ଆମର କିଛି ଆର୍ଥିକ ସହାୟତା ଦରକାର୍ ନାହିଁ, ଦୟାକରି ଆମ ନାଁ ରେ ମିଛ ପ୍ରଚାର କରନ୍ତୁନି ବୋଲି ଅନୁରୋଧ କଲେ ଅରିନ୍ଦମ ଙ୍କ ଭଉଣୀ

ଦିବଂଗତ ବରିଷ୍ଠ ସାମ୍ବାଦିକ ଅରିନ୍ଦମ ଦାସଙ୍କ ଭଉଣୀ ଝରଣା ଦାସଙ୍କ ଏକ ଟୁଇଟ୍ ଚର୍ଚ୍ଚାକୁ ଆସିଛି। ସୋସିଆଲ ମିଡିଆରେ ଅରିନ୍ଦମ ଦାସଙ୍କ ନାଁରେ ଟଙ୍କା ମାଗିବା ଘଟଣାକୁ ପରିବାର ଲୋକେ ନାପସନ୍ଦ କରିଛନ୍ତି। ବର୍ତ୍ତମାନ ପରିସ୍ଥିତିରେ ସେମାନେ ଏଭଳି କଥାକୁ ଗ୍ରହଣ କରିପାରିବେ ନାହିଁ ବୋଲି ତାଙ୍କ ଭଉଣୀ ଲେଖିଛନ୍ତି।

ଏଥିସହଏଭଳି ଦୁଃଖଦ ସମୟରେ ଉପହାସ କରା ନ ଯାଉ ବୋଲି ସେ ଅନୁରୋଧ କରିଛନ୍ତି। ଭଗବାନଙ୍କ କୃପାରୁ ସେମାନେ ଏହି ଅସମୟରେ ପରିସ୍ଥିତିର ମୁକାବିଲା ପାଇଁ ସକ୍ଷମ ବୋଲି ଲେଖିଛନ୍ତି ଅରିନ୍ଦମ ଦାସଙ୍କ ଭଉଣୀ ଝରଣା।

 

ତେଣୁ ସୋସିଆଲ ମିଡିଆରେ ଅପପ୍ରଚାର ନକରିବାକୁ ସେ ଅନୁରୋଧ କରିଛନ୍ତି। ସେମାନେ ତିନି ଭଉଣୀ ଓ ଦୁଇ ଭାଇ ଏବଂ ପରିବାରର ଅନ୍ୟ ସଦସ୍ୟ ଏକାଠି ଅଛନ୍ତି, ଏବଂ ଏହି ପରିସ୍ଥିତିକୁ ସାମନା କରୁଛନ୍ତି। ପରିବାର ଭାବେ ଅରିନ୍ଦମଙ୍କର ଯାହାବି ଆର୍ଥିକ ବୋଝ ରହିଛି ତାହାକୁ ସେମାନେ ମିଳିତ ଭାବେ ତୁଲାଇବେ ବୋଲି ଲେଖିଛନ୍ତି।

ସୋସିଆଲମିଡିଆରେ ଅରିନ୍ଦମଙ୍କ ୬୦ ଲକ୍ଷ ଟଙ୍କା ଋଣ ଅଛି ବୋଲି କୁହାଯାଉଥିବା ସହ ସହାୟତା ପାଇଁ ଅର୍ଥ ସଂଗ୍ରହ ଲାଗି ଆବେଦନ ହୋଇଛି । ଏହି ଘଟଣା ପରେ ଅରିନ୍ଦମଙ୍କ ପରିବାର ପକ୍ଷରୁ ଏଭଳି ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହାକୁ ଏକ ଅପମାନ ଭାବେ ବିବେଚନା କରୁଛନ୍ତି ତାଙ୍କ ପରିବାର।

Leave a Reply

Your email address will not be published. Required fields are marked *