Movie prime

ମୁଣ୍ଡରେ ବନ୍ଧୁକ ଲଗାଇ ଲୁଟିନେଲେ ମିଠା ଦେଖନ୍ତୁ ଆସିଲା ଭୟଙ୍କର ଦୃଶ୍ୟ

 
Tf
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟରେ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ। ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। 
Gg
ବନ୍ଧୁଗଣ ଦିନ ବେଳା ସ୍ବାମୀ ସ୍ତ୍ରୀଙ୍କୁ ପସ୍ତଲ ଦେଖାଇ ମୁଁହରେ ସେଲୋ ଟେପ୍ ଲଗାଇ ଦୁର୍ବୃତ୍ତ ମାନେ ଲୁଟି ନେଲେ। ଏବଂ ଦୁର୍ବୃତ୍ତ ମାନେ ଘରେ ପଶି ଫ୍ରିଜରୁ ମିଠା ଖାଇ ଲୁଟି ନେଲେ ସମସ୍ତ ଟଙ୍କା ସୁନା ଗହଣା। ସୂଚନା ଅନୁସାରେ ରାକ୍ଷୀ ପାଇଁ ବେପାର ଭାରି ଜୋରଦାର ଚାଲିଥିବା ବେଳେ ସ୍ବାମୀ ସ୍ତ୍ରୀ ଦୁହେଁ ଦୋକାନ ବନ୍ଦ କରି ଘରକୁ ଫେରି ସାଙ୍ଗ ହେଇ ଖାଇବାକୁ ବସିଥିବା ବେଳେ ହଠାତ ଘର ଭିତରକୁ ପସି ଆସିଥିଲେ ୩ ଜଣ ଦୁର୍ବୃତ୍ତ। 
Hh
କିଛି ବୁଝିବା ଆଗରୁ ଦୁର୍ବୃତ୍ତ ମାନେ ସ୍ବାମୀ ସ୍ତ୍ରୀଙ୍କ ମୁଣ୍ଡରେ ଲଗେଇ ଦେଇଥିଲେ ପିସ୍ତଲ। ଆଉ ଘରୁ ଲୁଟି ନେଇଥିଲେ ୩୦ ହଜାର ନଗଦ ଟଙ୍କା ସହ ସମସ୍ତ ସୁନା ଗହଣା ଏବଂ ମୋବାଇଲ ଫୋନ। ସ୍ତ୍ରୀ ବେକରେ ପିନ୍ଧିଥିବା ଲକେଟ୍ ଆଉ ମଙ୍ଗଳସୂତ୍ର ବି ଭୁଜାଲିରେ କାଟି ନେଇଯାଇଥିଲେ ଦୁର୍ବୃତ୍ତ ମାନେ। ପୋଲିସର କଡାକଡି ଚେକିଂ ଓ ନାଇଟ ପେଟ୍ରିଲିଂ ସତ୍ୱେ ବି ଚୋରି ଡକାୟତ କମିବାର ନାଁ ଧରୁନି। 
ସୂଚନା ଅନୁସାରେ, ମୟୂରଭଞ୍ଜ ଜିଲ୍ଲା ଝାରପୋଖରୀଆ ଥାନା ଅନ୍ତର୍ଗତ ପୋଖରୀଆ ପଞ୍ଚାୟତ ଅଫିସ ସମ୍ମୁଖରେ ରହୁଥିବା ଜଣେ ବ୍ୟବସାୟୀଙ୍କ ଠାରୁ ବନ୍ଧୁକ ଦେଖାଇ ମୋବାଇଲ, ଟଙ୍କା, ସୁନା ଗହଣା ଲୁଟ ହେଇଥିବା ନେଇ ଝାରପୋଖରିଆ ଥାନାରେ ଅଭିଯୋଗ ହେଇଛି। ତେବେ ଝାରପୋଖରିଆ ଥାନା ଅଞ୍ଚଳରେ ବାରମ୍ଵାର ଚୋରୀ ଡକାୟତି ହେଉଥିଲେ ମଧ୍ୟ ଚୋର ଧରିବାରେ ଝାରପୋଖରିଆ ପୋଲିସ ବିଫଳ ହେଉଛି। ସିସିଟିଭି ଫୁଟେଜ ଆଧାରରେ ପୋଲିସ କଣ ତଦନ୍ତ କରୁଛି ଓ ଡକାୟତ ରାକେଟ ଧରିବାରେ କେତେ ସଫଳ ହେଉଛି ତାହା ହିଁ ଦେଖିବାକୁ ଏବେ ବାକି ରହିଲା।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.