Movie prime

ତ୍ରିରଙ୍ଗା କୁ ନିଆଁ ମୁହଁରୁ ଫେରାଇ ଆଣିଲେ ବିର ପୁରୁଷ ଯିଏ ଭିଡିଓ ଦେଖୁଛି ସିଏ କହୁଛି Jay Hind

 
Special Report
ନମସ୍କାର ପାଠକ ବନ୍ଧୁ l ସୋସିଆଲ ମେଡ଼ିଆରେ ଭାଇରଲ ହେଉଥିବା ଏକ ଭିଡିଓ ଟି ଆପଣ ମାନେ ଦେଖିଥିବେ l ଯେଉଁଥିରେ କି ଜଣେ ବ୍ୟକ୍ତି ନିଜ ଜୀବନକୁ ବାଜି ଲଗେଇ ପ୍ରା-ଣ-ହା-ନୀ କୁ ଖାତିର ନକରି ଆମ ଜାତୀୟ ପତାକା ତ୍ରିରଙ୍ଗାକୁ ନିଆଁ ମୁହଁରୁ ବଞ୍ଚେଇଛି l
ଏଇ ଭିଡିଓଟିରେ ଏକ ଦେଶ ପ୍ରେମୀର ଦେଶ ପ୍ରେମ ଦେଖିବାକୁ ମିଳେ l ଆମ ଜାତି ଆମ ଜନ୍ମ ଭୂମି ଭାରତ ମାତା ପ୍ରତି ତାର କେତେ ଯେ ସମ୍ମାନ ଓ ଭଲ ପାଇବା l ଭିଡିଓଟି ହେଉଛି ହରିୟାଣାର l
ଆମ ଦେଶ, ଆମ ଜନ୍ମ ମାଟି ଭାରତ ମା ପାଇଁ ସମସ୍ତଙ୍କର ଦରଦ ଥାଏ l ଦେଶ ପାଇଁ ଜୀବନ ଦେବା ପାଇଁ ବି କେହି ପଛାନ୍ତି ନାହିଁ l ଆମ ଦେଶ ସ୍ୱାଧୀନ ପୂର୍ବ ପରିସ୍ଥିତି ସବୁ ଇତିହାସର ପୃଷ୍ଠ ଭୂମିରେ ଦେଖିବାକୁ ମିଳେ l
ଇତିହାସର ଗ୍ରନ୍ଥ ଲେଉଟାଇଲେ ଦେଶ ପାଇଁ ଦୀର୍ଘ ସମୟ ଧରି ଲଢ଼ି ଆସୁଥିବା ମହାନ ଜନ ନାୟକ ମାନଙ୍କର ଛବି ଆମ ଦୃଶ୍ୟ ପଟଳରେ ଉଙ୍କି ମାରେ lସେଇ ମହା ମୁନିସୀ ମାନଙ୍କର ଜୀବନ ଶୈଳୀ ଓ ଦେଶ ପ୍ରେମ ବର୍ତ୍ତମାନର ଯୁବ ସମାଜ ପାଇଁ ପ୍ରେରଣlଦାୟକ ଅଟେ l
ଦେଶ ସ୍ୱାଧୀନ ପୂର୍ବରୁ ଆମ ମାଟି ମା ପାଇଁ ବହୁତ ଦେଶ ପ୍ରେମୀ ନିଜେ କେତେ ଦୁଃଖ କଷ୍ଟ ସହି ଛନ୍ତି ଆଉ କାରlବରଣ ବି ସହି ଛନ୍ତି l ଅକାଳରେ ନିଜ ମରଣ କୁ ଖାତିର ନକରି ପ୍ରା-ଣ ର ଜଳାଞ୍ଜଳି ଦେଇଛନ୍ତି l
ଦେଶର ସ୍ୱାଧୀନତା ଅନେକ ଦେଶ ପ୍ରେମୀଙ୍କର ଜୀବନର ମୂଲ୍ୟରେ ମିଳିପାରିଛି l ତେଣୁ ଏଇ ଭିଡିଓ ସେଇ ଦେଶ ପ୍ରେମୀଙ୍କ ପରି ଆଉ ଜଣେ ଦେଶପ୍ରେମୀକୁ ଦେଖିବାକୁ ମିଳେ l
 ସେଇ ଦେଶ ପ୍ରତି ଥିବା ତାର ଭଲ ପାଇବା ତାକୁ ବିଶାଳ କାୟ ଅଟାଳିକାକୁ ଚଢିବାକୁ ବାଧ୍ୟ କରିଛି l ସେଇ ଅଟାଳିକାରେ ନିଆଁ ଜଳୁଛି ଏବଂ ନିଆଁ ଲିଭାଳି ମାନେ ମଧ୍ୟ ପହଞ୍ଚି ଯାଇଛନ୍ତି l ଆଉ ସେଇ ସରକାରୀ କାର୍ଯ୍ୟାଳୟ ଉପରେ ଲଗା ଯାଇଛି ଆମ ଜାତିର ତ୍ରିରଙ୍ଗା l
 ଆଉ ସେଇ ତ୍ରିରଙ୍ଗାକୁ ବଞ୍ଚେଇବାକୁ ଯାଇ ଲୋକଟି ଫାୟାର ବ୍ରିଗେଡ ଗାଡି ଉପରେ ଚଢ଼ି ଚଢ଼ି ଯାଇଛି ଅଟାଳିକା ଅଗ୍ର ଭଗକୁ l ଯେଉଁଠି ଆମ ତ୍ରିରଙ୍ଗାଟି ଉଡୁଥିଲା ଫର୍ ଫର୍ ହୋଇ l ନିଜେ ଦଗ୍ଧ ହେବାର ଭୟ ନକରି ନିର୍ଭୟର ସହ ପତାକା ଟିକୁ ସସମ୍ମାନର ସହ ଖୋଲି ତଳକୁ ବଢ଼ାଇ ଦେଇଛି l
ଆଗରୁ ପୁରୀର ଗୋପରେ ଜଣେ ଲୋକ ଏଇ ତ୍ରିରଙ୍ଗା ପତାକା କୁ ଅସମ୍ମାନ କରିବାର ଭିଡିଓଟି ମଧ୍ୟ ଆପଣମାନେ ଦେଖିଥିବେ l ଯେଉଁଥିରେ କି ଲୋକଟି ପତାକାରେ ଟେବୁଲ୍ ଓ ଚୌକି ପୋଛୁ ଥିବାର ଦେଖିବାକୁ ମିଳିଥିଲା l
ସେ ତ୍ରିରଙ୍ଗାକୁ ପୋଛା କନା ଭାବି ନିଜ ହାତକୁ ବି ପୋଛିଥିଲl ଯାହାକୁ ଦେଖିଲା ପରେ ମନଟା ଆନ୍ଦୋଳିତ ହୋଇ ଯାଇଥିଲା l ଅତ୍ୟନ୍ତ ହୃଦୟ ବିଦାରକ ଘଟଣା ଥିଲା l
କିନ୍ତୁ ହରିୟାଣାର ଏଇ ଭିଡିଓଟି ଦେଖିଲା ପରେ ଛାତିଟା କୁଣ୍ଢେ ମୋଟ୍ ହେଇ ଯାଉଛି ଆଜ୍ଞା l ଦେହରେ ଶିହରଣ ହେଇଯାଉଛି, ଲୋମ ମୂଳ ଟାଙ୍କୁରୀ ଉଠୁଛି l ଧନ୍ୟ ତୁମେ ଦେଶ ଭକ୍ତ ହେ ଧନ୍ୟ ଏ ମାଟି ମା ତୁମ ପରି ସନ୍ତାନକୁ ପାଇକି l