ହାତୀ ଆଗରେ କଦଳୀ ଧରି ଚିଡ଼େଇବା ଯୁବତୀ କୁ ପଡିଲା ମହଙ୍ଗା, ହାତୀ କରିଦେଲା ଏମିତି କାମ ଯେ ଆପଣ ବି ଭିଡିଓ କୁ ୨ ଥର ଦେଖିବେ
Apr 29, 2023, 11:11 IST

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ହାତୀ ହେଉଛି ଏକ ଏଭଳି ପ୍ରାଣୀ ଯାହାକୁ ଲୋକ ମାନେ ମାଆ ଲକ୍ଷ୍ମୀ ଙ୍କ ପ୍ରତୀକ ବୋଲି ମାନି ଥାଆନ୍ତି। ସମସ୍ତ ଜୀବ ମାନଙ୍କ ମଧ୍ୟରୁ ହାତୀ ହେଉଛି ବେଶ ଚତୁର ମଧ୍ୟ।
ଆପଣ ମାନେ ପ୍ରାୟତଃ ସମୟରେ ସୋସିଆଲ ମିଡିଆରେ ହାତୀ ମାନଙ୍କର ଅନେକ ଭିଡିଓ ମଧ୍ୟ ଦେଖିଥିବେ। ତେବେ ଆପଣ ମାନେ ଜାଣିଥିବେ କି ହାତୀ ସ୍ୱଭାବରେ ଯେତିକି ଶାନ୍ତ ପ୍ରାଣୀ ଅଟେ,
ସେତିକି ରାଗିଲେ ଭୟଙ୍କର ମଧ୍ୟ ହୋଇଥାଏ। ହାତୀର ରାଗ କବଳରୁ ବଞ୍ଚିବା ମଧ୍ୟ ଭୟଙ୍କର ହୋଇଥାଏ। ହାତୀ ରାଗି ଗଲେ କାହାରି କଥା ଶୁଣି ନଥାଏ। ଆଉ ହାତୀ କୁ ମଧ୍ୟ ବୋକା ବନେଇବା ସହଜ ହୋଇ ନଥାଏ।

ଏବେ ସୋସିଆଲ ମିଡ଼ିଆରେ ରେ ହାତୀ ର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ୍ ହେବାରେ ଲାଗିଛି। ଏହି ଭିଡିଓ ରେ ଦେଖିବାକୁ ମିଳିଛି କି ଗୋଟେ ହାତୀକୁ କିଭଳି ଭାବରେ ଝିଅ ଟିଏ ଭଣ୍ଡଉଛି।
ଆଜ୍ଞା ହଁ ସୋସିଆଲ ମିଡ଼ିଆ ରେ ଭାଇରାଲ୍ ହେଉଥିବା ଏହି ଭିଡିଓ କୁ ଦେଖି ଲାଗୁଛି କି ଏହି ଭିଡିଓ ରେ ଥିବା ହାତୀ ଟି ଗୃହପାଳିତ ଅଟେ। ତାକୁ ଯୁବତୀ ଜଣକ ବାହାରକୁ ନେଇ ଆସିଛନ୍ତି।
ଏବଂ ଏହାପରେ ସେ ଯୁବତୀ ଜଣକ ହାତରେ ଏକ କଦଳୀ ରଖି ହାତୀକୁ ଖାଇବା ପାଇଁ ଆଶା ଦେଉଛନ୍ତି ହେଲେ ସେହି କଦଳୀ କୁ ସେ ହାତୀ କୁ ନଦେଇ ହାତୀ ନିକଟରୁ ଫେରାଇ ଆଣୁଛନ୍ତି। ଏଭଳି ଯୁବତୀ ଜଣକ ବାରମ୍ବାର କରିଛନ୍ତି।
ଏହାପରେ ହାତୀଟି ରାଗି ଯାଇ ଯୁବତୀ ଜଣକୁ ଶୁଣ୍ଢରେ ଉଠାଇ ଫୋପାଡି ଦେଇଛନ୍ତି। ଏବେ ଏହି ଭିଡିଓ ଟିକୁ IFS ସୁଶାନ୍ତ ନନ୍ଦ ତାଙ୍କର ସୋସିଆଲ ମିଡ଼ିଆ ଆକାଉଣ୍ଟ ରେ ସେୟାର କରିଛନ୍ତି।
You can’t fool an elephant even though he is tamed. They are one of the most intelligent animals to be in captivity. pic.twitter.com/rQXS6KYskN
— Susanta Nanda (@susantananda3) April 27, 2023
ଆଉ ସେ କ୍ୟାପସନ ରେ ଲେଖିଛନ୍ତି "ଏକ ହାତୀ କୁ ବୋକା ବନେଇ ପାରିବେ ନାହିଁ ,ତେବେ ସେ ଗୃହପାଳିତ ହେଇ ଥାନ୍ତୁ ନା କାହିଁକି କାରଣ ହାତୀ ଏକ ବୁଦ୍ଧି ମାନ ପଶୁ ଅଟେ"। ଏହି ଭିଡିଓ ଟି ପ୍ରତି ଆପଣଙ୍କ ପ୍ରତିକ୍ରିୟା କଣ ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।