Movie prime

କାହିଁକି କୁକୁର ଭଳି ଆଚରଣ କରୁଥିଲେ ବ୍ୟକ୍ତି ଦେଖନ୍ତୁ ସାମ୍ନାକୁ ଆସିଲା ଅସଲ କାରଣ ନିଜେ ଜାଣିଲେ ସତ

 
Hh
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ପୂର୍ବରୁ ସିନେମାରେ ଦେଖିଥିବେ କୁକୁର କାମୁଡ଼ିଲେ କିମ୍ବା କୁକୁର ବିସ୍କୁଟ ଖାଇ ମଣିଷ କୁକୁର ପରି ବ୍ୟବହାର କରିବାର। ବାସ୍ତବରେ ଏପରି ଖବର କମ ଦେଖିବାକୁ ମିଳେ। ଯାହା ଯେତିକି ଆଶ୍ଚର୍ଯ୍ୟଜନକ ସେତିକି ଭୟଙ୍କର ମଧ୍ୟ।
Vv
ବନ୍ଧୁଗଣ କୁକୁର କାମୁଡ଼ିବା ପରେ କୁକୁର ହୋଇଯାଇଥିଲେ ଯୁବକ। ପୁରାପୁରି କୁକୁର ଭଳି ଆଚରଣ କରୁଥିଲେ ଯୁବକ ଜଣକ। ହେଲେ ଏବେ ଯୁବକଙ୍କର ସ୍ଵାସ୍ଥ୍ୟବସ୍ଥା ସୁଧୁରିଛି। ସେ ନିଜେ ବଖାଣିଛନ୍ତି ଯେ କାହିଁକି ସେ ଏମିତି କରୁଥିଲେ। ଏବଂ ସେ କହିଛନ୍ତି 'ଭ୍ୟାକସିନ ନେଉଛି, ଶୀଘ୍ର ସୁସ୍ଥ ହେଇଯିବି।'
ତେବେ ସେମିତି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ। ସୂଚନା ମୁତାବିକ ଉକ୍ତ ବ୍ୟକ୍ତିଙ୍କୁ ୩ ଦିନ ପୂର୍ବରୁ କୁକୁର କାମୁଡ଼ିଥିଲା। ପରେ ଘର ଲୋକେ ମୁନିଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣି ପ୍ରାଥମିକ ଚିକିତ୍ସା କରିବା ସହ କୁକୁର କାମୁଡ଼ା ଇଞ୍ଜେକସନ ଦେଇ ଘରକୁ ନେଇ ଆସିଥିଲେ । 
Bb
ହେଲେ ୩ ଦିନ ପରେ ଯୁବକ ଜଣକ କୁକୁର ଭଳି ବ୍ୟବହାର କରିଥିଲେ । ଭୁକିବା ସହ କାମୁଡ଼ିବାକୁ ଗୋଡ଼ାଇଥିଲେ । ଯାହାପରେ ତାଙ୍କୁ ତୁରନ୍ତ ଆମୁଲାନ୍ସ ଯୋଗେ ମୁନୁଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା। ସେଠାରେ ଡାକ୍ତର ତାଙ୍କର ପ୍ରାଥମିକ ଚିକିତ୍ସା କରି ରାୟଗଡ଼ା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଥିଲେ।
ତେବେ ପରିବାର ଲୋକେ ପ୍ରଥମେ ପ୍ରାକୃତିକ ପଦ୍ଧତିରେ ଚିକିତ୍ସା କରାଇବା ପାଇଁ ଆଗ୍ରହ ଦେଖାଉଥିଲେ। ଫଳରେ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତରଙ୍କ ପରାମର୍ଶ କ୍ରମେ ପରିବାର ଲୋକେ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇ ଯାଇଥିବା ଜଣା ପଡିଛି।
ଅନ୍ୟପଟେ ଉକ୍ତ ଅଞ୍ଚଳଟି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ହୋଇଥିବା ଯୋଗୁଁ ଲୋକଙ୍କ ମଧ୍ୟରେ ସଚେତନତା ଅଭାବ ଆଜିବି ରହିଛି। ଅଧିକାଂଶ ସମୟରେ ଅଞ୍ଚଳରେ ସାପ କାମୁଡା ହେଉ କି କୁକୁର କାମୁଡା ପରେ ଚେରମୁଳି ଓ ଗୁଣି ଗାରେଡିକୁ ଅଧିକ ଗୁରୁତ୍ୱ ସହ ବିଶ୍ବାସ କରି ଅଧିକାଂଶ ସମୟରେ ଜୀବନକୁ ବାଜି ଲଗାଉଥିବା ନଜରକୁ ଆସୁଛି।

Around The Web