Movie prime

ଏଣିକି ଆପଣ ଉଠେଇ ପାରିବେ ମାଗଣା ରେ 5G ଡାଟା ର ଲାଭ !! ଦେଖନ୍ତୁ କିପରି ଉଠେଇବେ ଲାଭ

 
Special Report
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ନୂଆ ପ୍ଳାନ ଘୋଷଣା କଲା ଜିଓ, ଯେଉଁଥିରେ ସବୁଠୁ ଶସ୍ତାରେ ମିଳିବ ୫ଜି ଡାଟା। ଏହି ପ୍ଳାନର ଦାମ୍ ମାତ୍ର ୬୧ ଟଙ୍କା। ଏହି ପ୍ଳାନ ଅନୁଯାୟୀ ୟୁଜର୍ସଙ୍କୁ ୫ଜି ଡାଟା ମିଳିବ।
ଯେଉଁ ଗ୍ରାହକମାନେ ୫ଜି କୁ ଅପଗ୍ରେଡ କରିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ଏଭଳି ପ୍ଳାନ ଘୋଷଣା କରିଛି ଜିଓ। ଏମିତିରେ ଜିଓ ର ଅଧିକାଂଶ ପ୍ଳାନ ୫ଜି ଏଲିଜିବିଲିଟି ସହ ଆସେ।
କିନ୍ତୁ କିଛି ରିଚାର୍ଜରେ ୟୁଜର୍ସଙ୍କୁ କେବଳ ୪ଜି ଡାଟା ହିଁ ମିଳୁଛି। ଏହି ୟୁଜର୍ସ ମାନେ ଜିଓର ନୂଆ ପ୍ଳାନ କିଣି ୫ଜି କୁ ଅପଗ୍ରେଡ କରିପାରିବେ। 
ଦେଶରେ ୫ଜି ଲଞ୍ଚ ହେବା ପରେ ଗ୍ରାହକ ଏହାର ସୁବିଧା ଉପଭୋଗ କରିବାକୁ ଅପେକ୍ଷା କରି ବସିଛନ୍ତି। ହେଲେ କମ୍ପାନୀ ଏନେଇ କିଛି ଅଲଗା ପ୍ଳାନ ଲଞ୍ଚ କରିନାହିଁ। ହେଲେ କିଛି ରିଚାର୍ଜ ସହ ଗ୍ରାହକଙ୍କୁ ୫ଜି ଏଲିଜିବିଲିଟି ମିଳୁଛି।
ଏପରି ସ୍ଥଳେ ଯେଉଁମାନଙ୍କୁ ୫ଜି ଏଲିଜିବିଲିଟି ମିଳୁନାହିଁ ସେମାନଙ୍କ ପାଇଁ ଏହି ୬୧ ଟଙ୍କିଆ ରିଚାର୍ଜ ପ୍ଳାନ ଆଣିଛି କମ୍ପାନୀ। ଜିଓର ୬୧ ଟଙ୍କିଆ ପ୍ଳାନ ଫାଇଦା ୧୧୯ ଟଙ୍କା, ୧୪୯ ଟଙ୍କା, ୧୮୯ ଟଙ୍କା, ୧୯୯ ଟଙ୍କା ୨୦୯ ଟଙ୍କାରେ ହୋଇପାରିବ। 
ଏହାଠାରୁ ଅଧିକ ରିଚାର୍ଜ ପ୍ଳାନରେ ଗ୍ରାହକଙ୍କୁ ୫ଜି ଏଲିଜିବିଲିଟି ମିଳିବ। ଦେଶର ବିଭିନ୍ନ ସହରରେ ୫ଜି ଲଞ୍ଚ ହୋଇ ସାରିଥିବା ବେଳେ ଏହାର ଅର୍ଥ ନୁହେଁ କି ସମସ୍ତଙ୍କ ଫୋନରେ ୫ଜି ସୁବିଧା ଉପଲବ୍ଧ ରହିଛି।
ଯଦି ଆପଣଙ୍କ ପାଖରେ ୫ଜି ସ୍ମାର୍ଟଫୋନ ଅଛି ଏବଂ ୫ଜି ସୁବିଧା ମିଳୁଥିବା ଏରିଆ ଭିତରେ ଆପଣ ଅଛନ୍ତି ତେବେ ଯାଇ ୫ଜି ନେଟୱାର୍କର ଫାଇଦା ଆପଣ ଉଠାଇ ପାରିବେ। କମ୍ପାନୀର ୫ଜି ସର୍ଭିସ ବ୍ୟବହାର କରିବା ପାଇଁ ଆପଣଙ୍କ ପାଖେ ଜିଓ ୱେଲକମ୍ ଅଫର୍ ଥିବା ଆବଶ୍ୟକ। 
ଏହି ଅଫରରେ କମ୍ପାନୀ ଅନଲିମିଟେଡ ୫ଜି ଡାଟା ଆକସେସ ଦେଉଛି। ଏଥିପାଇଁ ଆପଣ “ମାଇ ଜିଓ ଆପ୍” କୁ ଯାଇ ରେଜିଷ୍ଟର କରିପାରିବେ। ୪ଜି ତୁଳନାରେ ୫ଜି ର ସ୍ପିଡ ୫ରୁ ୧୦ଗୁଣା ଅଧିକ।
୪ଜି ର ସ୍ପିଡ ସେକେଣ୍ଡ ପିଛା ୧୦ରୁ ୧୦୦mbps ଥିବାବେଳେ ୫ଜି ର ସ୍ପିଡ ସେକେଣ୍ଡ ପିଛା ୩୦୦ରୁ ୧୦୦୦mbps ରହିଛି । ତେବେ ୫ଜି ସେବା ଲଞ୍ଚ ହେବା ପରେ ଏହାକୁ ନେଇ ଯୁବପିଢିଙ୍କ ଉତ୍ସାହ ବଢି ଯାଇଥିବା ଦେଖିବାକୁ ମିଳୁଛି।