Movie prime

ବେଦୀ ଉପରେ କନ୍ୟା ମାଳ ପିନ୍ଧା ପିନ୍ଧି ହେଉଥିବା ବେଳେ କନ୍ୟା ର ପ୍ରେମିକ ମଝି ରେ ପଶି ସବୁ ସାରିଦେଲା...

 
ବେଦୀ ଉପରେ କନ୍ୟା ମାଳ ପିନ୍ଧା ପିନ୍ଧି ହେଉଥିବା ବେଳେ କନ୍ୟା ର ପ୍ରେମିକ ମଝି ରେ ପଶି ସବୁ ସାରିଦେଲା...
ନମସ୍କାର ପାଠକ ବନ୍ଧୁ।ବେଦୀ ଉପରେ କନିଆ କୁ ବିବାହ କଲେ ପ୍ରେମିକ।ଏ କଥା ଶୁଣିଲେ ଆପଣ ମାନଙ୍କୁ ଆଶ୍ଚର୍ଯ୍ୟ ଲାଗୁ ଥାଇ ପାରେ।ହେଲେ ଏ କଥା ସତ।ଏହି ଘଟଣା ଟି ଘଟିଛି ଉତ୍ତରପ୍ରଦେଶ ର ଗୋରଖପୁର ଅଞ୍ଚଳ ରେ।ଏଠାରେ ଜଣେ ଯୁବତୀ ବିବାହ କରୁଥିବା ସମୟ ରେ ତାଙ୍କର ପୂର୍ବତନ ପ୍ରେମିକ ଆସି ତାଙ୍କ ବିବାହ କୁ ଭାଙ୍ଗି ଦେଇଛନ୍ତି।
ସେଠାରେ ଗୋଟିଏ ବଡ ହଙ୍ଗାମା କରିବା ସହିତ କନିଆ ମୁଣ୍ଡ ରେ ସିନ୍ଦୂର ଲଗାଇ ଦେଇଥିଲେ।ଯାହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା କରା ଯାଉଛି।ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି।
ସୂଚନା ଅନୁସାରେ ସେହି ଅଞ୍ଚଳ ର ଜଣେ ଯୁବତୀ ନିକଟସ୍ଥ ଗ୍ରାମ ର ଜଣେ ଯୁବକ ଙ୍କୁ ଅନେକ ଦିନ ଧରି ପ୍ରେମ କରୁଥିଲେ।ହେଲେ ଯୁବତୀ ଜଣକ ଏ କଥା ନିଜ ପରିବାର କୁ ଜଣାଇ ନ ଥିଲେ।ଅନ୍ୟ ପଟେ ଯୁବତୀ ଙ୍କ ପରିବାର ଲୋକେ ତାଙ୍କ ବିବାହ କୁ ଅନ୍ୟ ସ୍ଥାନ ରେ ସ୍ଥିର କରିଥିଲେ।
777
ଏହା ପରେ ଯୁବତୀ ଜଣକ ନିଜ ପ୍ରେମିକ କୁ ସବୁ କଥା କହିଥିଲେ।ସେ କହିଥିଲେ କି ନିଜ ପରିବାର ର ବିନା ଅନୁମତି ରେ ସେ ବିବାହ କରି ପାରିବେ ନାହିଁ।ନିଜ ବାପା ମା ଙ୍କ କଥା କୁ ସେ ଅମାନ୍ୟ କରିବେ ନାହିଁ।ସେ ଯେଉଁ ଠାରେ ବିବାହ ସ୍ଥିର କରିଛନ୍ତି ସେଠାରେ ସେ ବିବାହ କରିବେ।
ଏ କଥା ଶୁଣି ଯୁବକ ଜଣକ ବହୁତ କାନ୍ଦି ଥିଲେ।ସେହି ସମୟ ରେ ସେ କିଛି କରି ପାରି ନ ଥିଲେ।ଯୁବତୀ ଙ୍କ ଅନ୍ୟ ସ୍ଥାନ ରେ ବିବାହ ହେଉ ଥିଲା। ବର ଯେତେବେଳେ କନିଆ ବେକ ରେ ମାଳ ପକାଇ ବାକୁ ଯାଉଥିଲେ।
777
ସେହି ସମୟ ରେ ଯୁବତୀ ଙ୍କ ପୁରୁଣା ପ୍ରେମିକ ସେଠାରେ ପହଞ୍ଚି ଥିଲେ।ସେ ତାଙ୍କ ମୁହଁ ରେ ଗୋଟିଏ ଗାମୁଛା ବାନ୍ଧି ଦେଇ ଥିଲେ।ଏହା ପରେ ସିନ୍ଦୂର ଆଣି ଯୁବତୀ ଙ୍କୁ ପିନ୍ଧାଇ ଦେଇଥିଲେ।ଏଥିରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ।
ଏହା ପରେ ଯୁବତୀ ଙ୍କ ପରିବାର ଲୋକେ ତାଙ୍କୁ ଖୁବ୍ ପିଟି ଥିଲେ।ତାଙ୍କୁ ପୋଲିସ ହାତ ରେ ଧରାଇ ଦେଇଥିଲେ।ଏହା ପରେ ଯୁବତୀ ଙ୍କ ମୁଣ୍ଡ ରୁ ସିନ୍ଦୁର ପୋଛା ଯାଇଥିଲା। ବର ବେଶ ରେ ଆସି ଥିବା ଯୁବକ ଙ୍କ ସହିତ ତାଙ୍କର ବିବାହ ହୋଇ ଥିଲା।ଏହାକୁ ଦେଖି ସମସ୍ତେ ଚକିତ ହୋଇ ଯାଇଥିଲେ।ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଏବେ ଖୁବ୍ ଭାଇରାଲ ହେଉଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.