Movie prime

ହାତ ଧୋଇବେ ଦିଦି ପାଣି ଵୋହିବେ ପିଲା ଦେଖନ୍ତୁ କେମିତି ଚାଲିଚି ଅବ୍ୟବସ୍ଥା

 
Hh
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବର୍ତ୍ତମାନ ଏକ ଖବର ସାମ୍ନାକୁ ଆସିଛି। ଦେଖିବାକୁ ମିଳିଛି ଯେ, ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷକ ଶିକ୍ଷୟତ୍ରୀ ମାନେ ପାଠ ନପଢାଇ ଅନ୍ୟାନ୍ୟ କାର୍ଯ୍ୟରେ ଲଗାଉଛନ୍ତି। ସୂଚନା ଅନୁସାରେ ଜଳେଶ୍ଵର ବ୍ଲକ ରାଇବଣିଆ ପଞ୍ଚାୟତ ନଟାବାଡ ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ସହକାରୀ ଶିକ୍ଷୟତ୍ରୀ ବିଳମ୍ବରେ ବିଦ୍ୟାଳୟକୁ ଆସୁଥିବା ନେଇ ବହୁତ ଥର ଅଭିଯୋଗ ହେଇ ଆସିଛି। ଏମିତିକି ଗ୍ରାମବାସୀ ମାନେ ଏନେଇ ଅଭିଯୋଗ କଲାପରେ ବି କୌଣସି କାର୍ଯାନୁଷ୍ଠାନ ଗ୍ରହଣ କରାଯାଉନଥିବା ଦେଖି ଶେଷରେ ଲୋକ ଲୋଚନକୁ ଆଣିବା ପାଇଁ ପ୍ରତିନିଧିକୁ ଜଣାଇଥିଲେ। 
Gg
ତେବେ ଘଟଣାର ସତ୍ୟତା ଜାଣିବା ପାଇଁ ପ୍ରତିନିଧି ଗ୍ରାମବାସୀଙ୍କ ସହ ସକାଳ ୯ଟା ୪୦ ମିନିଟରେ ବିଦ୍ୟାଳୟରେ ଯାଇ ପହଞ୍ଚିଥିଲେ। ଏବଂ ସେଠାରେ ଯାଇ ଦେଖିବାକୁ ପାଇଥିଲେ ଯେ ଛାତ୍ରଛାତ୍ରୀ ମାନେ ବାହାରେ ବୁଲୁଛନ୍ତି। ଅଫିସ ସହିତ ଶ୍ରେଣୀ ଗୃହରେ ମଧ୍ୟ ତାଲା ଲାଗିଥିବାର ଦେଖିଥିଲେ। କିନ୍ତୁ ମୁଖ୍ୟ ଫାଟକ ରୋଷେୟା ଦୁଇଜଣ ଖୋଲିଥିଲେ। ୯ଟା ୫୭ ମିନିଟରେ ବିଦ୍ୟାଳୟରେ ପ୍ରବେଶ କରି ଶ୍ରେଣୀ ଗୃହ ଓ କାର୍ଯ୍ୟାଳୟ ଖୋଲିଥିଲେ ପ୍ରଧାନ ଶିକ୍ଷକ ଫକୀର ମୋହନ ମହାନ୍ତି। 
Gg
୧୦ଟାରେ ପହଞ୍ଚିଥିଲେ ସହକାରୀ ଶିକ୍ଷୟତ୍ରୀ ମିନତି ସିଂ। ୯ଟା ୫୭ ମିନିଟରେ ପହଞ୍ଚି ଉପସ୍ଥାନ ଖାତାରେ ୯ଟା ୩୦ ମିନିଟରେ ଦସ୍ତଖତ କରିଥିଲେ। ଆଉ ତାପରେ ପ୍ରତିକ୍ରିୟା ମାଗିବାରୁ ମିଛସତ କଥା କହିଥିଲେ। ଶିକ୍ଷୟତ୍ରୀ ଜଣଙ୍କ କହିଥିଲେ ଯେ, "୧୦ଟାରେ ଆସିବାର ନିୟମ ଅଛି"। ତେବେ ସରକାରୀ ବିଦ୍ୟାଳୟରେ ପାଠପଢ଼ାରେ ଅବ୍ୟବସ୍ଥା ହେବାରୁ ପିଲା ମାନଙ୍କ ହାର କମୁଥିବା ବେଳେ ବେସରକାରୀ ବିଦ୍ୟାଳୟ ଆଡ଼କୁ ଅଗ୍ରସର ହେଉଛନ୍ତି ଅଭିଭାବକ ମାନେ ବୋଲି କହିଛନ୍ତି ଗ୍ରାମର ସଞ୍ଜୀବ ଘୋଷ। 
ଖାଲି ପଠାପଢାରେ ଅବହେଳା ନୁହେଁ ପିଲା ମାନଙ୍କୁ ଅନ୍ୟ କାମରେ ଲଗାଇବା, ଠିକ୍ ଭାବରେ ଛାତ୍ରଛାତ୍ରୀଙ୍କୁ ଖାଦ୍ୟ ଦେଉନଥିବାଭଳି ଅଭିଯୋଗ କରିଛନ୍ତି ପୂର୍ବତନ ପରିଚାଳନ କମିଟିର ସଭାପତି ଗୌରାଙ୍ଗ ନାୟକ। ବିଳମ୍ବରେ ବିଦ୍ୟାଳୟକୁ ଶିକ୍ଷକ ଶିକ୍ଷୟତ୍ରୀ ଆସନ୍ତି ବୋଲି ୱାର୍ଡ ମେମ୍ବର ମତିଲାଲ୍ ନାୟକ ପରିଚାଳନା କମିଟିର ଉପସଭାପତି ଶଙ୍କର ନାୟକ କହିଛନ୍ତି। ଏ ବାବଦରେ ପ୍ରତିନିଧି ବିଓଙ୍କୁ ଜଣାଇବା ପରେ ବିଓଙ୍କ ନିର୍ଦ୍ଦେଶରେ ସ୍ଥାନୀୟ ସିଆରସିସି ନିବେଦିତା ନାୟକ ବିଦ୍ୟାଳୟରେ ପହଞ୍ଚି ତଦନ୍ତ କରିଛନ୍ତି।