Movie prime

ସ୍ଵାମୀ ର ରାଗ ସୁଝେଇଲା ନିଜ ଛାତ୍ର ଛାତ୍ରୀ ଙ୍କ ଉପରେ, ଅଭିଭାବକ ମାନେ ଅଭିଯୋଗ କରିବା ପରେ ଶେଷରେ ପୋଲିସ କଲା ଏମିତି

 
Special Report
ବର୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି।ମୁମ୍ବାଇର କାଣ୍ଡିଭାଲି ଅଞ୍ଚଳର ଏକ ବିଦ୍ୟାଳୟରେ ଦୁଇ ବର୍ଷ ଆଉ ଦେଢ଼ ବର୍ଷର ପ୍ରି-ନର୍ସରୀ ପିଲାମାନଙ୍କ ସହ ଦୁଇ ଜଣ ମହିଳା ଶିକ୍ଷକ ଅତ୍ୟାଚାରର କରୁଥିବା ଭିଡିଓ ଭାଇରାଲ ହେଉଛି।
ଏହି ଭିଡିଓ ଭାଇରାଲ ହେବାପରେ ପୋଲିସ ଶିକ୍ଷକମାନଙ୍କୁ ଗିରଫ କରିଥିବା ଜଣାପଡ଼ିଛି।କାଣ୍ଡିଭାଲିରେ ଏକ ପ୍ରି-ସ୍କୁଲର ଦୁଇଜଣ ମହିଳା ଶିକ୍ଷକ ପିଲା ମାନଙ୍କୁ ମାଡ ମାରିବା ରୁ ପୋଲିସ ଗିରଫ କରିଛନ୍ତି।
Viral
ଉଭୟ ମହିଳା ଶିକ୍ଷକଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି।ଯେଉଁଥିରେ ସେମାନେ ପ୍ରି-ନର୍ସରୀର ଅଢେଇ ବର୍ଷର ପିଲାମାନଙ୍କୁ ଖରାପ ଭାବରେ ପିଟୁଥିବାର ନଜର ଆସିଛନ୍ତି।
କେବଳ ଏତିକି ନୁହେଁ ଉଭୟ ଶିକ୍ଷକ ପିଲାମାନଙ୍କ ମଧ୍ୟାହ୍ନ ଭୋଜନ ବାକ୍ସରୁ ଖାଦ୍ୟ ବାହାର କରି ଏହାକୁ ଖାଆନ୍ତି।ଏହା ସତରେ ବହୁତ ନିନ୍ଦନୀୟ ଅଟେ।ଏହି ଭିଡିଓ ଭାଇରାଲ ହେବା ପରେ ପୋଲିସ ଉଭୟଙ୍କୁ ଗିରଫ କରିଥିଲା।
ଏହି ଘଟଣା ଟି ମୁମ୍ବାଇର କାଣ୍ଡିଭାଲି ରାଇମ୍ସ ଏବଂ ରାମ୍ବଲେସ୍ ପ୍ରି-ସ୍କୁଲରୁ ଆସିଛି। ବିଦ୍ୟାଳୟର ସିସିଟିଭି ଫୁଟେଜରେ ଏହି ଶିକ୍ଷକମାନେ ଛୋଟ ପିଲାମାନଙ୍କୁ ପିଟୁଥିବାର ନଜର ଆସିଛନ୍ତି।
Viral
ଏହି ସିସିଟିଭି ଫୁଟେଜ୍ ଏପ୍ରିଲ୍ ୨ ରେ ଭାଇରାଲ୍ ହୋଇଥିଲା।ସିସିଟିଭି ଫୁଟେଜ ଭାଇରାଲ ହେବା ପରେ ପିଲାମାନଙ୍କର ପିତାମାତା ଏହି ଭିଡିଓ ଦେଖିଥିଲେ ଯାହା ପରେ ସେମାନେ ଏହା ଉପରେ ଅଭିଯୋଗ କରିଥିଲେ। 
ଏହି ସିସିଟିଭି ଫୁଟେଜ ଆଧାରରେ ପୋଲିସ ଷ୍ଟେସନରେ ଉଭୟ ଶିକ୍ଷକଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।ପୋଲିସ ଉଭୟ ଶିକ୍ଷକଙ୍କୁ ନୋଟିସ ଜାରି କରିଥିଲେ,
ଯାହା ପରେ ଉଭୟ ମହିଳା ଶିକ୍ଷକ ଗିରଫ ହେବେ ନାହିଁ ବୋଲି ହାଇକୋର୍ଟଙ୍କ ନିକଟରେ ଜାମିନ ଆବେଦନ କରିଥିଲେ ମଧ୍ୟ ଜାମିନକୁ କୋର୍ଟ ବାତିଲ କରିଦେଇଥିଲେ ଏବଂ ପରେ ଉଭୟଙ୍କୁ ଗିରଫ କରାଯାଇଥିଲା।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.