Movie prime

ଅନ୍ଧାରରେ ପାକିସ୍ତାନ କିନ୍ତୁ ଭାରତ ପାଇଁ ଚିନ୍ତା ଦେଖନ୍ତୁ କେମିତି

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଏବେ ଆମେ ଆପଣଙ୍କୁ ଯେଉଁ ଖବର ସମ୍ପର୍କ ରେ କହିବାକୁ ଯାଉଛୁ ଯାହାକୁ ଦେଖିଲେ ଆପଣ ମାନେ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ।
ଦେବାଳିଆ ହୋଇ ଯାଇଛି ଏବେ ପରମାଣୁ ଶକ୍ତି ସମ୍ପନ୍ନ ରାଷ୍ଟ୍ର। ଦେଶରେ ଏବେ ସଙ୍କଟ ପରେ ସଙ୍କଟ ଦେଖା ଯାଉଛି। ଶ୍ରୀଲଙ୍କା ର ରାସ୍ତାରେ ଆସିଛି ପାକିସ୍ତାନ। ଅର୍ଥ ସଙ୍କଟରେ ବୁଡ଼ିଥିବା ପାକିସ୍ତାନ ଏବେ ଘୋର ଅନ୍ଧାରରେ ଅଛି।
ପ୍ରଥମେ ଅଟା ସରି ଯାଇଥିବା ବେଳେ ପରେ ଗ୍ୟାସ ଆଉ ପେଟ୍ରୋଲ ମଧ୍ୟ ମିଳି ନଥିଲା। ଆଉ ଏବେ ମଧ୍ୟ ସାଙ୍ଘାତିକ ବିଜୁଳି ସଙ୍କଟ ଦେଖିବାକୁ ମିଳିଛି। ଏଥି ପାଇଁ ସାରା ପାକିସ୍ତାନ ଏବେ ଅନ୍ଧାରରେ।
କିଟିମିଟି ଅନ୍ଧାରରେ ଏବେ କଲବଲ ହେଉଛି ପୂରା ଦେଶ। ସେଥିପାଇଁ ଘରେ ଘରେ ମଧ୍ଯ ଲଣ୍ଠନ ଜଳୁଛି। ପାକିସ୍ତାନ ପାର୍ଲିଆମେଣ୍ଟ ମଧ୍ଯ ଅନ୍ଧାରରେ ଅଛି। ସର୍ଟ ସର୍କିଟ ଯୋଗୁଁ ପାର୍ଲିଆମେଣ୍ଟ, ବିଧାନ ସଭା ଓ ସେକ୍ରେଟେରିଏଟ ରେ
 ତିନି ଦିନ ବିଦ୍ୟୁତ୍ ସେବା ବନ୍ଦ ମଧ୍ଯ ଥିଲା। ବିନା ବିଜୁଳି ରେ ଏବେ ଜୀବନ ବିତାଉଛନ୍ତି ୨୨ କୋଟି ଲୋକ। ରାଜଧାନୀ ଇସ୍ଲାମାବାଦ୍, କରାଚୀ , ଲାହୋର ପେଶୱାର ଆଦି ପ୍ରମୁଖ ସହରର ଆଦି କିଛି ଅଂଶ ରେ ବିଜୁଳି ମରାମତି ହୋଇଛି।
ପାକିସ୍ତାନ ଜାତିୟ ଗ୍ରିଡ ରେ ବିଭ୍ରାଟ ଯୋଗୁଁ ବିଦ୍ୟୁତ୍ ସରବୋର ବନ୍ଦ ମଧ୍ୟ ହୋଇଛି। ବିଦ୍ୟୁତ୍ ନଥିବା କାରଣରୁ ଦେଶ ବ୍ୟାପି ସମସ୍ତ ବିଦ୍ୟୁତ୍ ସେବା ବନ୍ଦ୍ ମଧ୍ଯ ହୋଇଛି।
ହଜାର ରୁ ଅଧିକ ଟ୍ରେନ ମଧ୍ଯ ଅଟକ ରହିଛି। ସରକାର ଙ୍କ ପକ୍ଷ ରୁ ଲୋକଙ୍କୁ ପାୱାର ସେଭିଂ ପାଇଁ ମଧ୍ଯ ଅନୁରୋଧ କରାଯାଇଛି। ପାକ ଶକ୍ତି ମନ୍ତ୍ରୀ କହିଛନ୍ତି ଗ୍ରିଡ୍ ବ୍ୟବସ୍ଥାର ସଂପୂର୍ଣ୍ଣ ପୁନରୁଦ୍ଧାର ପାଇଁ ଆହୁରି କିଛି ସମୟ ମଧ୍ୟ ଦରକାର।
ସେପଟେ ଘଣ୍ଟା ଘଣ୍ଟା ଧରି ଅନ୍ଧାରରେ ରହିବା ପରେ ସୋସିଆଲ ମିଡିଆରେ ଲୋକ ମାନଙ୍କ ଅଶୋନ୍ତୋଷ ପ୍ରକାଶ କରିଛନ୍ତି। ଲୋକେ ମଧ୍ଯ ସରକାର ଙ୍କୁ ଟାର୍ଗେଟ କରି ବିଭିନ୍ନ କଥା ମଧ୍ଯ କହୁଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.