Movie prime

ଦୁର୍ବଳ ହେଲା ଅବପାତ ଦେଖନ୍ତୁ ଏବେ ଏହିସବୁ ସ୍ଥାନକୁ ମିଳିଲା ସତର୍କ ସୂଚନା ସାବଧାନ ରୁହନ୍ତୁ ଏହିସବୁ ଜିଲ୍ଲା

 
Gg
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆସନ୍ତା ୧୩ ତାରିଖ ବେଳକୁ ବଙ୍ଗୋପାସଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହୋଇପାରେ। ଏମିତିକି, ଏହା ଘନୀଭୂତ ହୋଇ ପରବର୍ତ୍ତୀ ୨୪ରୁ ୪୮ଘଣ୍ଟା ମଧ୍ୟରେ ଅବପାତର ମଧ୍ୟ ରୂପ ନେବାର ସମ୍ଭାବନା ରହିଛି। ଗୋଟିଏ ଲଘୁଚାପ ଯାଉଯାଉ ପୁଣି ଏକ ଲଘୁଚାପ ଦାନା ବାନ୍ଧୁଥିବାରୁ ରାଜ୍ୟବାସୀଙ୍କ ପାଇଁ ଚିନ୍ତା ବଢ଼ିଛି। ଗତ ୫ତାରିଖରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ଯୋଗୁଁଁ ମାଲକାନଗିରି ଓ କୋରାପୁଟ ଜିଲ୍ଲା ଗୁରୁତର ଭାବେ ପ୍ରଭାବିତ ହୋଇଛି। 
Gg
ଏବେ ବର୍ଷା କମିବା ଯୋଗୁଁଁ ଧୀରେଧୀରେ ସ୍ଥିତି ସ୍ୱାଭାବିକ ହେଉଛି। ମାତ୍ର ପୁଣି ଗୋଟିଏ ଲଘୁଚାପ ଯୋଗୁଁଁ ରାଜ୍ୟରେ ଭାରି ବର୍ଷାର ସମ୍ଭାବନା ସୃଷ୍ଟି କରିଛି। ତେବେ ସମ୍ଭାବ୍ୟ ଲଘୁଚାପଟି ଉତ୍ତର ଓଡ଼ିଶାରେ ଅଧିକ ପ୍ରଭାବ ପକାଇବାକୁ ଥିବାରୁ ଦକ୍ଷିଣ ଓଡ଼ିଶା ପାଇଁ ସାମାନ୍ୟ ଆଶ୍ବସ୍ତିକର ଖବର ମିଳିଛି। ଆସନ୍ତା ୧୨ତାରିଖରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ଏହା ପ୍ରଭାବରେ ୧୩ରେ ପଶ୍ଚିମବଙ୍ଗ ଉପରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। 
Gg
ଏହି ଲଘୁଚାପ ପରବର୍ତ୍ତୀ ୨୪-୪୮ ଘଣ୍ଟା ମଧ୍ୟରେ ଅବପାତର ରୂପ ନେବାକୁ ଥିବାରୁ ଏହା ପ୍ରଭାବରେ ରାଜ୍ୟରେ ଭାରି ବର୍ଷା ହେବ। ବିଶେଷକରି ବାଲେଶ୍ୱର, ମୟୂରଭଞ୍ଜ ଓ ସୁନ୍ଦରଗଡ଼଼ରେ ୧୩ରୁ ୧୫ ତାରିଖ ମଧ୍ୟରେ ଭାରି ବର୍ଷା ହୋଇପାରେ। ଯଦି ଏହି ଲଘୁଚାପଟି ଦକ୍ଷିଣ-ପଶ୍ଚିମବଙ୍ଗରେ ସୃଷ୍ଟି ହୁଏ, ତେବେ ଉପରୋକ୍ତ ୩ଟି ଜିଲ୍ଲା ସମେତ ଭଦ୍ରକ, ଢେଙ୍କାନାଳ, କେନ୍ଦୁଝର, ଯାଜପୁର, ଦେବଗଡ଼଼ ଓ ଝାରସୁଗୁଡ଼ାରେ ମଧ୍ୟ ଭାରି ବର୍ଷା ହେବ ଏବଂ ୧୬ରେ ମଧ୍ୟ ଉତ୍ତର-ପଶ୍ଚିମ ଓଡ଼ିଶାରେ ବର୍ଷା ହେବ। 
ତେବେ ଏହି ଲଘୁଚାପ ଦ୍ୱାରା ଝାଡ଼ଖଣ୍ଡରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଥିବା ବେଳେ ଦକ୍ଷିଣ ଓଡ଼ିଶାରେ ସପ୍ତାହକ ମଧ୍ୟରେ ବିଶେଷ ବର୍ଷା ନାହିଁ। ସେହିପରି ଖୋର୍ଦ୍ଧା, ପୁରୀ, ନୟାଗଡ଼଼, ଅନୁଗୁଳ, ବୌଦ୍ଧ ଓ ସମ୍ବଲପୁରରେ ସପ୍ତାହକ ମଧ୍ୟରେ କିଛି ବର୍ଷା ହୋଇପାରେ ବୋଲି ପ୍ରଫେସର୍‌ ପଶୁପାଳକ କହିଛନ୍ତି। ୧୨ତାରିଖରେ ମୟୂରଭଞ୍ଜ ଓ କେନ୍ଦୁଝରରେ ପ୍ରବଳ ବର୍ଷା ନେଇ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।