Movie prime

ଅଟୋର ଏମିତି କାମ କରି ପୁଣି ଜେଲ୍ ଗଲେ Tunguru Bhola ଦେଖନ୍ତୁ ସାମ୍ନାକୁ ଆସିଲା ବହୁତ୍ ବଡ଼ ଖବର

 
Bh
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ପୁଣି ସାମ୍ନାକୁ ଆସିଛି ଟୁଙ୍ଗୁରୁ ଭୋଳ କାରାନାମା। ଯାହାକୁ ଶୁଣିଲେ ଆପଣମାନେ ମୁଣ୍ଡରେ ହାତ ଦେବେ। ପରକୀୟା ପ୍ରୀତି ପାଇଁ ବହୁଚର୍ଚ୍ଚିତ ଟୁଙ୍ଗୁରୁ ଭୋଳର ପୁଣି ଏକ କାରାନାମା ପଦାକୁ ଆସିଛି। ଭୁବନେଶ୍ୱର ଚନ୍ଦକା ରାସ୍ତାରେ ଅଟୋ ଭିତରେ ଏମିତି କରୁଥିଲା ଟୁଙ୍ଗୁରୁ ଭୋଳ ଏବେ ପୋଲିସ ହାତରେ ପଡିଛି ଧରା। ଏଥର କେଉଁ ଭାଉଜ ନୁହଁ ବରଙ୍ଗ ଚୋର ଗ୍ୟାଙ୍ଗଙ୍କୁ ଅଟୋରେ ବୋହି ନେଉଥିଲା ସେ ପୁଣି ୪ ଜଣ ଚୋର। 
Vv
ଚୋର ଗ୍ୟାଙ୍ଗରେ ସମ୍ପର୍କ ରଖି ପୋଲିସ ହାବୁଡରେ ପଡିଛି। ୧୧ ଜଣଙ୍କୁ ଗିରଫ କରିଛି ପୋଲିସ। ଏକ ଚୋର ଗ୍ୟାଙ୍ଗର ସଦସ୍ୟମାନଙ୍କୁ ଅଟୋରେ ବୋହିବାରୁ ଟୁଙ୍ଗୁରୁ ଭୋଳକୁ କମିଶନରେଟ ପୋଲିସ ଗିରଫ କରିଛି। ଟୁଙ୍ଗୁରୁ ଭୋଲ ସହ ଅନ୍ୟ ୧୦ ଜଣଙ୍କୁ ଗିରଫ କରିଛି ପୋଲିସ। ଏ ଘଟଣାଟି ଘଟିଛି ଭୁବନେଶ୍ୱର ଚନ୍ଦକା ଥାନା ଅଞ୍ଚଳରେ। ପୋଲିସର କହିବା ମୁତାବକ, ଟୁଙ୍ଗୁରୁ ଭୋଳ ତାର ଅଟୋରାକ୍ସା ନେଇ ଗତକାଲି ରାତିରେ ନନ୍ଦନକାନନ-ଚନ୍ଦକା ରାସ୍ତାରେ ଯାଉଥିଲେ। 
Bh
ହଠାତ୍ ଟୁଙ୍ଗୁରୁ ଭୋଳର ଅଟୋକୁ ଦେଖି ପୋଲିସର ହୋଇଥିଲା ସନ୍ଦେହ। ସଙ୍ଗେ ସଙ୍ଗେ ଅଟୋକୁ ଅଟକାଇ ଯାଂଚ କରିବା ପରେ ଉକ୍ତ ଅଟୋରିକ୍ସାରୁ ୪ ଜଣ ବାହାରିଲେ। ସେମାନଙ୍କ ନିକଟରୁ ଚୋରି ସାମଗ୍ରୀ ଧରାପଡିଥିବା ଜଣାପଡିଛି। ସେମାନେ ଏକ ଆପାର୍ଟମେଣ୍ଟରୁ ଚୋରି କରି ଫେରାର୍ ହେଉଥିବା ବେଳେ ପୋଲିସ ଜାଣିବାକୁ ପାଇଥିଲା। ଏହା ସହ ଓଡିଶାକୁ ଆସୁଥିବା ବୋହୁ ଭାରିଯାନରେ ଏମାନେ ବିଭିନ୍ନ ସାମଗ୍ରୀକୁ ଅନ୍ୟରାଜ୍ୟକୁ ପଠାଉଥିଲେ। 
ଚୋରି କରି ପ୍ରାୟ ୧ କୋଟି ଟଙ୍କାରେ ବ୍ରିକି କରିଥିବା ଜଣାପଡିଛି। ଏହି ଗ୍ୟାଙ୍ଗ୍‌ର ୧୫ରୁ ଅଧିକ ଥିବା ବେଳେ ଏବେ ୧୧ଜଣଙ୍କୁ ଧରିବାରେ ସକ୍ଷମ ହୋଇଛି ପୋଲିସ। ଟୁଙ୍ଗୁରୁ ଭୋଳ ଚୋରମାନଙ୍କୁ କେବଳ ଅଟୋରେ ଚାଲାଣ କରୁଥିଲା ନାଁ ଚୋରରେ ତାର ସଂପୃତି ରହିଛି ସେନେଇ ପୋଲିସ ତଦନ୍ତ ଚଲାଇଛି। ଆସନ୍ତକାଲି ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟଚାଲଣ କରିବ ପୋଲିସ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.