Movie prime

ଦେଖନ୍ତୁ ବାପ ଝିଅଙ୍କ ସାର୍କ୍ ସହ ଡ୍ରାଇଭ! ଦେଖନ୍ତୁ Exclusive Visual

 
Special report
ବର୍ତ୍ତମାନ ଏପରି ଏକ ଖବର ସାମ୍ନାକୁ ଆସିଛି ଯାହାକୁ ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ।ବାପା ଝିଅ ଙ୍କ ଦୁଃସାହସିକ ଜଳକ୍ରୀଡା ଦେଖିବାକୁ ମିଳିଛି।
ସମୁଦ୍ରର ୭୦ ଫୁଟ୍ ଗର୍ଭ ରେ ସାର୍କ ସହ ଡାଇଭ୍ କରିଲେ। ଦୁବାଇ ରେ ରହୁଥିବା ଓଡ଼ିଆ ବାପା ଝିଅ ସ୍କୁଭା ଡ୍ରାଇଭିଂ କରିବାର ଦେଖିବାକୁ ମିଳିଛି।
ପ୍ରିୟଦର୍ଶୀ ଓ ତାଙ୍କ ୧୨ ବର୍ଷର ଝିଅ ଦିଶ୍ୟା ପାଣିଗ୍ରାହୀ ଗତ ସପ୍ତାହ ରେ ମାଲ୍ଦିପ ଯାଇ ଚିରସ୍ମରଣୀୟ ଡ଼ାଇଭ୍ କରିଛନ୍ତି।
ସୁନ୍ଦର ଧଳା ବାଲୁକା କୂଳ, ନୀଳ ରଙ୍ଗର ପାଣି ଆଉ ସାମୁଦ୍ରିକ ଜୀବନ ପାଇଁ ମାଲ୍ଦିପ ଜଣାଶୁଣା।ପ୍ରିୟଦର୍ଶୀ ତାଙ୍କର ୫୦ ତମ ଡାଇଭ୍ ଶେଷ କରିଛନ୍ତି।
୬୭୦ ମିଟର ଲମ୍ବ ଏବଂ ୨୦୦ ମିଟର ଚଉଡ଼ା ମାପ କୁଲିଡ ରେ ତିନି ଶହ ଲୋକ ବସବାସ କରନ୍ତି। ଏହି ଦ୍ଵୀପ ରେ ପ୍ରିୟଦର୍ଶୀ ତାଙ୍କର ୫୦ ତମ ଡାଇଭ୍ କରୁଥିବା ସମୟରେ ସାଥୀରେ ଝିଅ ଦିଶ୍ୟା ଥିଲେ।ଉଭୟ ପ୍ରାୟ ୫୦ ଫୁଟ୍ ଗଭୀର କୁ ଯାଇଥିଲେ।
ମାଲ୍ଦିପ ର ଏହି ଯାତ୍ରାରେ ଦିଶ୍ୟା ଙ୍କ ଅନ୍ତିମ ଡାଇଭ୍ ଯାହା ତାଙ୍କର ୨୫ ତମ ଥିଲା।ଏହି ଡାଇଭ୍ ଟି ବହୁତ ଆକର୍ଷଣୀୟ ଏବଂ ବେଶ୍ ସ୍ମରଣୀୟ ଥିଲା। ଆଲିମାତା ଦ୍ଵୀପ ନିକଟ ଆଲିମାତା ଜେଟି ଡ୍ରାଇଭ୍ ସାଇଟ୍ ରେ ଏହି ଡାଇଭ୍ କରାଯାଇଥିଲା।
ଆଲିମାତା ଦ୍ଵୀପ ହେଉଛି ସାର୍କ ସହିତ ଡ୍ରାଇଭ୍ କରିବା ପାଇଁ ଏକ ବିଶ୍ଵ ପ୍ରସିଦ୍ଧ ସ୍ଥାନ।ବେଳେ ବେଳେ ଗୋଟିଏ ଡାଇଭ୍ ରେ ବିଭିନ୍ନ ପ୍ରଜାତିର ୧୦୦ ପର୍ଯ୍ୟନ୍ତ ସାର୍କ ଦେଖିବାକୁ ମିଳିଥାଏ।
ଏହି ଡାଇଭ୍ ସାଇଟ୍ ରେ ପ୍ରିୟଦର୍ଶୀ ଓ ତାଙ୍କ ୧୨ ବର୍ଷର ଝିଅ ଦିଶ୍ୟା ୭୦ ଫୁଟ୍ ପର୍ଯ୍ୟନ୍ତ ଗଭୀର ପାଣି ଭିତରକୁ ଯାଇଥିଲେ।ଏହି ସମୟରେ ସାଢ଼େ ସାତ ରୁ ଆଠ ଫୁଟ ପର୍ଯ୍ୟନ୍ତ ଅନେକ ଲମ୍ବା ସାର୍କ ମଧ୍ୟ ତାଙ୍କ ସହିତ ପହଁରି ଥିଲେ।
୨୦୨୦ ମସିହାରେ ଦିଶ୍ୟା ଓଡ଼ିଶାର ସର୍ବ କନିଷ୍ଠ ସ୍କୁଭା ଡ୍ରାଇଭର ହୋଇଥିଲେ।ଯେତେବେଳେ ସେ ୧୦ ବର୍ଷ ବୟସରେ ଜୁନିୟର ଓପନ୍ ୱାଟର ସ୍କୁଭା ଡ୍ରାଇଭର ଭାବରେ ଲାଇସେନ୍ସ ହାସଲ କରିଥିଲେ।
ଚଳିତ ବର୍ଷ ଜୁନ ମାସ ରେ ନିଜର ୧୨ ତମ ଜନ୍ମଦିନ ଦିବସ କୁ ୭୦ ଫୁଟ୍ ସମୁଦ୍ର ଗର୍ଭରେ ପାଳନ କରି ଓଡ଼ିଶାର ସର୍ବ କନିଷ୍ଠ ଓପନ୍ ୱାଟର ସ୍କୁଭା ଡ୍ରାଇଭର ହୋଇଥିଲେ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.