Movie prime

ମନ୍ଦିର ଭିତରେ ମନ୍ଦିର ଏ କୌଣସି ସାଧାରଣ ମନ୍ଦିର ନୁହେଁ ଏ ହେଉଛି ତାନ୍ତ୍ରିକ ମାନଙ୍କ ଆଡା ଦେଖିଲେ ଭୟଭୀତ ହୋଇଯିବେ

 
tyers

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ନିଶ୍ଚିତ ଭାବରେ ଜାଣିଥିବେ ଯେ ଆମ ଦେଶରେ ତନ୍ତ୍ର ସାଧନା ହୋଇଥାଏ ଓ ଆମ ଦେଶରେ ଅନେକ ତାନ୍ତ୍ରିକ ମାନେ ମଧ୍ୟ ଅଛନ୍ତି ଯେଉଁ ମାନେ କି ତନ୍ତ୍ର ସାଧନା କରିଥାଆନ୍ତି। ଏହି ତନ୍ତ୍ର ସାଧନା ପାଇଁ ଥିବା ତାଙ୍କର ବିଶ୍ଵ ବିଦ୍ୟାଳୟ ସମ୍ପର୍କ ରେ ଆପଣ କେବେ ଶୁଣି ଛନ୍ତି କି? ଆଜ୍ଞା ହଁ କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ଯ କଥାଟି ହେଉଛି ସତ୍ୟ।

 ଏହା ଏକ ମନ୍ଦିର ରୂପରେ ୧୦୦୦ ବର୍ଷ ରୁ ଭାରତରେ ସ୍ଥାପିତ ହୋଇ ଅଛି। ଏହା ସମ୍ୱନ୍ଧରେ ଖୁବ୍ କମ୍ ଲୋକ ଜାଣିଛନ୍ତି ଓ ଏଠାକୁ ମଧ୍ୟ ଖୁବ କମ୍ ଲୋକ ଆସିଥାନ୍ତି। ଏଠାରେ ଆପଣ ରାତିରେ ରହି ପାରିବେ ନାହିଁ କାରଣ ଏଠାରେ ମଧ୍ୟ ରାତ୍ରୀ ରେ ଅନେକ ତନ୍ତ୍ର ମନ୍ତ୍ର ହୋଇ ଥାଏ। ଏହା ହେଉଛି ମଧ୍ୟ ପ୍ରଦେଶ ର ଚଉଷଠିଯୋଗିନୀ ମନ୍ଦିର। ଭାରତରେ ୪ ଟି ଚଉଷଠିଯୋଗିନୀ ମନ୍ଦିର ଅଛି ଓଡ଼ିଶାରେ ଦୁଇଟି ଥିବା ବେଳେ। ମଧ୍ୟ ପ୍ରଦେଶ ରେ ମଧ୍ୟ ଦୁଇଟି ଅଛି।

ହେଲେ ମଧ୍ୟପ୍ରଦେଶ ର ମୂରେନା ରେ ଥିବା ଏହି ଚଉଷଠିଯୋଗିନୀ ମନ୍ଦିର ସବୁଠାରୁ ପ୍ରାଚୀନ ଅଟେ ଓ ରହସ୍ୟ ମୟ ମଧ୍ୟ ଅଟେ। ଏଠାକୁ ଦୁନିଆରେ ଥିବା ସମସ୍ତ ତାନ୍ତ୍ରିକ ତନ୍ତ୍ର ବିଦ୍ୟା ଶିଖିବା ପାଇଁ ଆସୁଥିଲେ। ଏହା ଗୋଲା କାର ଆକୃତିର ଅଟେ ଓ ଏଥିରେ ୬୪ ଟା ଘର ଅଛି। ଏବଂ ଏଠାରେ ଶିବ ଲିଙ୍ଗ ମଧ୍ୟ ସ୍ଥାପିତ ଅଛି। ଏହି ମନ୍ଦିରକୁ ଯିବାକୁ ହେଲେ ପାଖା ପାଖି ୨୦୦ ସିଡି ଚଢିବାକୁ ପଡ଼ିଥାଏ।

ତନ୍ତ୍ର ସାଧନା ର ଏହି ମନ୍ଦିରରେ ଶିବ ଙ୍କ ଯୋଗିନୀ ଙ୍କୁ ଜାଗ୍ରତ କରାଯାଉଥିଲା। ଏଠାରେ ଏବେ ମଧ୍ୟ ରାତିରେ କୌଣସି ମନୁଷ୍ୟ ଓ ଜିବ ଜନ୍ତୁ ମାନଙ୍କୁ ରହିବା ପାଇଁ ଅନୁମତି ନଥାଏ। ଏହି ସମସ୍ତ ଚଉଷଠିଯୋଗିନୀ ମାତା ଆଦି ଶକ୍ତି କାଳୀ ଙ୍କ ରୂପ ଅଟନ୍ତି। ଏହି ସମସ୍ତ ଯୋଗିନୀ ମାନେ ତନ୍ତ୍ର ବିଦ୍ୟା ନିମିତ୍ତ ସମର୍ପିତ ଅଟନ୍ତି। ସେଥି ପାଇଁ ଏହି ମନ୍ଦିର କୁ ତନ୍ତ୍ର ସାଧନା ର ଉନିଭର୍ଶିଟୀ କୁହା ଯାଉଥିଲା କାରଣ ବିଭିନ୍ନ ତାନ୍ତ୍ରିକ ମାନେ ତନ୍ତ୍ର ସାଧନା କରିବା ପାଇଁ ଆସୁଥିଲେ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.