେ କେହି ନଥିଲେ।
ଦୋକାନୀ ଜଣକ ପାଟି କରିବାରୁ ଗ୍ରାମର ଅନ୍ୟ ଯୁବକ ମାନେ ଏହି ମଦ୍ୟପ ଯୁବକଙ୍କୁ ଅଟକାଇ ଥିଲେ। ଏହାପରେ ତାଙ୍କର ହାତ ଗୋଡ ବାନ୍ଧି ସେ ପୋଲିସ କୁ ସବୁ କଥା ଫୋନ୍ କରି ଜଣାଇ ଥିଲେ।
Li
ଏହାପରେ ଅନେକ ସମୟ ପରେ ଯାଇ ଘଟଣା ସ୍ଥଳରେ ପହଞ୍ଚି ଯାଇଥିଲେ। ଏହାପରେ ଏହି ମଦ୍ୟପ ଯୁବକକୁ ଗିରଫ ମଧ୍ୟ କରି ନେଇଥିଲା। ଏବେ ଏହି ମଦ୍ୟପ ଯୁବକ ଜଣକ ପୋଲିସ ହେପାଜତରେ ରହିଛି।
ମୃ-ତ-କଙ୍କ ଦୁଇଟି ପୁଅ ଓ ଗୋଟେ ଝିଅ ଥିବା ବେଳେ ଆକ୍ରମଣକାରୀ ଅଭିଯୁକ୍ତଙ୍କ ମଧ୍ୟ ଛୋଟ ଛୋଟ ତିନୋଟି ପିଲା ଥିବା ଜଣା ପଡିଛି। ମାତ୍ର ଗୋଟେ ୧୦ ଟଙ୍କା ର କୋଲ୍ଟ ଡ୍ରିଙ୍କ ପାଇଁ ଗୋଟେ ପରିବାର ଏବେ ସଂପୂର୍ଣ୍ଣ ଭାବରେ ଅନାଥ ହୋଇ ଯାଇଛି।
ଏହି ଘଟଣା ଏବେ ସଂପୂର୍ଣ୍ଣ ଅଞ୍ଚଳରେ ଚହଳ ସୃଷ୍ଟି କରିଛି। ଏହି ଘଟଣାକୁ ଶୁଣିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି। ତେବେ ଏହି ଘଟଣା ପ୍ରତି ଆପଣଙ୍କ ପ୍ରତିକ୍ରିୟା କଣ ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।