Movie prime

ଅଙ୍ଗ ଦାନ କରିବେ ଆପଣଙ୍କ ପ୍ରିୟ ହିରୋ Vijay Deverakonda !

 
Special report
ଆପଣମାନେ ଅଭିନେତା ବିଜୟ ଦେବରକୋଣ୍ଡା ଙ୍କୁ ବହୁତ୍ ଭଲ ଭାବରେ ଜାଣିଥିବେ। ସେ ଅଳ୍ପ ଚଳଚ୍ଚିତ୍ର କରି ମଧ୍ୟ ସମସ୍ତଙ୍କ ହୃଦୟରେ ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି।
ବର୍ତ୍ତମାନ ତାଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି।ଅଙ୍ଗ ଦାନ କରିବେ ଅଭିନେତା ବିଜୟ ଦେବରକୋଣ୍ଡା।ସାଉଥ୍ ସୁପର ଷ୍ଟାର ଅଭିନେତା ବିଜୟ ଦେବରକୋଣ୍ଡା ସର୍ବଦା ତାଙ୍କର ଉଦାରତା ପାଇଁ ଜଣାଶୁଣା।
ଅଭିନେତା ବିଜୟ ଙ୍କ ର କୋଟି କୋଟି ଫ୍ୟାନ ଅଛନ୍ତି।ନିକଟରେ ଅଭିନେତା ବିଜୟ ତାଙ୍କ ପ୍ରଶଂସକ ମାନଙ୍କୁ ବାର୍ତ୍ତା ଦେଉଛନ୍ତି ଯାହା ଜାଣିଲା ପରେ ଟୁଇଟର ରେ କେବଳ ଅଭିନେତା ଙ୍କ ର ହିଁ ଆଲୋଚନା କରାଯାଉଛି।
ନିକଟରେ ଅଭିନେତା ଓ ତାଙ୍କ ମା ଅଙ୍ଗ ଦାନ କାର୍ଯ୍ୟକ୍ରମ ରେ ଅଂଶ ଗ୍ରହଣ କରିଥିଲେ।ସେମାନେ ତାଙ୍କର ଅଙ୍ଗ ଦାନ କରିବା ପାଇଁ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ।
ଏହି କାର୍ଯ୍ୟକ୍ରମ ରେ ଅଭିନେତା ବିଜୟ ଅଙ୍ଗ ଦାନ ବିଷୟରେ କହିଥିଲେ।ସେ କହିଥିଲେ ଯେ ଡାକ୍ତର ତାଙ୍କୁ କହିଥିଲେ ଯେ ଅନେକ ଗୁଡ଼ିଏ ସର୍ଜରୀ କେବଳ ଜଣେ ଡୋନର ହେତୁ ହିଁ ହୋଇଥାଏ।
ଏହା ବିଶ୍ୱାସ କରିବା କଷ୍ଟସାଧ୍ୟ ଅଟେ।କିନ୍ତୁ ଏହା ସତ ଅଟେ।ଅନେକ ଲୋକ ଅଙ୍ଗ ଦାନ କରିବା ପାଇଁ ଆଗକୁ ଆସୁଛନ୍ତି।ଲୋକଙ୍କୁ ଉତ୍ସାହିତ କରି ଅଭିନେତା ବିଜୟ ଆହୁରି ଅନେକ କଥା ସେମାନଙ୍କୁ କହିଛନ୍ତି।
ସେ ଭାବୁଛନ୍ତି ଯେ ସେ ତାଙ୍କର ସବୁ ଅଙ୍ଗ ଦାନ କରିଦେବେ।ସେ କାହାର ଅଂଶ ହେବାକୁ ପସନ୍ଦ କରିବେ। ଏବଂ ସେ ଚାଲି ଯିବା ପରେ ସେମାନଙ୍କୁ ସାହାଯ୍ୟ କରିବେ।
ଅଭିନେତା ବିଜୟ ଆହୁରି ମଧ୍ୟ କହିଛନ୍ତି ଯେ ସେ ତାଙ୍କ ଅଙ୍ଗ ନଷ୍ଟ କରିବାର ଅର୍ଥ ବୁଝି ପାରୁ ନାହାନ୍ତି।ସେ ଫିଟ୍ ରୁହନ୍ତି ଆଉ ନିଜକୁ ସବୁବେଳେ ସୁସ୍ଥ ରଖିଥାନ୍ତି।ସେ ଆଉ ତାଙ୍କ ମା ଅଙ୍ଗ ଦାନ କରିବେ ବୋଲି ପୂର୍ବରୁ ରେଜିଷ୍ଟର କରି ଦେଇଛନ୍ତି।