Movie prime

ଫେସବୁକ ବ୍ୟବହାର କାରୀ ମାନେ ରୁହନ୍ତୁ ସାବଧାନ ଏହି ଲିଙ୍କ କ୍ଲିକ୍ କଲେ ହୋଇଯିବେ ଦେବାଲିୟା ଦେଖନ୍ତୁ କେଉଁ କେଉଁ ଜାଗାରେ ରହିବେ ସତର୍କ

 
yrre

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବର୍ତ୍ତମାନ୍ ସମୟରେ ଲୋକେ ଅନ୍ୟକୁ ଠକି ବିଭିନ୍ନ ଉପାୟରେ ଲକ୍ଷାଧିକ ଟଙ୍କା ରୋଜଗାର କରିପାରୁଛନ୍ତି। ଏଥି ପାଇଁ ସେମାନେ ବିଭିନ୍ନ ପ୍ରକାରର ରାସ୍ତା ମଧ୍ୟ ଆପଣେଇ ଛନ୍ତି। ଆପଣଙ୍କ ଅଜାଣତରେ ଆପଣଙ୍କ ସହ ଏପରି କିଛି ଘଟିଯିବ ଯାହାକି ଆପଣଙ୍କ କଳ୍ପନା ବାହାରେ ଅଟେ ଓ ତାହାକୁ ଆପଣ ମାନେ ମଧ୍ୟ କେବେ ହେଲେ ବି ବିଶ୍ବାସ କରି ନଥିବେ।

ଏବେ ସୋସିଆଲ ମିଡିଆ ଓ ଇଣ୍ଟରନେଟ ରେ ଘୁରି ବୁଲୁଛନ୍ତି ସାଇବର ଠକ ଓ ହ୍ୟାକର ମାନେ ସେମାନେ କିଭଳି ଭାବରେ ଆପଣଙ୍କ ଆକାଉଣ୍ଟ କୁ ସରଳ ଉପାୟରେ ହ୍ୟାକ କରିନେବେ ତାହା ଆପଣ ମଧ୍ଯ ଜାଣି ନଥିବେ। ପ୍ରଥମେ ୱାଟସପ୍ ହ୍ୟାକ୍ ହେବାର ଘଟଣା ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ । ହେଲେ ଏବେ ଚାଲିଛି ଆଉ ଏକ ସୋସିଆଲ ମିଡିଆ ହ୍ୟାକ ଯାହାକି ହେଉଛି ଆପଣଙ୍କ ଫେସବୁକ୍ ଓ ଇଷ୍ଟାଗ୍ରାମ ହ୍ୟାକ୍।

ତେବେ ଚାଲନ୍ତୁ ଜାଣିବା ଆପଣଙ୍କ ଇଷ୍ଟାଗ୍ରାମ ଓ ଫେସବୁକ୍ କିପରି ହ୍ୟାକ ହେଉଛି । ପ୍ରଥମେ ଆପଣଙ୍କ ଫେସବୁକ୍ କୁ ଏକ ଲିଙ୍କ ଆସିବ । ଯାଦି ଆପଣ ସେ ଲିଙ୍କ୍ ଉପରେ କ୍ଲିକ କରି ଆପଣଙ୍କ ଆଇଡି ଓ ପାସୱରଡ୍ ଦେଇ ଦେଉଛନ୍ତି ତେବେ ଆପଣଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ତୁରନ୍ତ ହ୍ୟାକ ହୋଇଯିବ। ଏହାପରେ ସେମାନେ ଏଥିରୁ ସମସ୍ତ ଗୁରୁତ୍ଵ ପୂର୍ଣ୍ଣ ସୂଚନା ପାଇ ଆପଣଙ୍କୁ ବ୍ଲାକ ମେଲ୍ ମଧ୍ୟ କରିବେ।

ତେଣୁ ଆପଣ ଯଦି ଏଭଳି କିଛି ଆଇଡି ପାସ୍ୱାଡ ଦେଇଛନ୍ତି ତେବେ ତୁରନ୍ତ ନିଜ ପାସୱାର୍ଡ ବଦଳାଇ two step verification କରି ନିଅନ୍ତୁ। ନଚେତ୍ ଆପଣଙ୍କ ଇମେଲ ହ୍ୟାକ୍ ହୋଇ ସମସ୍ତ ଗୁରୁତ୍ବ ପୂର୍ଣ୍ଣ ତଥ୍ୟ ମଧ୍ୟ ହ୍ଯାକ ହୋଇଯିବ ଓ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ମଧ୍ୟ ହ୍ଯାକ ହେବାର ସମ୍ଭାବନା ଅଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.