Movie prime

ଜେଲ ଯିବେ କି ବିଶ୍ବ ସୁନ୍ଦରୀ ଐଶୋର୍ଯ୍ୟ ରାୟ ବଚନ ! ଦେଖନ୍ତୁ କଣ କରିଦେଲେ ଏମିତି

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଏବେ ବିଶ୍ଵ ସୁନ୍ଦରୀ ଙ୍କ ନାମରେ ଆସିଛି ସାଙ୍ଘାତିକ ଅଭିଯୋଗ। ଐଶୋର୍ୟା ରାୟ ଙ୍କୁ ଏବେ ନୋଟିସ ପଠାଇଛନ୍ତି ସରକାର। ଏବେ ପ୍ରଶ୍ନ ଏହା ଉଠୁଛି କି ଏଭଳି କଣ କରିଦେଲେ ଐଶୋର୍ୟା?
ଏହା ମଧ୍ଯ ସୁଚନା ମିଳିଛି କି ତାଙ୍କ ଭୁଲ ସେ ନସୁଧାରିଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ସରକାର।ଐଶୋର୍ୟା ରାୟ ବଚ୍ଚନ ସାରା ଘରେ ଘରେ ପରିଚିତ ଏକ ଚେହେରା ଅଟନ୍ତି।
ବିଶ୍ଵ ସୁନ୍ଦରୀ ଭାବରେ ତାଙ୍କୁ ସମସ୍ତେ ମଧ୍ୟ ଜାଣନ୍ତି। ତାଙ୍କୁ ମଧ୍ଯ ବଲିଉଡ ର କ୍ୱିନ ବୋଲି କୁହାଯାଇ ଥାଏ। ଗତ କିଛି ଦିନ ହେବ ବଲିଉଡ କଳାକାର ମାନଙ୍କ ମଧ୍ୟରେ ଗୋଟେ ପରେ ଗୋଟେ ଅଭିଯୋଗ ମଧ୍ଯ ଆସୁଛି।
କାହା ଉପରେ ନିଶା ଖାଇବାର ଅଭିଯୋଗ ତ ଆଉ କାହା ଉପରେ କାଷ୍ଟିଂ କାଉଚ୍ ର କଳଙ୍କ। ହେଲେ ଏବେ ସୁନ୍ଦରୀ ଐଶୋର୍ୟା ଙ୍କ ନାମରେ ଆସିଛି ଅଭିଯୋଗ।
ବର୍ତ୍ତମାନ୍ ସେ ହେଉଛନ୍ତି ଆଗ ଧାଡ଼ି ର ଅଭିନେତ୍ରୀ ମାନଙ୍କ ମଧ୍ୟରୁ ଜଣେ। ସେ ବି ଟାଉନ ର ସବୁଠୁ ବଡ଼ ଧନୀ ଅଭିନେତ୍ରୀ। ତାଙ୍କ ସୁନ୍ଦରତା ର ମଧ୍ୟ ତୁଳନା ନାହିଁ।
ହେଲେ ଏହାରି ମଧ୍ୟରେ ତାଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି।ଐଶୋର୍ୟା ରାୟ ଙ୍କ ଜମି ମହାରାଷ୍ଟ୍ରର ନାସିକ ଠାରେ ରହିଛି। ହେଲେ ଅଭିନେତ୍ରୀ ଜଣକ ଟେକ୍ସ୍ ଜମା ନକରିବା ନେଇ ତାଙ୍କୁ ନାସିକ ତହସିଲଦାର୍ ନୋଟିସ ଜାରୀ କରିଛନ୍ତି।
ନାସିକ ର ଏକ ଅଞ୍ଚଳରେ ଐଶୋର୍ୟା ଙ୍କ ଜମି ରହିଛି। ଏହି ଜମିର ଟିକସ ବାବଦ କୁ ୨୧,୯୬୦ ଟଙ୍କା ଦେଇ ନାହାଁନ୍ତି ଏହି ଅଭିନେତ୍ରୀ ଜଣକ।
ଏନେଇ ତାଙ୍କୁ ନାସିକ ତହସିଲଦାର ଏକ ନୋଟିସ ଜାରୀ କରିଛନ୍ତି। ଅଭିନେତ୍ରୀ ଜଣକ ତାଙ୍କ ଟିକସ ଭରି ନାହାଁନ୍ତି ବୋଲି ତାଙ୍କୁ ଟିକସ ପୈଠ କରିବାକୁ ନୋଟିସ ଜାରି କରାଯାଇ ଅଛି।