Movie prime

ନବୁ ଯଦି ନେ କହି ଫସିଗଲେ ଅଭିନେତ୍ରୀ ଦେଖନ୍ତୁ କଣ ହେଲା ଏହି VIRAL VIDEO ରେ

 
Special Report
ବର୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି ଯାହାକୁ ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହେବା ସହିତ ବହୁତ ନିନ୍ଦା କରିବେ।ଆପଣମାନେ ଜାଣିଥିବେ ଦର୍ଶକ ମାନେ ଯାତ୍ରା ଦେଖିବାକୁ ବହୁତ ପସନ୍ଦ କରିଥାନ୍ତି।
ଯାତ୍ରାରେ ରେକର୍ଡ ଡାନ୍ସ କୁ ନେଇ ବିବାଦ ଥମୁ ନାହିଁ।ଯାତ୍ରା ମଞ୍ଚ ରୁ ବରିଷ୍ଠ ନାଗରିକ ଙ୍କୁ ଟେଲି ତାରକା ଙ୍କ ଅଶାଳୀନ ଇଙ୍ଗିତ।ଆପଣମାନେ ଅଭିନେତ୍ରୀ ପିହୁ ଙ୍କୁ ବେଶ ଭଲ ଭାବରେ ଜାଣିଥିବେ।
ତାଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି।ଜଣେ ବାପା ଙ୍କ ବୟସର ବୟସ୍କ ଙ୍କ ମୁଣ୍ଡରେ ହାତ ମାରିବାକୁ ନେଇ ଉତେଜନା ସୃଷ୍ଟି ହୋଇଛି।ଅଶାଳୀନ ଇଙ୍ଗିତ କରି ବର୍ତମାନ ଅଭିନେତ୍ରୀ ପୀହୁ ଅଡ଼ୁଆରେ ପଡ଼ି ଯାଇଛନ୍ତି।
ବୃଦ୍ଧ ଜଣଙ୍କ ବର୍ତମାନ ନ୍ୟାୟ ପାଇବା ପାଇଁ ଥାନାର ଦ୍ବାରସ୍ଥ ହୋଇଛନ୍ତି।ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲାର ତିଗୀଡି ଅଞ୍ଚଳରେ।ଅଭିନେତ୍ରୀ ପିହୁ ନେବୁ ଯଦି ନେ ଜଲ୍ଦୀ ନେ ଗୀତ ରେ ଯାତ୍ରା ଷ୍ଟେଜ ରେ ନାଚୁଥିଲେ।
ନିଆଳି ଛେନା ଗୀତରେ ସେ ଏମିତି ନାଚିଲେ ଯେ ଜଣେ ବରିଷ୍ଠ ନାଗରିକ ଙ୍କ ମୁଣ୍ଡ କୁ ଟାଣି ପକାଇ କହିଥିଲେ ନେବୁ ଯଦି ନେ।ଏହାପରେ ବରିଷ୍ଠ ବୃଦ୍ଧ ଜଣଙ୍କ ବହୁତ ରାଗି ଯାଇଥିଲେ।
ପରିସ୍ଥିତି ଏପରି ହୋଇଥିଲା ଯେ ଧୋତି ପିନ୍ଧି ଥିବା ବୃଦ୍ଧ ଜଣଙ୍କ ଜୋତା ଉଠାଇ ପିଟିବେ ବୋଲି ମଞ୍ଚ ଉପରକୁ ଉଠିବା ପାଇଁ ପ୍ରସ୍ତୁତ ହୋଇଗଲେ।ଗୁରୁବାର ଦିନ ଓଡ଼ିଶା ଅପେରା ଯାତ୍ରା କରୁଥିଲା।ଯାତ୍ରା ମଞ୍ଚ କୁ ଆସିଥିଲେ ଟେଲି ଅଭିନେତ୍ରୀ ପିହୁ।
ଯାତ୍ରା ମଞ୍ଚ ରୁ ଅଶାଳୀନ ଇଙ୍ଗିତ ଜଣେ ବରିଷ୍ଠ ନାଗରିକ ଙ୍କୁ କରିବା ପରେ ବୃଦ୍ଧ ଜଣଙ୍କ ଜୋତା ଟେକିବା ପରେ ଅଭିନେତ୍ରୀ ପିହୁ କହିଲେ
ଯଦି ଖରାପ ଲାଗୁଛି ତାହେଲେ ପଛକୁ ଚାଲି ଯିବାକୁ କହିଥିଲେ।
ପରିସ୍ଥିତି ଏପରି ହେଲା ଯେ ଆୟୋଜନ କାରୀ ଯାତ୍ରା କମିଟି ର କିଛି ଯୁବକ ବୃଦ୍ଧ ଙ୍କୁ ଧକା ମାରି ବାହାରକୁ ନେଇ ଯାଇଥିଲେ ଏହି ଘଟଣା ଟି ବର୍ତମାନ ସୋସିଆଲ ମିଡିଆରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.