Movie prime

ମୁଣ୍ଡ ନୁଆଁଇଲେ ମମତା ବାନାର୍ଜୀ ହେଲେ ଜୁନିଅର ଡାକ୍ତର କଲେ ଏମିତି କାମ ଦେଖନ୍ତୁ ଆସିଲା ବଡ଼ ଖବର

 
Gg
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଡାକ୍ତରୀ ଛାତ୍ରୀ ଦୁଷ୍କର୍ମ ଓ ହତ୍ୟା ପ୍ରତିବାଦରେ କୋଲକାତା ସ୍ବାସ୍ଥ୍ୟ ଭବନ ଆଗରେ ମାସେରୁ ଅଧିକ ହେବ, ଧାରଣାରେ ବସିଛନ୍ତି ଡାକ୍ତର। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ବି ସେମାନେ କାମରେ ଯୋଗ ଦେଉନାହାନ୍ତି। ମମତା ବାନାର୍ଜୀ ବାରମ୍ବାର ଡାକିଲେ ମଧ୍ୟ ଆଲୋଚନା ବୈଠକକୁ ସେମାନେ ଗଲେନି। ଫଳରେ ନିଜେ ଧାରଣାସ୍ଥଳକୁ ଆସି ଡାକ୍ତରଙ୍କୁ କାମକୁ ପେରିବାକୁ ନିବେଦନ କରିଛନ୍ତି ମମତା। 
Bv
ଆନ୍ଦୋଳନରତ ଡାକ୍ତରମାନେ ଆଲୋଚନା ପାଇଁ ରାଜି ହୋଇଛନ୍ତି। ତେବେ ଆଲୋଚନାରେ ସ୍ବଚ୍ଛତା ରହିବା ନିହାତ ଦରକାର ବୋଲି ଦାବି କରିଛନ୍ତି। ସଚିବାଳୟରେ ୪ ଦିନ ଅପେକ୍ଷା କଲେ। ଆଲୋଚନା ପାଇଁ ଆନ୍ଦୋଳନରତ ଡାକ୍ତରଙ୍କୁ ଡାକିଲେ। କିନ୍ତୁ କେହି ଜଣେ ମଧ୍ୟ ଆଲୋଚନା ବୈଠକକୁ ଆସିଲେନି। ଶେଷରେ ନିଜ ସୁରକ୍ଷାକୁ ବାଜି ଲଗାଇ ଆନ୍ଦୋଳନରତ ଡାକ୍ତରଙ୍କ ପାଖକୁ ଆସିଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଆନ୍ଦୋଳନ ଛାଡ଼ି ଡାକ୍ତରମାନେ କାମରେ ଯୋଗ ଦେବାକୁ ନିବେଦନ କରିଛନ୍ତି ସେ। 
Bb
ଡାକ୍ତରଙ୍କ ସମସ୍ତ ଦାବି ଉପରେ ଅନୁଧ୍ୟାନ କରି ଖୁବ୍ ଶୀଘ୍ର ସରକାର ନିଷ୍ପତ୍ତି ନେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ରାଜ୍ୟ ସରକାର କୌଣସି ପଦକ୍ଷେପ ନେବେନି, ତୁରନ୍ତ ଡାକ୍ତରମାନେ କାମରେ ଯୋଗ ଦେବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଡାକ୍ତରମାନେ ତାହା ଶୁଣୁ ନାହାନ୍ତି। ମଙ୍ଗଳବାରଠାରୁ ଡାକ୍ତରଙ୍କୁ ଆଲୋଚନା ପାଇଁ ଡାକି ଚାଲିଛନ୍ତି ମମତା ବାନାର୍ଜୀ ସରକାର। ମଙ୍ଗଳବାର ସ୍ବାସ୍ଥ୍ୟ ସଚିବଙ୍କ ମାଧ୍ୟମରେ ଆନ୍ଦୋଳନରତ ଡାକ୍ତରଙ୍କୁ ଡକାଇଥିଲେ ମୁଖ୍ୟମନ୍ତ୍ରୀ। 
କିନ୍ତୁ ଡାକ୍ତରମାନେ ଯେଉଁ ଦାବି ରଖିଛନ୍ତି, ସେଥିରେ ସ୍ବାସ୍ଥ୍ୟ ସଚିବଙ୍କପ ପଦରୁ ବାହାର କରିବା ଦାବି ରହିଛି। ଯେଉଁଥିପାଇଁ ମଙ୍ଗଳବାର ସେମାନେ ଆଲୋଚନାକୁ ଯାଇ ନଥିଲେ। ବୁଧବାର ଦ୍ବିତୀୟ ଥର ପାଇଁ ଯାଇଥିଲେ। କିନ୍ତୁ ଆଲୋଚନାର ଲାଇଭ୍ ଷ୍ଟ୍ରିମିଂ କରିବାକୁ ରାଜ୍ୟ ସରକାର ରାଜି ନହେବାରୁ ଆଲୋଚନା ହୋଇପାରି ନଥିଲା। ଆଉ ଏବେ ଆନ୍ଦୋଳନରତ ଡାକ୍ତରଙ୍କ ପାଖକୁ ଆସି ନିବେଦନ କରିଛନ୍ତି ନିଜେ ମୁଖ୍ୟମନ୍ତ୍ରୀ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.