Movie prime

VIRAl VIDEO - ଦେଖନ୍ତୁ ହଠାତ୍ କଣ ହେଲା ଯେ ମହିଳାଙ୍କୁ କାନ୍ଧରେ ବସାଇ ଧାଇଁଲେ ପୋଲିସ ବାବୁ ସତ ଜାଣିଲେ ଆଶ୍ଚର୍ୟ୍ଯ ହୋଇଯିବେ ଆପଣ

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ, ବର୍ତ୍ତମାନ ସମୟରେ ମାନବିକତା ଧିରେ ଧିରେ ହଜି ଯାଉଛି। କେହି କାହାର ସାହାଯ୍ୟ କରିବା ପାଇଁ ପ୍ରସ୍ତୁତ ନୁହଁନ୍ତି। ନିଜ ନିଜ କାମରେ ବ୍ୟସ୍ତ ରହୁଥିବା ମଣିଷ ପାଖରେ ନିଜ ବ୍ୟତୀତ ଅନ୍ୟ କାହା ପାଇଁ ସମୟ ନାହିଁ।
Special report
କିନ୍ତୁ ଏଭଳି କଥାକୁ ଭୁଲ ପ୍ରମାଣିତ କରି ଦେଖାଇଛନ୍ତି ଜଣେ RPF ଅଧିକାରୀ। RPF ଅଧିକାରୀ ନିଜ ଡ୍ୟୁଟି ସମୟରେ ଦେଖାଇଛନ୍ତି ମାନବିକତା। ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। 
ମୁମ୍ବାଇ ବୋରଓ୍ଵଲିି ଷ୍ଟେସନରେ ଏଭଳି କିଛି ଘଟଣା ସାମ୍ନାକୁ ଆସିଛି। ଜଣେ ମହିଳା ଯାତ୍ରୀଙ୍କ ଅପରେସନ ହୋଇଥିଲା, ଯେଉଁଥିପାଇଁ ସେ ଷ୍ଟେସନରେ ହ୍ଵିଲ ଚେୟାର ମାଗିଥିଲେ କିନ୍ତୁ ଷ୍ଟେସନରେ ହ୍ଵିଲ ଚେୟାର ଉପଲବ୍ଧ ନଥିଲା।
Special report
ଷ୍ଟେସନରୁ ଟ୍ରେନ ଛାଡ଼ିଦେବା ଭୟରେ ମହିଳା ଚିନ୍ତା ପ୍ରକାଶ କରିଥିଲେ। ଏପରିସ୍ଥିତିରେ ଜଣେ ଆରପିଏଫ ଅଧିକାରୀ ନିଜର ମାନବିକତା ଦେଖାଇଥିଲେ। 
ମହିଳାଙ୍କୁ ନିଜ ହାତରେ ଟେକି ଧରିି ଟ୍ରେନ କୋଚ ପାଖରେ ପହଞ୍ଚାଇଥିଲେ RPF ଅଧିକାରୀ। ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି।
Special Report
କୁହାଯାଉଛି ନିକଟରେ ହିଁ ମହିଳାଙ୍କ ଅପରେସନ ହୋଇଥିଲା। ଏହି କାରଣରୁ ତାଙ୍କୁ ଚାଲିବାରେ ସମସ୍ୟା ହୋଇଥିଲା। ଗୋଡ଼ରେ ସମସ୍ୟା ଥିବାରୁ ମହିଳା ଯାତ୍ରୀ ମୁମ୍ବାଇର ବୋରଓ୍ଵଲିି ଷ୍ଟେସନରେ ହ୍ଵିଲ ଚେୟାର ମାଗିଥିଲେ। 
କିନ୍ତୁ ଷ୍ଟେସନରେ ହ୍ଵିଲ ଚେୟାର ଉପଲବ୍ଧ ନଥିଲା। ଯେତେବେଳେ ଏହି ମାମଲା ରେଳ ବିଭାଗରେ ପହଞ୍ଚିଥିଲା RPF ଅଧିକାରୀ ବିଳମ୍ବ ନକରି ମହିଳାଙ୍କୁ ସାହାଯ୍ୟ କରିବା ପାଇଁ ପହଞ୍ଚିଥିଲେ।
ଟ୍ରେନ ଷ୍ଟେସନରୁ ଛାଡ଼ିବା ପୂର୍ବରୁ ହିଁ ସେ ଉକ୍ତ ମହିଳାଙ୍କୁ ହାତରେ ଟେକି ଧରି ତାଙ୍କ କୋଚ ନିକଟରେ ପହଞ୍ଚାଇଥିଲେ। ଏହି ମାମଲାର ଭିଡିଓ ସୋସିଆଲ ମିଡିଆରେ ଜୋରସୋରରେ ଭାଇରାଲ ହେଉଛି।