Movie prime

ପ୍ରଧାନମନ୍ତ୍ରୀ ହେଇଗଲେ ଆଶ୍ଚର୍ଯ୍ୟ ଦେଖନ୍ତୁ ଗରିବ ଚାକର ହୋଇଗଲେ କୋଟିପତି

 
Vv
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ଘରେ କାମ କରୁଥିବା ଜଣେ ଚାକର କୋଟିପତି ହୋଇଯାଇଛନ୍ତି। ସେ ବ୍ୟକ୍ତିଗତ ବିମାନରେ ଯାତ୍ରା କରୁଛନ୍ତି ଏବଂ ବର୍ତ୍ତମାନ ଆମେରିକାରେ ରହୁଛନ୍ତି। ଶେଖ ହସିନା ଏହା ଜାଣି ନିଜେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ସେ କହିଛନ୍ତି, ସାଧାରଣ ଲୋକଙ୍କ ପାଇଁ ଏତେ ଟଙ୍କା ରୋଜଗାର କରିବାକୁ ୧୩ ହଜାର ବର୍ଷ ଲାଗେ।
Gg
ହେଲେ ସେ କିପରି ଏତେ ପରିମାଣର ରୋଜଗାର କଲେ। ଏହି ବ୍ୟକ୍ତି ଜାଣଙ୍କ ହେଲେ ଜାହାଙ୍ଗୀର ଆଲାମ। ସେ ବର୍ତ୍ତମାନ ଆମେରିକା ପଳାୟନ କରିଛନ୍ତି। ତାଙ୍କ ସମ୍ପତ୍ତି ୨୮୪ କୋଟି ଟଙ୍କା ରହିଛି। ଏହି କଥା ପଦାକୁ ଆସିବା ପରେ ଶେଖ ହସିନା ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।ଅଭିଯୋଗ ହୋଇଛି ଯେ, ଜାହାଙ୍ଗୀର ଶେଖ ହସିନାଙ୍କ କାର୍ଯ୍ୟାଳୟରେ କାମ କରୁଥିବାବେଳେ ଲୋକଙ୍କଠାରୁ ଟଙ୍କା ଲୁଟ କରୁଥିଲେ। 
Bb
କିନ୍ତୁ ସେ ପ୍ରଧାନମନ୍ତ୍ରୀଙ୍କ ଘରେ ଅତିଥିମାନଙ୍କୁ ଚା’, ପାଣି ଏବଂ ସ୍ନାକ୍ସ ପରିବେଷଣ କରୁଥିଲେ। କାମ କରାଇଦେବା ବାହାନାରେ ସେ ଲୋକଙ୍କଠାରୁ ବିପୁଳ ପରିମାଣର ଟଙ୍କା ସଂଗ୍ରହ କରୁଥିଲେ। ପ୍ରଧାନମନ୍ତ୍ରୀ ଶେଖ ହସିନା ନିଜେ ଏହା ଜାଣି ଆଶ୍ଚର୍ଯ୍ୟ ହୋଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସେ କହିଛନ୍ତି, "ମୋ ଘରେ କାମ କରୁଥିବା ଜଣେ ବ୍ୟକ୍ତି ଆଜି କୋଟି କୋଟି ମୂଲ୍ୟର ସମ୍ପତ୍ତିର ମାଲିକ ଅଟନ୍ତି। ସେ ଏତେ ଟଙ୍କା କେଉଁଠୁ ଆଣିଲେ ବୋଲି ସେ ପ୍ରଶ୍ନ କରିଛନ୍ତି। 
ଜଣେ ସାଧାରଣ ବାଂଲାଦେଶୀ ଏହି ବହୁ ଧନ ସଂଗ୍ରହ କରିବାକୁ ୧୩ ହଜାର ବର୍ଷ ଲାଗିପାରେ। ସରକାର ଏହି ଘଟଣାର ଗମ୍ଭୀରତାର ସହ ଅନୁସନ୍ଧାନ କରିବେ"। ସରକାରୀ କର୍ମଚାରୀଙ୍କ ସହ ଜଡିତ ଦୁର୍ନୀତି ମାମଲାରେ ଜାହାଙ୍ଗୀର ଆଲାମଙ୍କ ନାମ ଆସିଛି। ଦୁର୍ନୀତିଗ୍ରସ୍ତଙ୍କ ସମ୍ପର୍କରେ ଏକ ତାଲିକା ପ୍ରସ୍ତୁତ କରାଯାଇଛି, ଯେଉଁଥିରେ ପୂର୍ବତନ ସେନା ମୁଖ୍ୟ, ପୋଲିସ ଅଧିକାରୀ, ଟିକସ ଅଧିକାରୀଙ୍କ ସମେତ ବହୁ ସରକାରୀ କର୍ମଚାରୀଙ୍କ ନାମ ରହିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.