Movie prime

କୁଆଡେ ଗଲେ ଅନୁଭବ ମହାନ୍ତି ଦେଖନ୍ତୁ ଶୁଣାଣି ଆଗରୁ ଶୀଘ୍ର ଗିରଫ କରିବାପାଇଁ ଉଠିଲା ବଡ ବିବାଦ

 
Vv
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଅନୁଭବଙ୍କ ନାଁରେ ଜାରି ହୋଇଛି ଜାମିନବିହୀନ ଗିରଫ ପରୱାନା, ହାତଜରେ ରହିବେ ଅନୁଭବ ମହାନ୍ତି। କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଜଲଦି ଅନୁଭବ ମହାନ୍ତିଙ୍କୁ ଗିରଫ କରିବା ପାଇଁ ।
ଆଉ ପ୍ରଚାର କରିପାରିବେ ନାହିଁ ଅନୁଭବ। ଏବେ ଥାନରେ ଯାଇ ରହିବେ। ଶୁଣାଣି ପୂର୍ବରୁ ଅନୁଭବ ମହାନ୍ତିଙ୍କୁ ଗିରଫ କରିବା ପାଇଁ ପୁରୀଘାଟ ଥାନଧିକାରୀଙ୍କୁ ରହିଛି ନିର୍ଦ୍ଦେଶ। ତେବେ ବନ୍ଧୁଗଣ ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କ ପାଇଁ ବଢ଼ିଲା ଅଡ଼ୁଆ। 
Gh
ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ଅଭିଯୋଗ ଆଧାରରେ ଏନବିଡବ୍ଲ୍ୟୁ ଜାରି କରାଯାଇଛି। ଏନେଇ ସୂଚନା ଦେଇଛନ୍ତି ସରକାରୀ ଓକିଲ ଆଫ୍ରୋଜ ଅହମ୍ମଦ। ପୁରୀଘାଟ ଥାନାରେ ବର୍ଷା ପ୍ରିୟଦର୍ଶିନୀ କରିଥିବା ଅଭିଯୋଗକୁ ନେଇ ଅନୁଭବ ମହାନ୍ତିଙ୍କୁ କଟକ ସ୍ଵତନ୍ତ୍ର ଜେଏମଏଫସି କୋର୍ଟରେ ହାଜର ହେବା ଲାଗି କୁହାଯାଇଥିଲା।
କିନ୍ତୁ ଅନୁଭବ ବ୍ୟକ୍ତିଗତ କାରଣ ଦର୍ଶାଇ ଓକିଲଙ୍କ ଜରିଆରେ କୋର୍ଟଙ୍କୁ ସମୟ ମାଗିଥିଲେ।ଚାର୍ଜଫ୍ରେମ ପାଇଁ ହାଜର ନହେବାରୁ ସୋମବାର ଦିନ ତାଙ୍କ ବିରୋଧରେ ଏନବିଡବ୍ଲ୍ୟୁ ଜାରି କରିଛନ୍ତି କୋର୍ଟ। ମେ’ ୨୩ ତାରିଖ ସୁଦ୍ଧା ଓ୍ଵାରେଣ୍ଟ କାର୍ଯ୍ୟକାରୀ କରିବାକୁ ପୁରୀଘାଟ ଥାନାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ।
ଅନୁଭବ ମହାନ୍ତି ଏବଂ ତାଙ୍କର ଦୁଇ ଜଣ ସହଯୋଗୀ ସୁଜିତ ଦଲେଇ ଓ ଖଗେନ୍ଦ୍ର ପ୍ରସାଦ ସାହୁଙ୍କ ବିରୋଧରେ ମାନସିକ ଏବଂ ଶାରୀରିକ ନିର୍ଯାତନା ଦେଉଥିବା ନେଇ ୨୦୨୦ ମସିହା ଡିସେମ୍ବର ୧୯ ତାରିଖରେ ପୁରୀଘାଟ ଥାନାରେ ଅଭିଯୋଗ କରିଥିଲେ ବର୍ଷା ପ୍ରିୟଦର୍ଶିନୀ। 
Gh
ଏହି ଅଭିଯୋଗର ତଦନ୍ତ ପାଇଁ ପୋଲିସ ଚାର୍ଜସିଟ ଦାଖଲ କରିଥିଲା। ବର୍ଷାଙ୍କ ଅଭିଯୋଗର କୌଣସି ସତ୍ୟତା ନଥିବା ଦର୍ଶାଇ ଅନୁଭବ ମହାନ୍ତି ଡିସଚାର୍ଜ ପିଟିସନ ଦାଏର କରିଥିଲେ। ତେବେ ବର୍ଷାଙ୍କ ଅଭିଯୋଗ ଉପରେ ବିଚାର କରିବା ପାଇଁ କଟକ
ସ୍ଵତନ୍ତ୍ର ଜେଏମଫସି କୋର୍ଟ ଗତ ମେ’ ୮ ତାରିଖରେ ନିର୍ଦ୍ଦେଶ ଦେଇଥିଲେ। ଅନୁଭବ ମହାନ୍ତି ଦାଏର କରିଥିବା ଡିସଚାର୍ଜ ରିପୋର୍ଟ ଖାରଜ କରିବା ସହ ମେ’ ୧୦ ତାରିଖରେ ତାଙ୍କ ବିରୋଧରେ ଚାର୍ଜଫ୍ରେମ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ।