Movie prime

ଠକାମୀ ର ଶିକାର ହେଲେ ବ୍ୟକ୍ତି ଟଙ୍କାଟେ ଦେଇ ୩୮ ହଜାର ହରାଇ ଦେଲେ ବ୍ୟକ୍ତି ଦେଖନ୍ତୁ କେମିତି ସାବଧାନ ରୁହନ୍ତୁ ସୁରକ୍ଷିତ ରୁହନ୍ତୁ !

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଘଟଣା ବିଷୟରେ ସୂଚନା ପାଉଥିବେ । ଆଉ ଏହି ସୋସିଆଲ ମିଡ଼ିଆ ସାହାଯ୍ୟରେ ଆପଣମାନେ ଏସବୁ ଘଟଣା ବିଷୟରେ ମଧ୍ୟ ଜାଣି ପାରୁଥିବେ । ଆଉ ସୋସିଆଲ ମିଡ଼ିଆ ମଧ୍ୟ ଲୋକମାନଙ୍କୁ ବହୁତ ସାହାଯ୍ୟ କରିଥାଏ । ଆଉ ଲୋକମାନଙ୍କୁ ଠିକ୍ କଥା ଆଉ କେଉଁ କାମ କରିବା ଉଚିତ୍ ସେସବୁ ମଧ୍ୟ ସୂଚନା ଦେଇଥାଏ ଭିଡିଓ ମାଧ୍ୟମରେ ।
ଆଉ ଆଜିକା ଯୁଗରେ ଠକେଇ ହେଉଛି ଏକ ମହାନ୍ ଅପରାଧ । ଆଉ ଏହି ଠକେଇର ଶିକାର ହେଉଛନ୍ତି ଲକ୍ଷ ଲକ୍ଷ ଲୋକ । ସାଇବର କ୍ରାଇମ୍ ଏତେ ମାତ୍ରାରେ ବଢ଼ିଗଲାନି ଯେ ଯାହାକୁ ରୋକିବା ଯେମିତି ଏକ ଚ୍ୟାଲେଞ୍ଜ ହୋଇଗଲାଣି । ଆଉ ସାଇବର କ୍ରାଇମ୍ ଦ୍ଵାରା ଅନେକ ଲୋକ ନିଜର ସବୁକିଛି ହରାଇ ଦେଉଛନ୍ତି । ଆଉ ଏହି ସାଇବର କ୍ରାଇମ ଏବେ ସବୁ ଆଡ଼େ ଘଟିଲାଣି । ଏବେ ଏହି ଭିଡିଓ ମାଧ୍ୟମରେ ଜାଣିବାକୁ ମିଳୁଛି କି ସାଇବର କ୍ରାଇମର ଶିକାର ହୋଇଛନ୍ତି ଜଣେ ସରକାରୀ କର୍ମଚାରୀ ।
ସରକାରୀ କର୍ମଚାରୀଙ୍କ ଠାରୁ ବିଦ୍ୟୁତ୍ ବିଲ ପୈଠ ନାଁରେ ଲୁଟିନେଲେ ୩୮ ହଜାର ଟଙ୍କା । ଦିନକୁ ଦିନ ସାଇବର ଠକଙ୍କ ନୂଆ ଫଣ୍ଡା ବାହାରୁଛି । ଦିନରେ ବିଲ ପୈଠ ନକରିଲେ ରାତିରେ ବିଦ୍ୟୁତ୍ କାଟ ହୋଇଯିବ ବୋଲି କହିଲେ ସାଇବର ଠକ । ଆଉ ଏମିତି କିଛି ଧମକପୂର୍ଣ୍ଣ ମେସେଜ କରିଥିଲେ ସାଇବର ଠକ । ଏହି ଘଟଣା ଘଟିଛି କୋରାପୁଟ ଜିଲ୍ଲାରେ । କୋରାପୁଟ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରାଜେଶ୍ କୁମାର ନାୟକଙ୍କ ପାଖକୁ ଆସିଥିଲା ଏହି ମେସେଜ ।
ଆଉ ସାଇବର ଠକ କହିଥିଲେ କି ଆପଣଙ୍କ ଏଟିଏମରୁ ମାତ୍ର ଏକ ଟଙ୍କା ଦେବା ପରେ ଆରମ୍ଭ ହେବ ବିଦ୍ୟୁତ୍ ପୈଠ ପ୍ରକ୍ରିୟା । ଆଉ ସେ ହିନ୍ଦୀରେ କଥା ହେଉଥିଲେ । ତାପରେ ରାଜେଶ୍ ତାଙ୍କର ଏଟିଏମ୍ କାର୍ଡରୁ ଏକ ଟଙ୍କା ଏକ ନମ୍ବରକୁ ପଠାଇଥିଲେ । ଆଉ ସେତେବେଳେ ଆଖି ପିଛୁଲାକେ ଦେଖିଲା ମାତ୍ରକେ ତାଙ୍କ ଆକାଉଣ୍ଟରେ ଥିବା ୩୮ ହଜାର ଟଙ୍କା ଲୁଟି ନେଲେ ସାଇବର ଠକ । 
ଆଉ ତାପରେ ରାଜେଶ୍ ସାଇବର ଠକାମିରେ ପଡିଥିବାର ଜାଣିଲେ ଆଉ ତାପରେ ସେ ସାଇବର ଥାନାରେ ଏହାର ଅଭିଯୋଗ କରିଛନ୍ତି । ଏବେ ଦେଖିବାକୁ ବାକି ରହିଲା କେବେ ଏହି ସାଇବର ଠକାମୀ ବନ୍ଦ ହେଉଛି ।