Movie prime

ଫିଲ୍ମ୍ ନୁହେଁ ପୁରା ସତ ସତିକା ହେଲା ମେଡିକାଲ ରେ ବାହାଘର ଯିଏ ଦେଖୁଛି ସିଏ ହେଉଛି ଆଶ୍ଚର୍ୟ୍ଯ ଦେଖନ୍ତୁ ଏହି Viral Video

 
Viral video
ନମସ୍କାର ପାଠକବନ୍ଧୁ। ବର୍ତ୍ତମାନ ଚାଳିଛି ବିବାହ ର ଋତୁ ।ଆପଣ ନିଶ୍ଚିତ ଭାବରେ ବର୍ତ୍ତମାନ ପର୍ଯ୍ୟନ୍ତ କିଛି ବିବାହ ଉତ୍ସବରେ ଯୋଗ ଦେଇଥିବେ | ବିବାହ ଉତ୍ସବରେ ଯୋଗଦେବା ପାଇଁ ନିଶ୍ଚୟ ଅନେକ ଫ୍ୟାନ୍ସ ଭୋଜି ହଲ୍, ହୋଟେଲ, ମଣ୍ଡପ କିମ୍ବା ମନ୍ଦିରକୁ ଯାଇଥିବେ ଏବଂ ନିଶ୍ଚୟ ଅନେକ ପ୍ରକାରର କତୁହଳପ୍ରଦ ବିବାହ ଦେଖିଥିବେ |
କିନ୍ତୁ ଆମେ ଆପଣ ଙ୍କୁ ଏମିତି ଏକ ନିଆରା ବିବାହ ବିଷୟ ରେ ଜଣାଇବାକୁ ଯାଉଛୁ, ଯାହାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏକ ଭିଡିଓ ରେ ଦେଖିବାକୁ ମିଳିଛି ଏପରି ଏକ ଅଦ୍ଭୂତ ବିବାହ। କଣ ଏପରି ମଧ୍ୟ ହୋଇପାରେ ବିବାହ!!!
୨୦୦୬ ରେ ଆସିଥିଲା ବିବାହ ନାମକ ଏକ ଚଳଚିତ୍ର,ଯାହାର ସୁନ୍ଦର କାହାଣୀ କରିଥିଲା ଦର୍ଶକ ଙ୍କୁ ବିଭୋର। ଯଦି ଆପଣଙ୍କୁ କୁହାଯିବ ଏହିପରି ଏକ ବିବାହ ଦେଖିବାକୁ ମିଳିଛି ଉତ୍ତରପ୍ରଦେଶ ର ଖନ୍ଦ୍ୱା ରେ। ଆଜ୍ଞା ହଁ,
ଫିଲ୍ମ୍ ର କ୍କ୍ଲାଇମାକ୍ସ ପରି ଏଠାରେ ମଧ୍ୟ ହୋଇଥିଲା ହସ୍ପିଟାଲ୍ ରେ ବିବାହ। ଡାକ୍ତରଖାନା ଶଯ୍ୟା ରେ ଥିବା କନ୍ୟା ଙ୍କୁ ବିବାହ କରିଥିଲେ ବର। ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିବା ବେଳେ ସତ୍ୟତା ଏହା ହିଁ। ଚଳଚ୍ଚିତ୍ର ପରି କଣ ସତରେ ହୋଇପାରେ କାହାର ଜୀବନ!!
୧୬ ଫେବୃଆରୀ ରେ ଥିଲା ବିବାହ କିନ୍ତୁ ସୂଚନା ଅନୁଯାୟୀ ଠିକ୍ ୩ ଦିନ ପୂର୍ବ ରୁ କନ୍ୟା ଯାହାର ନାମ ହେଉଛି ଶିବାନୀ, ନିଜ ମାମୁଁ ଘର କୁ ଯାତ୍ରା କରୁଥିବା ସମୟରେ ହୋଇଗଲା ଏକ ଦୁର୍ଘଟଣା। ଏହି ଦୁର୍ଘଟଣା ଘଟିବା ପରେ, କନ୍ୟା ର ହସ୍ପିଟାଲ୍ ରେ ଭର୍ତ୍ତି ହୋଇଥିଲା।
ଯେଉଁ ଥିରେ କନ୍ୟା ଶିବାନୀ ର ବାମ ଗୋଡ଼ ଏବଂ ହାତ ଭାଙ୍ଗି ଯାଇଥିଲା। ଯଦ୍ୱାରା ଡାକ୍ତଖାନା ରେ ଶଯ୍ୟାଶାୟୀ କନ୍ୟା ର ବିବାହ ନିର୍ଦ୍ଧିଷ୍ଟ ସମୟ ରେ ହୋଇପାରିନଥିଲା। କିନ୍ତୁ ଭଗବାନ୍ ଙ୍କ ଇଚ୍ଛା ଯାହା, ତାହା କେବେ କେହି ବଦଳାଇ ପରିନଥାଏ।
ସୂତ୍ର ଅନୁଯାୟୀ,ଉଜ୍ଜୟିନୀ ରେ ଥିବା ବର ଯାହାର ନାମ ରାଜେନ୍ଦ୍ର,୧୮ ଫେବୃଆରୀ, ମହାଶିବରାତ୍ରି ଦିନ ବର ଅନେକ ଧୁମ୍ ଧାମରେ ବରଯାତ୍ରୀ ନେଇ ଆସି ପହଞ୍ଚିଥିଲେ ଡାକ୍ତରଖାନା ସମ୍ମୁଖରେ। କନ୍ୟା ଶଯ୍ୟାଶାୟୀ ଥିବା ରୁମ୍ କୁ ମଧ୍ଯ ଅନେକ ଫୁଲରେ ସଜାଯାଇଥିଲା ।
ବିବାହ କରାଇବା ପାଇଁ ଉପସ୍ଥିତ ଥିଲେ ପୁରୋହିତ ଏବଂ ପରିବାର ବୃନ୍ଦ। ଭାଇରାଲ୍ ହୋଇଥିବା ଭିଡିଓ ରେ ଦେଖିବାକୁ ମିଳିଛି ଏହି ବିବାହ ର ସୁନ୍ଦର ଦୃଶ୍ୟ।
ଭିଡିଓ ରେ କନ୍ୟା ଶିବାନୀ, ବର ରାଜେନ୍ଦ୍ର କୁ ବେଡ୍ ରେ ଶଯ୍ୟାଶାୟୀ ହୋଇ ପିନ୍ଧାଉଛି ମାଳ ଏବଂ ବର ମଧ୍ୟ କନ୍ୟା କୁ ପିନ୍ଧାଇ ଦେଉଛି ଫୁଲଭରା ମାଳ। ଏହି ସୁନ୍ଦର ବିବାହ ଠୁ ସୁନ୍ଦର ଦୃଶ୍ୟ କଣ ଆଉ ରହିଛି।
କଥା ରେ ଅଛି, ବିବାହ ଅପେକ୍ଷା ଅଧିକ ସୁନ୍ଦର, ବନ୍ଧୁତ୍ୱପୂର୍ଣ୍ଣ ଏବଂ ଆକର୍ଷଣୀୟ ସମ୍ପର୍କ ପରି ଆଉ କିଛି ନାହିଁ |
ସେହି ପରିଭାବେ ଶିବାନୀ ଏବଂ ରାଜେନ୍ଦ୍ର ପାଲଟି ଯାଇଛନ୍ତି ସମାଜ ପାଇଁ ଏକ ଉଦାହରଣ। ବିବାହ ଏକ ବିରାଟ ଚିତ୍ର ପରି, ଯେଉଁଠାରେ ତୁମେ ନିଜେ ତୁମର ତୂଳୀ ରେ ନିଜର ପ୍ରେମ କାହାଣୀ ସୃଷ୍ଟି କରିଥାଓ |

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.