Movie prime

ଜାଣିଛନ୍ତି କି Atm Card ରେ ମିଳେ ଫ୍ରି Insurance ଦେଖନ୍ତୁ କେମିତି

 
Special report
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ଯଦି ଆପଣ ମଧ୍ୟ ଏଟିଏମ୍‌ କାର୍ଡ ବ୍ୟବହାର କରୁଛନ୍ତି ତାହେଲେ ଆପଣଙ୍କ ପାଇଁ ବହୁତ ବଡ ଖୁସି ଖବର। ବ୍ୟାଙ୍କ କହିଛି ଯେ ଯେଉଁ ଗ୍ରାହକ ଏଟିଏମ କାର୍ଡ ବ୍ୟବହାର କରୁଛନ୍ତି ସେହି ଲୋକଙ୍କୁ ୫ ଲକ୍ଷ ଟଙ୍କା ଦିଆଯିବ।
ଯାହାକି ଅନେକ ଲୋକଙ୍କୁ ବ୍ୟାଙ୍କର ଏହି ସୁବିଧା ବିଷୟରେ ଜଣା ହିଁ ନାହିଁ। ବର୍ତ୍ତମାନ ଅଧିକାଂଶ ଗ୍ରାହକ ଏଟିଏମ କାର୍ଡ ବ୍ୟବହାର କରୁଛନ୍ତି। ଏମିତିରେ ଆପଣ କିପରି ଭାବେ ୫ ଲକ୍ଷ ଟଙ୍କାର ଫାଇଦା ପାଇପାରିବେ ଏହା ଭାବୁଥିବେ ନିଶ୍ଚୟ। 
ତେବେ ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ବ୍ୟାଙ୍କ ପକ୍ଷରୁ ଏଟିଏମ୍‌ କାର୍ଡ ବ୍ୟବହାର କରୁଥିବା ଲୋକଙ୍କୁ ଇନସୁରାନ୍ସ ସୁବିଧା ଯୋଗାଇ ଦିଆଯାଇଥାଏ। ଏଟିଏମ୍ କାର୍ଡ ସହିତ ଉପଲବ୍ଧ ମାଗଣା ସେବାଗୁଡିକ ମଧ୍ୟରୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ବୀମା,
ବ୍ୟାଙ୍କ ଗ୍ରାହକଙ୍କୁ ଏଟିଏମ୍ କାର୍ଡ ଦେବା ମାତ୍ରେ ଗ୍ରାହକ ଆକ୍ସିଡେଣ୍ଟାଲ୍ ଇନସୁରାନ୍ସ ପାଇଥାଏ। ଅବଶ୍ୟ, ଏହି ବୀମା ବିଷୟରେ ସୂଚନା ଅଭାବ ହେତୁ କେବଳ ଅଳ୍ପ ଲୋକ ଏହା ପାଇଁ ବୀମା ଦାବି କରିବାକୁ ସକ୍ଷମ ଅଟନ୍ତି। 
ଗାଁର ଲୋକମାନଙ୍କ କଥା ଛାଡ଼ନ୍ତୁ, ଅନେକ ଶିକ୍ଷିତ ବ୍ୟକ୍ତି ମଧ୍ୟ ଏଟିଏମର ନିୟମ ଜାଣନ୍ତି ନାହିଁ। ବ୍ୟାଙ୍କ ମଧ୍ୟ ଏହି ସୂଚନା ଗ୍ରାହକଙ୍କୁ ଜଣାଇ ନଥାଏ। ବ୍ୟାଙ୍କ କାର୍ଡ ଧାରକଙ୍କୁ ଅଲଗା ଅଲଗା କ୍ୟାଟେଗରୀ ହିସାବରେ ଇନସୁରାନ୍ସ ଦେଇଥାଏ। କାର୍ଡର କ୍ୟାଟୋଗରୀ କ୍ଲାସିକ, ପ୍ଲାଟିନମ ଏବଂ ସାମାନ୍ୟ ହୋଇଥାଏ।
ସାମ୍ୟାନ ମାଷ୍ଟର କାର୍ଡରେ ୫୦,୦୦୦ ଟଙ୍କା, କ୍ଲାସିକ ଏଟିଏମ କାର୍ଡ ଉପରେ ୧ ଲକ୍ଷ ଟଙ୍କା, ଭିଜା କାର୍ଡ ଉପରେ ୧.୫ ଲକ୍ଷ ଟଙ୍କାରୁ ୨ ଲକ୍ଷ ଟଙ୍କା ଏବଂ ପ୍ଲାଟିନମ୍‌ କାର୍ଡ ଉପରେ ୫ ଲକ୍ଷ ଟଙ୍କାର ବୀମା ମଧ୍ୟ ମିଳିଥାଏ। 
ମୃ-ତ୍ୟୁ ଉପରେ ୫ ଲକ୍ଷ ପର୍ଯ୍ୟନ୍ତ ଦାବି କରିପାରିବେ। ଯଦି ଏଟିଏମ୍ କାର୍ଡ ବ୍ୟବହାରକାରୀ ଦୁ-ର୍ଘ-ଟ-ଣା-ରେ ମୃ-ତ୍ୟୁ ବରଣ କରନ୍ତି, ତେବେ ବୀମା ୧ ରୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଉପଲବ୍ଧ। ଅନ୍ୟ ପଟେ, ଯଦି ଗୋଟିଏ ହାତ କିମ୍ବା ଗୋଟିଏ ଗୋଡ ନଷ୍ଟ ହୋଇଯାଏ,
ତେବେ ସେହି କ୍ଷେତ୍ରରେ ୫୦୦୦୦ ଟଙ୍କା ପର୍ଯ୍ୟନ୍ତ ବୀମା ରାଶି ଉପଲବ୍ଧ। ଏଥିପାଇଁ ଆପଣଙ୍କୁ ବ୍ୟାଙ୍କରେ ଆବେଦନ କରିବାକୁ ପଡିବ। କାର୍ଡଧାରୀଙ୍କ ନାମାଙ୍କନପତ୍ରକୁ ବ୍ୟାଙ୍କରେ ଆବେଦନ କରିବାକୁ ପଡିବ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.