Movie prime

ପାଗଳ ଅଭିନୟ କରି ଖସିଯିବ କି ବ-ଳା-ତ୍କା-ରୀ ସଞ୍ଜୟ !

 
Hh
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ କୋଲକାତା ମହିଳା ଟ୍ରେନି ଡ଼ାକ୍ତରଙ୍କ ଦୁ-ଷ୍କ-ର୍ମ ଓ ହ-ତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତକୁ ନେଇ କେବଳ ପୋଲିସ କି ସିବିଆଇ ନୁହେଁ କୋର୍ଟ ମଧ୍ୟ ଚିନ୍ତାରେ ପଡି ଯାଇଛି। ସଞ୍ଜୟ ନିଜର ରାୟ ବାରମ୍ଵାର ବଦଳାଉଥିବାରୁ ଏହାକୁ ନେଇ କୌଣସି ସିଦ୍ଧାନ୍ତରେ ପହଞ୍ଚି ପାରୁନି ଜିଲ୍ଲା କୋର୍ଟ। ସେପଟେ ଆସନ୍ତା ସେପ୍ଟେମ୍ବର ୫ରେ ସୁପ୍ରିମକୋର୍ଟ ସିବିଆଇକୁ ତଥ୍ୟ ପ୍ରଦାନ କରିବାକୁ କହିଥିବା ବେଳେ ସିବିଆଇ ମଧ୍ୟ ତଦନ୍ତରେ ଲାଗିଛି ସଞ୍ଜୟ ବିରୋଧରେ ପ୍ରମାଣ ସଂଗ୍ରହ କରିବାରେ। କ୍ରାଇମ୍ ସ୍ପଟରୁ ମିଳିଥିବା ସମୁଦାୟ ୫୪ ପ୍ରମାଣ ଭିତରୁ ୪୦ଟି ପ୍ରମାଣ ସଞ୍ଜୟ ବିରୁଦ୍ଧରେ ରହିଛି। 
Bb
ଏହି ଖବର ସଞ୍ଜୟ ଜାଣିବାକୁ ପରଠୁ ସେ କୋର୍ଟକୁ ମିଛସତ କହି ପାଗଳର ଅଭିନୟ କରୁଛି। ତେବେ ମେଡିକାଲ କଲେଜରେ ବିଏସି କରୁଥିବା କିଛି ଟ୍ରେନି ଡ଼ାକ୍ତରଙ୍କ କହିବା ଅନୁସାରେ ସଞ୍ଜୟ କୁଆଡେ ମହିଳା ଟ୍ରେନି ଡାକ୍ତରଙ୍କ ଉପରେ ଖରାପ ନଜର ରଖୁଥିଲା। କିଛି ନା କିଛି ବାହାନା କରି ସବୁବେଳେ ଛାତି ବିଭାଗକୁ ରୋଗୀ ବାହାନାରେ ଯାଉଥିଲା। କାରଣ ଛାତି ବିଭାଗରେ ପୀଡ଼ିତା ମହିଳା ଡ଼ାକ୍ତର ଚିକିତ୍ସା କରୁଥିଲେ। ଏମିତିକି ପୀଡ଼ିତାଙ୍କ ପିଛା କରି କରି କେତେଥର ତାଙ୍କ ଘର ପର୍ଯ୍ୟନ୍ତ ଯାଇଥିବା ସଞ୍ଜୟକୁ ଦେଖିଛନ୍ତି ପଡୋଶୀ ଲୋକେ। 
Bb
ଖାଲି ସେତିକି ନୁହେଁ ପୀଡିତାଙ୍କ ବିଷୟରେ ମେଡିକାଲ କର୍ମୀଙ୍କୁ ସଞ୍ଜୟ ପଚରାଉଚରା କରୁଥିବାର ଚାଞ୍ଚଲ୍ୟକର ସତ ବି ସାମ୍ନାକୁ ଆସିଛି। ସେଥିପାଇଁ ସଞ୍ଜୟ ଭଲ ଭାବରେ ଜାଣିଥିଲା ଯେ ମହିଳା ଡାକ୍ତରଙ୍କୁ ବିନା ଚଷମାରେ ଭଲ ଭାବରେ ଦେଖିପାରନ୍ତି ନାହିଁ। ଆଉ ସେଥିପାଇଁ ସଞ୍ଜୟ ସର୍ବପ୍ରଥମେ ନିର୍ଦ୍ଦୟ ଭାବରେ ମହିଳା ଡାକ୍ତରଙ୍କ ଆଖିକୁ ମୁଥା ମାରି ଚଷମା ଭାଙ୍ଗିଥିଲା ଯେମିତି ସେ ଚିହ୍ନି ପାରିବେନି ତାଙ୍କ ସହିତ କିଏ ଏଭଳି ଦୁ-ଷ୍କ-ର୍ମ କରୁଛି। ହେଲେ ଦୁର୍ଭାଗ୍ୟ ବଶତଃ ମହିଳା ଟ୍ରେନି ଡାକ୍ତର ଥକି ଯାଇ ଶୋଇବା ସମୟରେ ଚଷମା ଖୋଲିବା ପାଇଁ ଭୁଲି ଯାଇଥିଲେ। 
ହେଲେ ସଞ୍ଜୟ ମହିଳା ଡାକ୍ତରଙ୍କ ମୁଁହ ମୁଥା ମାରିବାରୁ ତାଙ୍କ ଚଷମା ଭାଙ୍ଗି ଆଖିରେ ପଶିଯିବା ଫଳରେ ଗଭୀର କ୍ଷତ ହେବ ସହିତ ରକ୍ତସ୍ରାବ ମଧ୍ୟ ହେଇଥିଲା। ଯନ୍ତ୍ରଣାରେ ପଡ଼ି ଛଟପଟ ହେଇ ଚିତ୍କାର କରୁଥିଲେ ମଧ୍ୟ ତାଙ୍କ ଶବ୍ଦ ସେମିନାର ହଲ ବାହାରକୁ ଶୁଭୁନଥିଲା। ଆଉ ଚିତ୍କାର ବନ୍ଦ କରିବା ପାଇଁ ପୀଡ଼ିତାଙ୍କ ବେକକୁ ଚିପି ଦୁଷ୍କର୍ମ କରିଥିଲା ସଞ୍ଜୟ। ଆଉ ସେହି ସମୟରେ କେତେବେଳେ ପୀଡ଼ିତାଙ୍କ ଜୀବନ ଚାଲି ଯାଇଥିଲା ସଞ୍ଜୟ ବି ଜାଣିପାରିନଥିଲା। ଆଉ ତା'ପରେ ନିଶାସକ୍ତ ଅବସ୍ଥାରେ ସଞ୍ଜୟକୁ ସେମିନାର ହଲରୁ ବାହାରୁ ଥିବାର ଫୁଟେଜ ସିସିଟିଭିରୁ ଜବତ କରିଛି ସିବିଆଇ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.