Movie prime

ଚାଲିଗଲେ ସ୍ଵାମୀ ଶ-ବ ନେବାପାଇଁ ଧାଇଁ ଆସିଲେ ୨ପତ୍ନୀ ଦେଖନ୍ତୁ ଏହି ଚର୍ଚ୍ଚିତ ଘଟଣା

 
Hh
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ଅନେକ କିଛି ଖବର ଜାଣି ପାରୁଛନ୍ତି ।
ଆପଣମାନେ ଏହି ଖବର ଦେଖିଲେ ବା ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ଏବେ ଏହି ଖବର ଚହଳ ସୃଷ୍ଟି କରିଛି । ହଠାତ୍ ମରିଗଲେ ସ୍ବାମୀ ଆଉ ତାଙ୍କ ଶବ ପାଖରେ ପହଂଚିଗଲେ ଦୁଇଜଣ ସ୍ତ୍ରୀ । ଦୁଇଜଣ ସ୍ତ୍ରୀଙ୍କ ଭିତରୁ ଜଣେ କହୁଛି ସେ ସ୍ୱାମୀର ଶବ ନେବ ତ ଆଉ ଜଣେ କହୁଛି ସେ ଶବ ନେବ । 
Hh
ଜଣେ ସ୍ତ୍ରୀ କହିଛନ୍ତି ସେ ତାଙ୍କ ସ୍ବାମୀଙ୍କ ଶବକୁ ପୁରୀ ନେବେ । ଆଉ ତାଙ୍କର ପୁଅ ଅଛି ସେ ମୁଖାଗ୍ନୀ ଦେବ । ତାଙ୍କ ଘର ପୁରୀରେ । ଅନ୍ୟପଟେ ଆର ସ୍ତ୍ରୀ ଜଣକ କହୁଛି ସେ ତାର ସ୍ବାମୀକୁ ନେବ । କଟକ ଏସସିବି ମେଡ଼ିକାଲରେ ଘଟିଛି ଏଭଳି ଘଟଣା ।
ଜଣେ କନେଷ୍ଟବଳଙ୍କ ମୃତ୍ୟୁ ପରେ ଶବକୁ କିଏ ନେବ ବୋଲି ଦୁଇସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ଲାଗିଛି । ମୃତଦେହକୁ ନେବା ପାଇଁ ଏସସିବି ମେଡିକାଲ ଶବ ଗୃହ ନିକଟରେ ଟଣା ଓଟରା ଲାଗିଛି । କଟକ ଫୁଲନଖରା ସ୍ଥିତ ଏନଏଚ ଟ୍ରାଫିକରେ କନେଷ୍ଟବଳ ଭାବରେ ଏହି ବ୍ୟକ୍ତି ଜଣକ କାର୍ଯ୍ୟ କରୁଥିଲେ । 
ଏହି ବ୍ୟକ୍ତି ଜଣକ ଖୋର୍ଦ୍ଧା ଅଞ୍ଚଳର ଯାହାଙ୍କ ନାମ ହେଉଛି ଅଭୟ କୁମାର ବେହେରା । ଗତ ଶନିବାର ଦୁର୍ଘଟଣାରେ ଗୁରୁତର ଅବସ୍ଥାରେ ସେ ମେଡ଼ିକାଲରେ ଭର୍ତ୍ତି ହୋଇଥିଲେ । ଆଉ ତାଙ୍କର ମୃତ୍ୟୁ ହୋଇଛି ।
Bh
ଏବେ ତାଙ୍କର ଶବ ନେବାକୁ ତାଙ୍କର ପରିବାର ଆସିଥିବା ବେଳେ ତାଙ୍କର ପ୍ରଥମ ସ୍ତ୍ରୀ ସେଠାରେ ପହଞ୍ଚିଥିଲେ ଆଉ ସେମାନେ ଦୁଇଜଣଙ୍କ ଭିତରେ ଅନେକ ଝଗଡ଼ା ହୋଇଥିଲା । ଏହାପରେ ସେଠାକୁ ଏହି ବ୍ୟକ୍ତି ଜଣଙ୍କର ଦ୍ଵିତୀୟ ସ୍ତ୍ରୀ ଆସିଥିଲେ । ଆଉ ସେ ତାଙ୍କ ସ୍ଵାମୀଙ୍କ ଶବକୁ ନେବାକୁ ଚାହିଁଲେ । 
ଏବେ ଏହି କଥାକୁ ନେଇ ଅନେକ ଚର୍ଚ୍ଚା ହେଉଛି । ପ୍ରଥମ ସ୍ତ୍ରୀ ସହ ଛାଡ଼ପତ୍ର ହୋଇନାହିଁ । ତାଙ୍କର ଜାତି ଅଲଗା ଥିବାରୁ ଅଭୟଙ୍କ ଘରେ ତାଙ୍କୁ ପୁରାଇ ନଥିଲେ । ଆଉ ଏବେ ତାଙ୍କର ୭ ବର୍ଷର ପୁଅ ଅଛି । ସେ ତାଙ୍କ ସ୍ବାମୀଙ୍କୁ ନେବାକୁ କହିଛନ୍ତି । ଦ୍ଵିତୀୟ ପତ୍ନୀ ମଧ୍ଯ ତାଙ୍କ ସ୍ବାମୀଙ୍କୁ ନେବାକୁ କହିଛନ୍ତି ।
ଏବେ ମେଡ଼ିକାଲରେ ଏଭଳି ଅନେକ କଥା ନେଇ ଟଣା ଓଟରା ଲାଗିଛି । ଏବେ ତାଙ୍କର ପରିବାର ମଧ୍ୟ ତାଙ୍କୁ ନେବାକୁ ଦାବି କରିଛନ୍ତି । ଏବେ ଏହି ଘଟଣାକୁ ନେଇ ଚର୍ଚା ହେଉଥିବା ବେଳେ ଅଭୟଙ୍କ ମର ଶରୀରକୁ ତାଙ୍କ ମାଙ୍କୁ ଦିଆଯାଇଛି ।