Movie prime

କାହିଁକି ପାଳନ ହୁଏ ବନ୍ଧୁତ୍ୱ ଦିବସ ଜାଣନ୍ତୁ ଏହାର ପ୍ରକୃତ ସତ କଣ ଅଟେ

 
Hh
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ରକ୍ତର ସମ୍ପର୍କଠୁ ଗଭୀର ଏ ବନ୍ଧୁତ୍ୱ ସମ୍ପର୍କ। ଆଜି ହେଉଛି ବିଶ୍ୱ ବନ୍ଧୁତ୍ୱ ଦିବସ। ପ୍ରତିବର୍ଷ ଅଗଷ୍ଟ ମାସର ପ୍ରଥମ ରବିବାର 'ବନ୍ଧୁତା ଦିବସ' ଭାବେ ପାଳନ କରାଯାଉଛି। ଜୀବନରେ ପ୍ରକୃତ ବନ୍ଧୁର ସ୍ଥାନ ସ୍ବତନ୍ତ୍ର। ବନ୍ଧୁତା ହେଉଛି ପ୍ରେମ, ବିଶ୍ୱାସ ଓ ପରସ୍ପରର ଉତ୍ତମ ବୁଝାମଣା। ବନ୍ଧୁତାରେ ନଥାଏ ଆବିଳତା। ଏହା ଏପରି ବନ୍ଧନ, ଯାହାର ପରିଭାଷାରେ ବର୍ଣ୍ଣନା କରିବା ସହଜ ନୁହେଁ। ଅନ୍ୟପଟେ ପ୍ରକୃତ ବନ୍ଧୁ ହିଁ ସ୍ନେହ, ପ୍ରେମ, ଆବେଗ ଓ ବିଶ୍ବାସର ସହ ସମ୍ପର୍କକୁ ସବୁଦିନ ପାଇଁ ବାନ୍ଧି ରଖିଥାନ୍ତି।
Bb
ସାରା ଦୁନିଆ ସାଥ ଛାଡିଦେଲେ ଯିଏ ସାଙ୍ଗରେ ଥାଏ, ସେ ହେଉଛି ପ୍ରକୃତ ବନ୍ଧୁ ରାଗ, ରୁଷା, ଅଭିମାନ ସବୁ କିଛି ଥାଏ। ସେଥିପାଇଁ ତ ସେ ସମ୍ପର୍କ ନିଆରା ଅଟେ। ବନ୍ଧୁତା ହେଉଛି ଏକ ଗଭୀର ସମ୍ପର୍କ ଯାହା ଦୁଇଜଣଙ୍କୁ ପରସ୍ପରର ନିକଟତର କରିଥାଏ। ଲୋକମାନେ ନିଜ ସାଙ୍ଗମାନଙ୍କ ସହିତ ସୁଖ ଏବଂ ଦୁଃଖ ବାଣ୍ଟନ୍ତି। ସମସ୍ତଙ୍କୁ 'ଅନ୍ତର୍ଜାତୀୟ ବନ୍ଧୁତା ଦିବସ'ର ଶୁଭେଚ୍ଛା। ଆନ୍ତର୍ଜାତୀୟ ବନ୍ଧୁତା ଦିବସ ପାଳନ କରିବାର ପ୍ରସ୍ତାବ ୩୦ ଜୁଲାଇ ୧୯୫୮ରେ ପାରାଗ୍ୱେରେ ଉପସ୍ଥାପିତ ହୋଇଥିଲା। 
Hh
୨୦୧୧ରେ ମିଳିତ ଜାତିସଂଘ ୩୦ ଜୁଲାଇରେ ଆନ୍ତର୍ଜାତୀୟ ବନ୍ଧୁତ୍ୱ ଦିବସ ପାଳନ କରିବାକୁ ଘୋଷଣା କରିଥିଲା। କିନ୍ତୁ ଆମେରିକା, ଭାରତ, ବାଂଲାଦେଶ ଭଳି ଅନେକ ଦେଶ ଅଗଷ୍ଟ ମାସର ପ୍ରଥମ ରବିବାରରେ ବନ୍ଧୁତ୍ୱ ଦିବସ ପାଳନ କରନ୍ତି। କୁହାଯାଏ ଯେ ଏହି ଦିନ ବିଶ୍ୱର ଅଧିକାଂଶ ଦେଶରେ ବନ୍ଧୁତା ମାଧ୍ୟମରେ ଖୁସି ଏବଂ ଏକତାର ବାର୍ତ୍ତା ବିସ୍ତାର କରାଯାଇଥାଏ। ବନ୍ଧୁତ୍ୱ ଦିବସର ଆରମ୍ଭକୁ ନେଇ ଅନେକ କାହାଣୀ ରହିଛି। 
କୁହାଯାଏ ଯେ ୧୯୩୫ ମସିହାରେ ଆମେରିକା ସରକାର ଅଗଷ୍ଟ ପ୍ରଥମ ରବିବାରରେ ଜଣେ ବ୍ୟକ୍ତିଙ୍କୁ ମୃ-ତ୍ୟୁ-ଦ-ଣ୍ଡ ଦେଇଥିଲେ। ଏହି ଖବର ଶୁଣି ତାଙ୍କର ଜଣେ ବନ୍ଧୁ ଆ-ତ୍ମ-ହ-ତ୍ୟା କରିଥିଲେ। ବନ୍ଧୁତ୍ୱର ଏପରି ଏକ ଉଦାହରଣ ସାମ୍ନାକୁ ଆସିବା ପରେ ଆମେରିକା ସରକାର ଅଗଷ୍ଟ ମାସ ପ୍ରଥମ ରବିବାରକୁ ବନ୍ଧୁତ୍ୱ ଦିବସ ଭାବରେ ପାଳନ କରିବାକୁ ଘୋଷଣା କରିଥିଲେ। ଜୀବନରେ ବନ୍ଧୁମାନଙ୍କ ମହତ୍ତ୍ୱ ବୁଝାଇବା ଉଦ୍ଦେଶ୍ୟରେ ଏହି ଦିନ ପାଳନ କରାଯାଏ।