Movie prime

ଅମିତାଭ ବଚ୍ଚନ ଙ୍କ କଥା ଶୁଣିଲେ ରାଜୁ ଶ୍ରୀବାସ୍ତବ - ଶୀଘ୍ର ଉଠିଯାଅ ରାଜୁ - ଅମିତାଭ

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ ବଲିଉଡ ର ବେଶ ଜଣା ଶୁଣା ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବ ହୃଦ୍ ଘାତ ଜନିତ ଦିଲ୍ଲୀ ଏମସ ରେ ଭର୍ତ୍ତି ହୋଇଛନ୍ତି। ତାଙ୍କର ଅବସ୍ଥା ମଧ୍ୟ ଅତ୍ୟନ୍ତ ସଙ୍କଟାପନ୍ନ ଥିଲା। ପରଦା ଉପରେ ସମସ୍ତଙ୍କୁ ହସାଇ ହସାଇ ବେଦମ୍ କରୁଥିବା ଅଭିନେତା ଜଣକ ନିଜ ମନରେ କେତେ ଯେ କଷ୍ଟ ଯନ୍ତ୍ରଣା ଚାପି ରଖି ଥିଲେ ସେ ସମ୍ପର୍କ ରେ କେହି ହେଲେ ମଧ୍ୟ ଜାଣି ପାରି ନଥିଲେ।
ଗତ ଅଗଷ୍ଟ ୧୦ ତାରିଖ ଦିନ ସେ ହୃଦ୍ ଘାତ ର ଶିକାର ହୋଇଥିଲେ ଏହାପରେ ସେ ଏମସ ରେ ଭର୍ତ୍ତି ହେବା ପରେ ସେଠାକାର ଡ଼ାକ୍ତର ମାନେ ତାଙ୍କୁ ଭଲ କରିବା ପାଇଁ ସମ୍ପୂର୍ଣ ଭାବରେ ମଧ୍ୟ ଲାଗି ପଡ଼ିଥିଲେ। ଏଥି ପାଇଁ ବିଭିନ୍ନ ଉପୟ ମଧ୍ଯ ଆପଣେଇ ଥିଲେ। ହେଲେ ରାଜୁ ଙ୍କ ସ୍ଥିତି ରେ କିଛି ହେଲେ ମଧ୍ୟ ସୁଧାର ଆସି ପାରୁ ନଥିଲା। ସେ କୋମାରେ ଥିଲେ ଓ ଦୀର୍ଘ ଦିନ ଧରି କୋମାରେ ରହିବା କାରଣରୁ ଘର ଲୋକ ମାନେ ମଧ୍ୟ ଚିନ୍ତିତ ହୋଇ ପଡ଼ିଥିଲେ।
ଏଥି ପାଇଁ ତାଙ୍କ ପରିବାର ଲୋକେ ବିଗ୍ ବି ଅମିତାଭ ବଚ୍ଚନ ଙ୍କ ସ୍ୱର ଶୁଣାଇବାକୁ ଡ଼ାକ୍ତର ମାନଙ୍କୁ ଅନୁରୋଧ କରିଥିଲେ ଏବଂ ଡ଼ାକ୍ତର ମାନେ ମଧ୍ୟ ତାଙ୍କ କଥା ଶୁଣି ସେଭଳି ହିଁ କରିଥିଲେ। ତାଙ୍କୁ ଅମିତାଭ ବଚ୍ଚନ ଙ୍କ ଏକ ଭଏସ ନୋଟ୍ ଶୁଣା ଯାଇଥିଲା ଯେଉଁ ଥିରେ ଅମିତାଭ ବଚ୍ଚନ କହିଥିଲେ କି “ ବହୁତ ହେଇ ଗଲା ରାଜୁ ଏବେ ତ ଉଠି ଯାଅ ଆମକୁ ତମ ଠାରୁ ହସିବାର କଳା ଶିଖିବାର ଅଛି "।
ଆଶ୍ଚର୍ଯ୍ୟକର କଥା ଏହାକି ତାଙ୍କ ସ୍ବର ବାରମ୍ବାର ଶୁଣିବା ପରେ ରାଜୁ ଶ୍ରୀବାସ୍ତବ କୋମା ରୁ ଉଠି ଯାଇଥିଲେ। ଏବଂ ଏହା ଦେଖି ଡ଼ାକ୍ତର ମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ କାରଣ ୧୫ ଦିନ କୋମାରେ ରହିବା ପରେ ଏଭଳି ଉଠିବା ନିଶ୍ଚିତ ଭାବରେ ଏକ ଆଶ୍ଚର୍ଯ୍ୟ କର ଘଟଣା ଅଟେ। ତେବେ ରାଜୁ ଙ୍କ ଏଭଳି ସୁସ୍ଥ ହେବା ଖବର ଶୁଣି ତାଙ୍କ ପ୍ରଶଂସକ ମାନେ ଅନେକ ଖୁସି ମଧ୍ୟ ଅଛନ୍ତି।