Movie prime

ଏମିତି ଭୟଙ୍କର ଚୋରି ଆପଣ ଆଗରୁ କେବେ ଦେଖି ନଥିବେ ଦେଖନ୍ତୁ ଚାହୁଁ ଚାହୁଁ ନେଇଗଲେ ଟଙ୍କା - VIRAl VIDEO

 
Hh
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଆଉ ଅନେକ ସ୍ଥାନର ଖବର ପାଇ ପାରୁଛନ୍ତି । ଆପଣମାନେ ଏବେ ବ୍ରହ୍ମପୁର ସହରକୁ ନେଇ ଆସିଥିବା ଖବର ଜାଣିପାରିବେ ।
ଆପଣମାନେ ସମସ୍ତେ ତ ଆଜିକାଲି ଦୁନିଆରେ ଘଟୁଥିବା ଘଟଣା ସମ୍ପର୍କରେ ଜାଣିଥିବେ । ଚୋରି, ଡକାୟତ ଭଳି ସଙ୍ଗୀନ ଅପରାଧ ଏବେ ଘଟିବାରେ ଲାଗୁଛି । ଏବେ ପୁଣି ଚୋରି ଘଟଣାକୁ ନେଇ କିଛି ଖବର ଆସିଛି ।
Gh
ବ୍ରହ୍ମପୁର ସହରରେ ପୁଣି ଲୁଟେରାମାନଙ୍କର ରାଜ ଚାଲିଲାଣି । ଲୁଟେରା ପୁଣି ଲୁଟିଛନ୍ତି ଟଙ୍କା । ଜୟପ୍ରକାଶ ନଗର ଆକ୍ସିସ ବ୍ୟାଙ୍କ୍ ନିକଟରୁ ଗାଡ଼ି ଭିତରୁ କୌଶଳ କ୍ରମେ ଦୁର୍ବୃତ୍ତ ଲୁଟି ନେଇଛନ୍ତି ଟଙ୍କା । ଏହି ଲୁଟେରାମାନେ ୫ ଲକ୍ଷ ୬୦ ହଜାର ଟଙ୍କା ଲୁଟି ନେଇଛନ୍ତି ।
ବ୍ୟକ୍ତି ଜଣକ ତାଙ୍କ ଗାଡ଼ି ଡ଼ିକିରେ ୫ ଲକ୍ଷ ୬୦ ହଜାର ଟଙ୍କା ରଖିଥିଲେ । ଆଉ ଏହାକୁ ଚୋରି କରି ନେଇଗଲେ ଲୁଟେରା । ଏହି ଘଟଣାକୁ ନେଇ ବୈଦ୍ୟନାଥପୁର ଥାନାରେ ଅଭିଯୋଗ କରାଯାଇଛି ।
Yy
ବୈଦ୍ୟନାଥପୁର ଥାନାରେ ଅଭିଯୋଗ କରିଛନ୍ତି ଲୁଟର ଶିକାର ହୋଇଥିବା କୃଷ୍ଣଚନ୍ଦ୍ର ମହାରଣା । ରନ୍ଧା ନିକଟ ସୁନାଦେଇ ଗାଁର ସନ୍ତୋଷ ନାୟକ ଜମି ପ୍ଲଟ କିଣିବା ପାଇଁ କୃଷ୍ଣଚନ୍ଦ୍ରଙ୍କୁ ଏକ୍ସିସ ବ୍ୟାଙ୍କରୁ ଲକ୍ଷାଧିକ ଟଙ୍କା ଉଠାଇ ଦେଇଥିଲେ ।
କୃଷ୍ଣଚନ୍ଦ୍ର ବ୍ୟାଙ୍କ୍ ସାମ୍ନାରେ ଥିବା ଟୁକୁନା ଚା ଦୋକାନରେ ଚା ପିଉଥିବା ବେଳେ ଏହି ଦୁର୍ବୃତ୍ତ ବାଇକ୍ ଭିତରୁ ମାତ୍ର କମ୍ ସମୟ ଭିତରେ ଟଙ୍କା ଲୁଟ କରି ନେଇଛନ୍ତି ବୋଲି ସେ କହିଛନ୍ତି । ଏବେ ଏହି ଘଟଣା ଚର୍ଚ୍ଚାକୁ ଆସିଛି ।
ସିସିଟିଭି କ୍ୟାମେରାରେ ରେକର୍ଡ ହୋଇଛି ଏହି ଚୋରିର ଦୃଶ୍ୟ । ତିନିଜଣ ଦୁର୍ବୃତ୍ତ ଦୁଇଟି ବାଇକ ନେଇ ଆସିଥିଲେ । ଜଣେ ବାଇକରେ ବସିଥିଲେ ଏବଂ ଆଉ ଜଣେ ବାଇକରୁ ଓହ୍ଲାଇ ଆସି କୃଷ୍ଣଚନ୍ଦ୍ରଙ୍କ ଗାଡ଼ି ନିକଟକୁ ଆସି ତାଙ୍କ ଡିକି ଭାଙ୍ଗି ଦେଇ ଟଙ୍କା ନେଇ ବାଇକରେ ପଳାଇ ଯାଇଥିଲେ ।
ଏହି ସବୁ ଦୃଶ୍ୟ ସିସିଟିଭି ଫୁଟେଜରେ ଦେଖାଯାଇଛି । ଏବେ ଏହି ଘଟଣାକୁ ନେଇ ପୋଲିସ ତଦନ୍ତ କରୁଛି । ମାତ୍ର ୨ ମିନିଟ ଭିତରେ ଏଭଳି ଘଟଣା ଘଟିଛି ।