Movie prime

ସା-ଇବର ଠାକକୁ ଚୂନ ମାରି ଫେରାଇ ଆଣିଲେ ୨୨ ହଜାର ଟଙ୍କା ଦେଖନ୍ତୁ କେମିତି ପୁରା ଘଟଣା ଜାଣିଲେ ଆଶ୍ଚର୍ୟ୍ଯ ହୋଇଯିବେ

 
Special Report
ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ସାଇବର କ୍ରାଇମ। ପ୍ରତିଦିନ ହଜାର ହଜାର ଲୋକଙ୍କୁ ଠକୁଛନ୍ତି ସାଇବର କ୍ରାଇମ। ହେଲେ ଜଣେ ଯୁବକ ଏମିତି କିଛି କାମ କରିଥିଲେ ଯାହାଦ୍ୱାରା ସେହି ସାଇବର ଲୁଟେରା ମାନେ ସେହି ଯୁବକ ହାତରୁ ବର୍ତ୍ତି ଯାଇନାହାନ୍ତି। ଆଉ ନିଜର ଝାଳ ବୁହା ଧନକୁ ଫେରି ପାଇଛନ୍ତି। ପ୍ରଥମେ ହ୍ୟାକର ମାନେ ଫୋନ୍ କରି ଏପଟ ସେପଟ କଥା କହି ବ୍ୟାଙ୍କ ଆକାଉଣ୍ଟ ଓ ୟୁପିଆଇ ନମ୍ବର ଜାଣି ୨୨ ହଜାର ଟଙ୍କା ଲୁଟ୍ କରିଥିଲେ। ହେଲେ ନିଜର ବୁଦ୍ଧି ର ପ୍ରୟାସରେ ବାରମ୍ବାର କଲ କରୁଥିଲେ ଲୁଟେରା। 
ସେତିକି ନୁହେଁ ବରଂ ସେମାନଙ୍କର ବ୍ୟାଙ୍କର ଡିଟେଲ୍ସ ସବିଶେଷ ତଥ୍ୟ ସଂଗ୍ରହ କରିବା ସହ ନିଜର ଝାଳ ବୁହା ଟଙ୍କାକୁ ଫେରି ପାଇଛନ୍ତି ସେହି ଯୁବକ। ତେବେ ଯୁବକଙ୍କ କହିବା ଅନୁସାରେ, ତାଙ୍କର ୨୪ ତାରିଖ ଦିନ ପେମେଣ୍ଟ ଆସିଥିଲା। ଆଉ ସେ ଘରକୁ ଟଙ୍କା ପଠାଇବା ପାଇଁ ଫୋନପେ ରେ ଚେଷ୍ଟା କରିଥିଲେ କିନ୍ତୁ ହୋଇନଥିଲା। ସେଥିପାଇଁ ସେ ଗୁଗୁଲ କୁ ଯାଇ ଫୋନପେ ର କଷ୍ଟମର କେୟାର ନମ୍ବର ଆଣି କଲ୍ କରିଥିଲେ। କିନ୍ତୁ ସେହି କଲ୍ କଷ୍ଟମର କେୟାର ଜାଗାରେ ନଲାଗି ସାଇବର କ୍ରାଇମ ବ୍ରାଞ୍ଚ ରେ ଲାଗି ଯାଇଥିଲା। 
ଆଉ ସେମାନେ କହିଲେ ତୁମର ସବୁ ଠିକ୍ ହେଇଯିବ କିଛି ଅସୁବିଧା ହେବ ନାହିଁ ,ଆଉ ସେମାନେ ଯେଉଁ ଯେଉଁ ପ୍ରକ୍ରିୟାରେ କହିବେ ସେହି ଅନୁସାରେ କରିବା ପାଇଁ ଯୁବକ ଜଣକୁ କହିଥିଲେ। ଆଉ ସେମାନଙ୍କ କଥା ମାନି ଯୁବକ ଜଣକ ମଧ୍ୟ କରି ଚାଲିଥିଲେ। ଏମିତି କରିବା ପରେ ହ୍ୟାକର ତାଙ୍କ ଆକାଉଣ୍ଟ କୁ ଟଙ୍କା ପଠାଇଲେ ଆଉ ଭିଡିଓ କଲ୍ କରିବା ପାଇଁ ମଧ୍ୟ କହୁଥିଲେ। ଯୁବକ ଜଣକ ସାଙ୍ଗକୁ କହିଥିଲେ ଏହି ସବୁ ହ୍ୟାକର ମାନେ ଫୋନ୍ କରି କହୁଛନ୍ତି। କିନ୍ତୁ ଯୁବକଙ୍କ ଆକାଉଣ୍ଟ ସହିତ ହ୍ୟାକର ମାନେ ତାଙ୍କ ନମ୍ବର ବି ଆଡ୍ କରିଦେଇଥିଲେ।
ଆଉ ସେମାନେ ତାଙ୍କ ଫୋନପେ କୁ ପୁରା ବ୍ଲକ୍ କରିଦେଇଥିଲେ। କିନ୍ତୁ ଯୁବକ ଜଣକ ଚାଲାକ ସହିତ ସେମାନଙ୍କୁ କହିଥିଲେ କି ତାଙ୍କ କାମ ଜରୁରି ଅଛି। ଯଦି ଟଙ୍କା ନେବା ପାଇଁ ଚାହୁଁଛ ତାହେଲେ ଅଧା ଟଙ୍କା ନେଇଯାଅ କିନ୍ତୁ ୫ ମିନିଟ୍ ପାଇଁ ତାଙ୍କ ୟୁପିଆଇ ନମ୍ବର ଅନ୍ କରିବା ପାଇଁ। ହ୍ୟାକର ତାଙ୍କ କଥା ମାନି ୫ ମିନିଟ୍ ପାଇଁ ଅନ୍ କରିଥିଲେ। ଆଉ ସେହି ୫ ମିନିଟରେ ଯୁବକ ଜଣକ ଟଙ୍କା ସବୁ ତାଙ୍କ ସାଙ୍ଗ ପାଖକୁ ପଠାଇ ଦେଇଥିଲେ। ତେବେ ଏହିଭଳି ଭାବରେ ଯୁବକ ଜଣକ ବର୍ତ୍ତି ଯାଇଥିଲେ ହ୍ୟାକର ମାନଙ୍କ ପାଖରୁ। ଏହି ଭଳି ସାଇବର ହ୍ୟାକର ମାନଙ୍କଠୁ ଆପଣ ମାନେ ବି ସତର୍କ ହୋଇଯାଆନ୍ତୁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.