Movie prime

ଦର୍ଶନ ନପାଇ ଫେରିଲେ ଭକ୍ତ ଦେଖନ୍ତୁ ଆଖି ଛଳଛଳ କରି କଣ କହିଲେ ସରକାର ଙ୍କୁ

 
Gh
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଅନେକ କିଛି କଥା ଜାଣିପାରିବେ ଯାହା ଶ୍ରୀମନ୍ଦିରକୁ ନେଇ ଆସିଛି । ଶ୍ରୀମନ୍ଦିରର ଚାରି ଦ୍ଵାର ଖୋଲା ଯାଇଛି । ଆଉ ଏବେ ସେଠାକୁ ଭକ୍ତଙ୍କ ସୁଅ ଚୁଟୁଛି । ଭକ୍ତମାନେ ସେଠାରେ ପହଞ୍ଚି ମହାପ୍ରଭୁଙ୍କ ଦର୍ଶନ ପାଇ ନାହାଁନ୍ତି ବୋଲି କହିଛନ୍ତି । 
Gh
ଜଣେ ବୃଦ୍ଧ ବ୍ୟକ୍ତି ସେଠାକୁ ଯାଇଛନ୍ତି ଆଉ ସେ ପୁରୀ ଶ୍ରୀମନ୍ଦିର ଭିତରକୁ ଠେଲା ପେଲାରେ ଯାଇପାରିଲେ ନାହିଁ । ସେ ପ୍ରଭୁଙ୍କ ପାଖକୁ ଯାଇଥିଲେ କିନ୍ତୁ ପ୍ରଭୁଙ୍କ ଦର୍ଶନ କରିପାରିଲେ ନାହିଁ । ସେଠାରେ ବହୁତ ଭିଡ ଥିଲା । ଏହି ବୃଦ୍ଧ ବ୍ୟକ୍ତି ଜଣକ ଦଶପଲ୍ଲା ସ୍ଥାନରୁ ଆସିଥିଲେ । ସେ ଦିନ ୧୨ରେ ଛିଡ଼ା ହେଲେ ୩ଟା ହୋଇଥିଲା ପଛକେ ସେ ପ୍ରଭୁଙ୍କ ପାଖରେ ପହଞ୍ଚିଲେ କିନ୍ତୁ ଦର୍ଶନ କରିପାରିଲେ ନାହିଁ । ତାଙ୍କ ମନ ଦୁଃଖ ହୋଇଛି । ସେ ମନ ଦୁଃଖରେ ଫେରି ଯାଉଛନ୍ତି ବୋଲି କହିଛନ୍ତି । ଏହି ବ୍ୟକ୍ତି ଜଣକ କାନ୍ଦି ପକାଇଛନ୍ତି ।
Hh
ଏହି ବ୍ୟକ୍ତି ଜଣକ କାନ୍ଦି କାନ୍ଦି କହିଛନ୍ତି ଚାରି ଦ୍ଵାର ଖୋଲା ହେଲା ବୋଲି ସେ ବହୁତ ଖୁସି କିନ୍ତୁ ସେ ପ୍ରଭୁଙ୍କ ଦର୍ଶନ ପାଇଲେ ନାହିଁ । ସେ କହିଛନ୍ତି ଫୁଲ ସରକାର ଆସିଲେ ଭଲ ହେଲା ଆଉ ସରକାର କିଛି ପଦକ୍ଷେପ ନେଲେ ସେ ଖୁସି ହୁଅନ୍ତେ ବୋଲି କହିଛନ୍ତି । ଆଉ ଏପଟେ ଆଉ ଜଣେ ବ୍ୟକ୍ତି କହିଛନ୍ତି ମନ୍ଦିରର ଚାରି ଦ୍ଵାର ଖୋଲା ହୋଇଛି । ବ୍ୟବସ୍ଥା କିଛି ହୋଇନାହିଁ । ଭକ୍ତମାନେ ଭଗବାନଙ୍କ ଦର୍ଶନ ପାଉ ନାହାନ୍ତି । ପ୍ରଭୁଙ୍କ ଦର୍ଶନ ପାଇବା ପାଇଁ କେତେ କେଉଁଆଡ଼ୁ ଆସିଛନ୍ତି କିନ୍ତୁ ଭଗବାନଙ୍କ ଦର୍ଶନ ମିଳିନାହିଁ । 
କିଛି ନିୟମ ନାହିଁ । କାହାକୁ ଭିତରକୁ ଛାଡୁଛନ୍ତି ଆଉ ଯିଏ ଭିତରେ ରହିଲା ସେ ଆରାମରେ ଦର୍ଶନ କରି ଆସୁଛନ୍ତି ଆଉ ଅନ୍ୟ କେହି ଦର୍ଶନ ପାଉ ନାହାଁନ୍ତି । ଛୋଟ ପିଲାଟିଏ ଫସି ଯାଇଥିଲା ଏହି ଭିଡ ଭିତରେ ତାକୁ ଲୋକମାନେ ବାହାର କରିଥିଲେ । ପ୍ରଶାସନ ଭଲ ବ୍ୟବସ୍ଥା କରିବା କଥା । କେତେ ସ୍ଥାନରୁ ଲୋକମାନେ ଆସୁଛନ୍ତି । ଭିଡ ପ୍ରବଳ ରହୁଛି ଆଉ ସେହି ଅନୁସାରେ ପ୍ରଶାସନ ବ୍ୟବସ୍ଥା କରିବା ଉଚିତ୍ । ପ୍ରଶାସନ ଅଧିକ ବ୍ୟବସ୍ଥା କରିଲେ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ବୋଲି ଭକ୍ତମାନେ କହିଛନ୍ତି ।