Movie prime

କିଏ ଏହି କୁନି ପିଲା ଯାହାକୁ ପୋଲିସ ବାବୁ ଦେଖି ମାରିଲେ ସାଲ୍ୟୁଟ

 
Bh
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଆପଣମାନେ ଏହି ଭିଡିଓରେ ଦେଖିପାରିବେ ଜଣେ କୁନି ବାଳକ ଯାହାର ବୟସ ହେଉଛି ମାତ୍ର ୭ ବର୍ଷ ଆଉ ସେ ହୋଇ ଯାଇଛନ୍ତି ଆଇପିଏସ ଅଫିସର । ଆଉ ସେ ଆଇପିଏସ ଅଫିସର ହେବା ପରେ ତାଙ୍କୁ ବଡ ବଡ ଅଫିସର ମଧ୍ୟ ସାଲ୍ୟୁଟ କରୁଛନ୍ତି । ଏହି କୁନି ବାଳକର ଏଭଳି ଆଇପିଏସ ହେବା ଆଉ ବଡ ବଡ ଅଫିସରମାନେ ତାଙ୍କୁ ସାଲ୍ୟୁଟ ମାରିବା ଦେଖି ଗାଁ ଲୋକେ ଆଶ୍ଚର୍ଯ୍ୟ ହୋଇଗଲେ ।
Bn
ଏହି କୁନି ବାଳକ ଜଣଙ୍କର ମଥାରୁ କଳା ଟିପା ଲିଭି ନାହିଁ । କିନ୍ତୁ ଦେହରେ ରହିଛି ମାଟିଆ ପୋଷାକ । ଆଉ କାନ୍ଧରେ ଲାଗିଛି ତାରା ଆଉ ଅଶୋକ ସ୍ତମ୍ଭ । ଏହି କୁନି ବାଳକ ଜଣକ ହେଉଛନ୍ତି ଆଇପିଏସ ଅଫିସର । ତାଙ୍କର ଖେଳକୁଦ ବୟସରେ ପୋଲିସ ହେବାର ସ୍ବପ୍ନ ପୂରଣ ହୋଇଛି । ସେ ସିଲଟ ଖଡ଼ି ଧରିବା ବୟସରେ ଆଇପିଏସ ବନି ଯାଇଛନ୍ତି । ଏବେ ଚର୍ଚ୍ଚାରେ ଅଛନ୍ତି ଆଇପିଏସ ବାବୁ ଜଣକ । ଏହି ଆଇପିଏସ ଅଫିସର ଜଣକ କୁନି ପିଲାଟିକୁ ଆଇପିଏସ ଅଫିସର ବନାଇଛନ୍ତି ଯାହାକୁ ନେଇ ଏବେ ସେ ଚର୍ଚ୍ଚାରେ ରହିଛନ୍ତି ।
Hh
ଏହି ଆଇପିଏସ ଅଫିସର ଜଣକ ହେଉଛନ୍ତି ରାହୁଲ ଜୈନ୍ । ସେ କୁନି ପୁଅ ଆଶିଷ କୁମାର ସ୍ୱାଇଁଙ୍କୁ ଆଇପିଏସ ଅଫିସର କରାଇଛନ୍ତି । ଏହି ୭ ବର୍ଷର କୁନି ପୁଅ ଆଶିଷ କୁମାର ସ୍ବାଇଁ ଆଇପିଏସ ପୋଷାକ ପିନ୍ଧିଲେ ଆଉ ସେ ବଡ ବଡ ଅଫିସରଙ୍କ ଠାରୁ ସାଲ୍ୟୁଟ ବି ପାଇଲେ । ଯାହାକୁ ନେଇ ଏବେ ସବୁଠି ଚର୍ଚ୍ଚା ହେଉଛି । ଏହି କୁନି ଆଇପିଏସ ଅଫିସର ଜଣକ ଏବେ ସବୁଠି ଚର୍ଚ୍ଚା ହେଉଛି । କୁନି ପୁଅଟିର ବଡ ଇଚ୍ଛା ପୂରଣ କରିଛନ୍ତି ଏହି ଆଇପିଏସ ଅଫିସର ଜଣକ । ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ସଙ୍ଖେଇ ଗାଁରେ ଆମ ପୋଲିସ କାର୍ଯ୍ୟକ୍ରମ କରି କୁନି ଆଇପିଏସଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି । 
ଏହି ଅଫିସର ଜଣକ ଛୋଟ ଛୋଟ ପିଲାଙ୍କୁ ଚକୋଲେଟ୍ ବାଣ୍ଟିବା ସହ ଗାଁ ଲୋକଙ୍କ ସହିତ ବସି ଚା ମଧ୍ୟ ପିଇଛନ୍ତି । ନିର୍ବାଚନ ସମୟରେ ଆଇପିଏସ ରାହୁଲ ଜୈନ୍ ଏହି ଗାଁର ଶାନ୍ତି ଶୃଙ୍ଖଳା ପାଇଁ ଗାଁରେ ବୁଲୁଥିଲେ ଆଉ ଏହାପରେ ଏହି କୁନି ପିଲାର ଇଚ୍ଛା ପୂରଣ କରିଥିଲେ । ଏହି ଅଫିସର ଜଣଙ୍କର ଏଭଳି କାମକୁ ନେଇ ଏବେ ସେ ଚର୍ଚ୍ଚାରେ ରହିବା ସହ ଅନେକ କିଛି ଘଟଣା ମଧ୍ୟ ଘଟିଯାଇଛି । ଆଇପିଏସ ଅଫିସର ରାହୁଲ ଜୈନଙ୍କ ଏଭଳି କାମ ଏବେ ତାଙ୍କୁ ଚର୍ଚ୍ଚାରେ ଆଣିବା ସହ ଲୋକମାନେ ତାଙ୍କର ପ୍ରଶଂସା କରୁଛନ୍ତି ।