Movie prime

କେବେ ନେବେ କଳ୍କୀ ଅବତାର ଏବଂ ସେହି ସମୟରେ କଣ ହେବ ଜାଣନ୍ତୁ ଏହାର ପ୍ରକୃତ ସତ

 
Vg
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ। ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁନାହିଁ। 
Vh
ବନ୍ଧୁଗଣ "କଳକୀ" ୨୮୯୮ ଏଡି ବର୍ତ୍ତମାନ ସମୟରେ ସିନେମା ହଲରେ ରେକର୍ଡ କରିଛି। ଖାଲି ଦେଶ ନୁହେଁ ବିଦେଶରେ ମଧ୍ୟ "କଳୀକି" କରୁଛି ଧମାଲ। ବନ୍ଧୁଗଣ ଆପଣ ମାନେ ବାସ୍ତବରେ ଜାଣିଛନ୍ତି କଳକୀ କି, ଆସନ୍ତୁ ଜାଣିବା କଳିକୀଙ୍କ ବିଷୟରେ। ହିନ୍ଦୁ ଧର୍ମରେ କଳକୀ ଅବତାରକୁ ନେଇ ଅନେକ ମହତ୍ତ୍ଵପୂର୍ଣ୍ଣ ତଥ୍ୟ ଉଲ୍ଲେଖ କରାଯାଇଛି। ଦେଖିବାକୁ ଗଲେ ଭଗବାନ କଳକୀଙ୍କୁ ଶ୍ରୀକୃଷ୍ଣଙ୍କର ଦଶମ ଏବଂ ଶେଷ ଅବତାର ବୋଲି କୁହାଯାଏ। ପୁରାଣ ଅନୁସାରେ କଳିଯୁଗ ଶେଷରେ ଭଗବାନ ବିଷ୍ଣୁ କଳକୀ ରୂପରେ ଅବତାର ନେବେ। 
Vh
ଆଉ ମାନ୍ୟତା ରହିଛି ଯେ, ଯେତେବେଳେ ଅଧର୍ମ ଚରମ ସୀମାରେ ପହଞ୍ଚିବ ସେତେବେଳେ ପୁଣିଥରେ ଆରମ୍ଭ ହେବ ସତ୍ୟଯୁଗ। ଲୋକେ କଳକୀ ଅବତାର ନେଇ ପୃଥିବୀରୁ ପାପୀ ମାନଙ୍କର ନାଶ କରିବେ। ଆଉ ପୁଣିଥରେ ହେବ ଧର୍ମର ବିଜୟ। ଦେଖିବାକୁ ଗଲେ ଏହି ଅବତାରକୁ ନେଇ ଅନେକ ଭବିଷ୍ୟବାଣୀ କରାଯାଇଛି। କିନ୍ତୁ ଏହି ଅବତାର ୬୪ କଳାକୁ ନେଇ ପୂର୍ଣ୍ଣ ଥିବ। ପୁରାଣ ହିସାବରେ ଭଗବାନ କଳକୀ ଉତ୍ତରପ୍ରଦେଶରେ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିବେ। ଦେବଦତ୍ତ ନାଁରେ ଧଳା ଘୋଡାରେ ବସି ଭଗବାନ କଳକୀ ଦୁଷ୍ଟଙ୍କର କରିବେ ନାସ। 
ଶ୍ରୀମଦ୍ ଭଗବତ ମହାପୁରାଣର ୧୨ତମ ସ୍କନ୍ଦ ଆଉ ୨୪ତମ ଶ୍ଳୋକରେ କଳକୀ ଅବତାର ବିଷୟରେ କୁହାଯାଇଛି ଯେ, ଗୁରୁ, ସୂର୍ଯ୍ୟ, ଚନ୍ଦ୍ର ଯେତେବେଳେ ଏକା ସାଙ୍ଗରେ ପୁଶ୍ୟ ନକ୍ଷତ୍ରରରେ ପ୍ରବେଶ କରିବେ ସମଭଲ ଗାଁରେ ବିଷ୍ଣୁ ୟାସା ନାମକ ଏକ ବ୍ରାହ୍ମଣ ପରିବାରରେ ଭଗବାନ କଳକୀଙ୍କର ଜନ୍ମ ହେବ। ଆଉ ଭଗବାନ କଳକୀଙ୍କର ପିତା ଭଗବାନ ବିଷ୍ଣୁଙ୍କର ହିଁ ଭକ୍ତ ଥିବେ। ବେଦ ଆଉ ପୁରାଣ ବିଷୟରେ ଜାଣିଥିବେ। ଆଉ ସେତେବେଳେ କଳକୀ ତାଙ୍କ ଘରେ ଜନ୍ମ ନେଇ ପାପର କରିବେ ସର୍ବନାଶ।