Movie prime

ନିଜ ଦରମା ନିଜେ କମାଇଲେ ଆପେଲ CEO ଦେଖନ୍ତୁ କେତେ କମାଇଲେ ଏବଂ କଣ ପାଇଁ

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବର୍ତ୍ତମାନ୍ ଏକ ବଡ଼ ଖବର ସାମ୍ନାକୁ ଆସିଛି ଯାହାକି ହେଉଛି ଆପଲ୍ CEO ଙ୍କ ୪୦ ପ୍ରତିଶତ କମ୍ ହେଲା ବେତନ। ନିଜ ବେତନ କୁ ନିଜେ କମାଇଲେ ଟିମ୍ କୁକ୍।
କୁକ ଙ୍କ ପ୍ୟାକେଜ କୁ ନେଇ ହୋଇଥିଲା ସମାଲୋଚନା। ଆଇ ଫୋନ ନିର୍ମାତା ଆପଲ ଏହାର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ର ବେତନ ର ଏକ ବଡ଼ ଅଂଶ କୁ କାଟ କରିଛି।
ଆପଲ ର CEO ଟିମ୍ କୁକ ନିଜେ କମ୍ପାନୀ କୁ ତାଙ୍କ ଦରମା କମ୍ କରିବା ପାଇଁ ଅନୁରୋଧ କରିଥିଲେ। ଏହାପରେ ତାଙ୍କ ଦରମା ୪୦ ପ୍ରତିଶତ ରୁ ଅଧିକା ହ୍ରାସ ପାଇଛି।
ଦୁନିଆର ସବୁ ଠାରୁ ଦାମୀ କମ୍ପାନୀ ଆପଲ ର CEO ଟିମ୍ କୁକ ନୁଆ ବର୍ଷରେ ଅସୁବିଧାର ସମ୍ମୁଖିନ ହୋଇଛନ୍ତି। ଆପଲ ନିଜର କାର୍ଯ୍ୟନିର୍ବାହୀ ଅଧିକାରୀ ଟିମ୍ କୁକ ଙ୍କ ଦରମା ରୁ ୪୦ ପ୍ରତିଶତ ରୁ ବି ଅଧିକ କମେଇ ଦେଇଛି।
୪୯ ମିଲିୟନ ଡଲାର ରୁ ହ୍ରାସ ପାଇଛି ତାଙ୍କର ଦରମା। କାରଣ ଆଇ ଫୋନ୍ ତିଆରି କରୁଥିବା ଆପଲ ର ସେୟାର ଗତ ବର୍ଷ ଯଥେଷ୍ଟ ହ୍ରାସ ପାଇଥିଲା। ଏବଂ ଏହି କାରଣରୁ ଏହାର ବଜାର କ୍ୟାପ ମଧ୍ୟ ହ୍ରାସ ପାଇଥିଲା।
କୁକ ଚଳିତ ବର୍ଷ ୪୯ ମିଲିୟନ ଡଲାର ପାଇବେ। କୁକ ନିଜ କମ୍ପାନୀ କୁ ତାଙ୍କ ଦରମା କମ୍ କରିବା ପାଇଁ ଅନୁରୋଧ କରିଛନ୍ତି। ତାଙ୍କ ଦରମା ଏବେ ୪ ବିଲିଅନ ଟଙ୍କା ହେବ।
୨୦୨୨ ରେ କୁକ ୯୯ ମିଲିୟନ ୪ ଡଲାର ପାଇଥିଲେ ଏଥିରେ ୩ ମିଲିୟନ ଡଲାର ର ମୌଳିକ ବେତନ ୮୩ ମିଲିୟନ ଡଲାର ଷ୍ଟକ୍ ଆୱର୍ଡ ଓ ବୋନସ ମଧ୍ଯ ଅନ୍ତର୍ଭୁକ୍ତ ଥିଲା।
କମ୍ପାନୀ ର ଷ୍ଟକ୍ ଆପଲ କାର୍ଯ୍ୟ ଦକ୍ଷତା ଉପରେ ହିଁ ହେବ। ଆପଲ ର CEO ନିଜ ସମ୍ପତ୍ତି କୁ ମଧ୍ଯ ଦାନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏହାର ସେୟାର ମଧ୍ୟ ୨୭ ପ୍ରତିଶତ ହ୍ରାସ ପାଇଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.