Movie prime

ପାଣିରେ ବୁଡିଲା ବେ-ଙ୍ଗାଳୁରୁ ସହର ଦେଖନ୍ତୁ କେମିତି ଭାଇଙ୍କର ପରିସ୍ଥିତି

 
Special Report
କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରରେ ଦିନିକିଆ ବର୍ଷା ଏତେ ମାତ୍ରାରେ ହୋଇଛି କି କିଛି ଘଣ୍ଟା ଭିତରେ ସହରରେ ବନ୍ୟା ଭଳି ସ୍ଥିତି ଉପଜିଛି । ରବିବାର ରାତିରେ ହୋଇଥିବା ପ୍ରବଳ ବର୍ଷା ପରେ ଏଠାକାର ସ୍ଥିତି ସଂଗୀନ ହୋଇପଡିଛି । ଗୋଟେ ସ୍ଥାନରୁ ଆଉ ଏକ ସ୍ଥାନକୁ ଯିବା ପାଇଁ ଲୋକଙ୍କୁ ଟ୍ରାକ୍ଟରରେ ବସି ଯିବାକୁ ପଡୁଛି । ୧୨ ଘଣ୍ଟା ଧରି ଲଗାଣବର୍ଷା ପରେ ରାସ୍ତାଘାଟ ସବୁଠି କେବଳ ପାଣି ପାଣି । କେଉଁଠି ଟ୍ରାଫିକ ପୋଷ୍ଟ ବୁଡିଛି ତ ପୁଣି କେଉଁଠି ଅଧାରାସ୍ତାରେ ଅଟକି ରହିଛି କାର, ବସ ଓ ଯାନବାହନ । 
ଘର ଭିତରେ ପଶିଛି ବର୍ଷା ପାଣି । ମେଟ୍ରୋ ଷ୍ଟେସନରେ ପାଣି ଜମାଟ ବାନ୍ଧିବା ଯୋଗୁଁ ଅସ୍ଥାୟୀ ଭାବେ ଯାତାୟତ ବନ୍ଦ ରଖାଯାଇଛି ସ୍ଥାନୀୟ ପ୍ରଶାସନ ଡ୍ରେନେଜ ବ୍ୟବସ୍ଥାକୁ ସୁଧାରୁ ନଥିବାରୁ ଏଭଳି ସମସ୍ୟା ସୃଷ୍ଟି ହୋଇଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି । ଘରର ପାର୍କିଠୁ ନେଇ ଯେଉଁଠି ଦେଖିବେ ସେଠି ମୁଣ୍ଡ ଉଚ୍ଚା ବର୍ଷା ପାଣି ଜମାଟ ବାନ୍ଧିଛି । ଆପାଟମେଣ୍ଟ ଭିତରେ ବର୍ଷା ପାଣିର ପ୍ରବଳ ସ୍ରୋତ ବୋହୁଥିବା ଦେଖିବକୁ ମିଳିଛି। ଦିନିକିଆ ବର୍ଷା ଯୋଗୁଁ କେବଳ ଘରଦ୍ୱାର ବୁଡିନି, ହାଇପ୍ରୋଫାଇଲ ଟାଉନ ଏରିଆ ମଧ୍ୟ ବୁଡିଛି । 
ବର୍ଷା ପାଣି ଭିତରେ ବୁଡି ରହିଛି ଅନେକ ରାସ୍ତା, ଯାନବାହନ । ଏଭଳି ସ୍ଥିତିରେ ଟ୍ରାଫିକ ସମସ୍ୟା ଦେଖାଯିବା ସହ ଘରୁ ବାହାରିବା ଏକ ପ୍ରକାର ମୁସ୍କିଲ ହୋଇଛି । ଦିନିକିଆ ବର୍ଷା ବେଙ୍ଗାଲୁରବାସୀଙ୍କୁ ନାହିଁ ନଥିବା ଅସୁବିଧାରେ ପକାଇଛି। ଜଳପ୍ରଳୟରୁ ଲୋକଙ୍କୁ ଉଦ୍ଧାର ପାଇଁ ଏସଡିଆରଏଫ୍ ଓ ଏନଡିଆରଏଫ୍ କାମରେ ଲାଗିଛନ୍ତି। ଦାମୀ ଗାଡ଼ି ସବୁ ବେକାର ହୋଇ ପଡ଼ିଥିବାବେଳେ ଜଳ ପୂର୍ଣ୍ଣ ସଡ଼କରେ ଯିବା ଆସିବା ପାଇଁ ସାହାରା ପାଲଟିଛି ଟ୍ରାକ୍ଚର ।  
ତେବେ ଏହି ଜଳତାଣ୍ଡବରେ ଏଯାଏଁ ୫ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।  ପ୍ରବଳ ବର୍ଷା ଯୋଗୁ ବିଭିନ୍ନ ଅଞ୍ଚଳରେ ପାଓ୍ୱାର କଟ୍ କରାଯାଇଥିବା ବେଳେ ଆଉ କେତେକ ଅଞ୍ଚଳକୁ ପାନୀୟ ଜଳ ଯୋଗାଣ ହୋଇ ପାରୁନଥିବାରୁ ଲୋକେ ନାନା ସମସ୍ୟା ଭୋଗୁଛନ୍ତି । ତେବେ ଆହୁରି ୨ରୁ ୩ ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ପୂର୍ବାନୁମାନ ହୋଇଥିବାରୁବେଳେ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।  ସ୍ଥିତିକୁ ନେଇ ଆଲର୍ଟରେ ରହିଛି ବେଙ୍ଗାଲୁରୁ ପ୍ରଶାସନ।