Movie prime

ପାଣିପାଗ ବିଭାଗ ତରଫରୁ ଆସିଲା ସତର୍କ ସୂଚନା ଦେଖନ୍ତୁ ଆଉ ସାବଧାନ ରୁହନ୍ତୁ ଏହିସବୁ ଜିଲ୍ଲା

 
Gg
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇବା ସହ ପାଣିପାଗ ବିଷୟରେ କିଛି ଖବର ଆପଣମାନେ ଜାଣିପାରିବେ । ଏବେ ଏହି ଭିଡିଓରେ ଆପଣମାନେ ପାଣିପାଗକୁ ନେଇ ଆସିଥିବା ନୂଆ ଅପଡେଟ ଜାଣିପାରିବେ । ଏବେ ଆପଣମାନେ ମେଘୁଆ ପାଗ ଦେଖୁଥିବେ ଆଉ କେତେବେଳେ କେତେବେଳେ ଖରା ମଧ୍ୟ ଦେଖିବାକୁ ମିଳୁଛି । 
Gg
ରାଜ୍ୟରେ ମୌସୁମୀ ପ୍ରଭାବରେ ଆଗାମୀ ୫ ଦିନ ଯାଏଁ ଅଧିକାଂଶ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଯାହାକୁ ଦୃଷ୍ଟିରେ ରଖି ଆଗାମୀ ୨୪ ଘଂଟା ପାଇଁ ୨୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ସେହି ଜିଲ୍ଲା ଗୁଡିକ ହେଲା ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ନୂଆପଡ଼ା, ବଲାଙ୍ଗିର, କନ୍ଧମାଳ, ସୋନପୁର, ବୌଦ୍ଧ, ବରଗଡ଼଼, ସମ୍ବଲପୁର, ଦେବଗଡ଼଼, ଅନୁଗୁଳ, ନୟାଗଡ଼, ଖୋର୍ଦ୍ଧା।
Gg
ଏବଂ ପୁରୀ, ଢ଼େଙ୍କାନାଳ, ଯାଜପୁର, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଏବଂ ବାଲେଶ୍ୱର। ତେବେ ତନ୍ମଧ୍ୟରୁ ୧୦ ଜିଲ୍ଲା ବରଗଡ଼, ସମ୍ବଲପୁର, ଅନୁଗୁଳ, ନୟାଗଡ଼, ଖୋର୍ଦ୍ଧା, ଢ଼େଙ୍କାନାଳ, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା ଏବଂ ଭଦ୍ରକ ଜିଲ୍ଲାକୁ ଭୀଷଣରୁ ଅତି ଭୀଷଣ ବର୍ଷା ନେଇ ଚେତାବନୀ ଜାରି ହୋଇଛି। ଏସବୁ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ୧୨ରୁ ୨୦ ସେ.ମି. ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। 
ତେବେ ୟେଲୋ ୱାର୍ଣ୍ଣିଂ ଜାରି ହୋଇଥିବା ଅନ୍ୟ ୧୨ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ୭ରୁ ୧୧ ସେ.ମି. ପର୍ଯ୍ୟନ୍ତ ବର୍ଷା ହୋଇପାରେ। ସେହିପରି ପ୍ରବଳ ବର୍ଷା ନେଇ ଆସନ୍ତାକାଲି ପାଇଁ ୨୬ ଜିଲ୍ଲା ଏବଂ ୨୭ ତାରିଖରେ ୭ ଜିଲ୍ଲା, ୨୮ ତାରିଖରେ ୫ ଜିଲ୍ଲା ଏବଂ ୨୯ ତାରିଖରେ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଭୁବନେଶ୍ୱର ସ୍ଥିତ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ମିଳିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.