Movie prime

ବାପା ଦିନ ମଜୁରିଆ ପୁଅ ପଢ଼ିବ ଆମେରିକାରେ (USA) ନିଜ ଦକ୍ଷତା ବଳରେ ପୁଅ ପାଇଲା ଅଢେଇ କୋଟି ଟଙ୍କାର Scholarship

 
Viral news
ନମସ୍କାର ପାଠକ ବନ୍ଧୁ।ବଡ଼ ସ୍ବପ୍ନ ହେବ ସତ।ଦିନ ମଜୁରିଆ ଙ୍କ ପୁଅ ଆମେରିକା ରେ ଯାଇ ପାଠ ପଢିବେ।ଏହାଶୁଣି ସତରେ ବହୁତ ଖୁସି ଲାଗୁଛି।ଦିନ ମଜୁରିଆ ଙ୍କ ପୁଅଙ୍କୁ ଅଢେଇ କୋଟି ଟଙ୍କାର ସ୍କଲାରସିପ ମିଳିଲା।
ସ୍ବପ୍ନ ଦେଖନ୍ତି ଦିନ ହେଉ ଅବା ରାତି ସେହି ସ୍ୱପ୍ନରେ ବଞ୍ଚନ୍ତି।ଆଉ ଏଥିପାଇଁ ବହୁତ କଷ୍ଟ ମଧ୍ୟ କରିଥାନ୍ତି। ଚାଳ ଛପର ଆଉ ଡିବି ଆଲୁଅରେ ପାଠ ପଢି ନିଜର ସ୍ବପ୍ନ ଙ୍କୁ ପୂରଣ କରି ପାରିଛନ୍ତି ଦିନ ମଜୁରିଆ ଙ୍କ ପୁଅ।
ସେ ବର୍ତ୍ତମାନ ଆମେରିକା ରେ ଯାଇ ପଢ଼ିବେ।ସ୍ନାତକ ଅଧ୍ୟୟନ ଲାଗି ତାଙ୍କୁ ମିଳିଛି ଅଢେଇ କୋଟି ଟଙ୍କା।ଆମେ କହୁଛୁ ୧୭ ବର୍ଷୀୟ ପୁଅ ପ୍ରେମ କୁମାର ଙ୍କ କଥା।
ଏହି ସ୍କଲାରସିପ ପାଇଁ ସେ ପରୀକ୍ଷା ଦେଇଥିଲେ।ଆଉ ବର୍ତ୍ତମାନ ସମଗ୍ର ବିଶ୍ଵରେ ହାସଲ କରିଛନ୍ତି ଷଷ୍ଠ ସ୍ଥାନ।ଏବେ ସେ ଆମେରିକା ରେ ସ୍ନାତକ ଅଧ୍ୟୟନ କରିବେ।ପ୍ରେମ କୁମାର ପାଟଣା ସ୍ଥିତ ଗୋନପୁର ବାସିନ୍ଦା ଅଟନ୍ତି।
ମେକାନିକାଲ ଇଞ୍ଜିନିୟର ପଢ଼ିବା ପାଇଁ ଆମେରିକା ର ଲା ଫା ଏ ଟ୍ କଲେଜ ରେ ପ୍ରେମ କୁମାର ଙ୍କୁ ସ୍କଲାରସିପ ମିଳିଛି।ଏଥିପାଇଁ ପୁରା ଦୁନିଆରୁ ଛ ଜଣଙ୍କୁ ଚୟନ କରାଯାଇଛି ।ସେହି ଜଣ ଭିତରେ ପ୍ରେମ କୁମାର ରହିଛନ୍ତି।
ଫୁଲ ବାରୀ ସରିଫ୍ ର ଗୋନପୁର ବସ୍ତିର ଝୁମ୍ପୁଡି ଘରେ ରୁହନ୍ତି ପ୍ରେମ କୁମାର।ସେ ବହୁତ ଗରିବ ଅଟନ୍ତି।ତାଙ୍କ ପରିବାର ପ୍ରଥମ ସଦସ୍ୟ ପ୍ରେମ ଯିଏକି ପାଠ ପଢ଼ୁଛନ୍ତି।
ଆଉ ନିଜ ପ୍ରତିଭା ବଳରେ ଏହି ସଫଳତା ହାସଲ କରିଛନ୍ତି।ତାଙ୍କ ବାପା ଜଣେ ଦିନ ମଜୁରିଆ।୧୨ ବର୍ଷ ପୂର୍ବେ ତାଙ୍କ ମା ଙ୍କ ର ମୃ-ତ୍ୟୁ ହୋଇଯାଇଛି।ଅଢେଇ କୋଟି ର ସ୍କଲାରସିପ ପାଇଥିବା ଭାରତର ଏକ ମାତ୍ର ଯୁବକ ହେଉଛନ୍ତି ପ୍ରେମ କୁମାର।ଏଥିପାଇଁ ସେ ବହୁତ ସଂଘର୍ଷ କରୁଛନ୍ତି।ଆଉ ପରିଶ୍ରମ କରିଲେ ସଫଳତା ନିଶ୍ଚୟ ମିଳବ ବୋଲି ପ୍ରମାଣ କରିଛନ୍ତି।