Movie prime

୪୨ ଫୁଟ ନଖ ରଖି ବି-ଶ୍ଵ ରେକର୍ଡ କଲେ ମହିଳା ଦେଖନ୍ତୁ ୨୫ ବର୍ଷ ହେବ କାଟି ନାହାନ୍ତି ନଖ

 
Special Report
ବର୍ତ୍ତମାନ ଏପରି ଏକ ଖବର ସାମ୍ନାକୁ ଆସିଛି ଯାହାକୁ ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ।ନଖ ରଖି ସୃଷ୍ଟି କରିଲେ ରେକର୍ଡ।ଜଣେ ମହିଳା ୨୫ ବର୍ଷ ହୋଇଗଲାଣି ତାଙ୍କର ନଖ କାଟି ନାହାନ୍ତି।ସେହି ନଖ ଗୁଡ଼ିକ ୪୨ ଫୁଟ୍ ର ରହିଛି।ଦୁଃଖଦ ଘଟଣା ରୁ ବଡ଼ ନିଷ୍ପତି।ଲୋକମାନଙ୍କୁ ଘାରିଛି ରେକର୍ଡ ନିଶା।ରେକର୍ଡ କରି ଲୋକଲୋଚନକୁ ଆସିବା ପାଇଁ ଲୋକେ ଅନେକ ଅଜବ କାମ କରିଥାନ୍ତି।
ସେମିତି କିଛି କରିଛନ୍ତି ଜଣେ ମହିଳା।ଲମ୍ବେଇ ଚାଲିଛନ୍ତି ତାଙ୍କର ନଖ।ଏଥିପାଇଁ ସେ ୨୫ ବର୍ଷ ଧରି ନିଜର ନଖ କାଟି ନାହାନ୍ତି।ଏହି ମହିଳା ଜଣଙ୍କ ଆମେରିକା ରେ ବାସ କରିଥାନ୍ତି। ମହିଳାଙ୍କ ନାମ ହେଉଛି ଡାଇନା।୨୫ ବର୍ଷ ହୋଇଗଲାଣି ସେ ନଖ କାଟି ନାହାନ୍ତି ଏବେ ତାଙ୍କର ନଖ ଗୁଡ଼ିକ ବଢ଼ି ବଢ଼ି ୪୨ ଫୁଟ୍ ର ହୋଇଗଲାଣି।୬୩ ବର୍ଷୀୟା ଡାଇନା ଏଥିପାଇଁ ଦିନେଶ ବୁକ୍ ଅଫ୍ ୱାଲ୍ଡ ରେକର୍ଡସ୍ ରେ ସାମିଲ୍ ହୋଇଛନ୍ତି।
ଡାଇନା ଙ୍କ ନଖ ଏତେ ବଡ଼ ହୋଇଥିବାରୁ ଅନେକ ଲୋକମାନେ ତାଙ୍କୁ ଅନେକ କଥା କହିଥାନ୍ତି।ତଥାପି ଡାଇନା ଲୋକମାନଙ୍କ କଥାକୁ ଆଦୌ ଧ୍ୟାନ ଦେଇ ନଥିଲେ।ତେବେ ଏଭଳି ରେକର୍ଡ ପଛରେ ମଧ୍ୟ ରହିଛି ଏକ ରୋଚକ କାହାଣୀ।ପିଲାବେଳୁ ଡାଇନା ଙ୍କୁ ନଖ ରଖିବାକୁ ପସନ୍ଦ ଥିଲା। କିନ୍ତୁ ଏତେ ବଡ଼ ନଖ ରଖିବାକୁ ଚାହୁଁ ନଥିଲେ।ଅନ୍ୟ ମାନଙ୍କ ପରି ସାମାନ୍ୟ ନଖ ରଖି ଏହାକୁ ସଜାଇବା ପାଇଁ ପସନ୍ଦ କରୁଥିଲେ।
ପରବର୍ତ୍ତୀ ସମୟରେ ତାଙ୍କର ଏହି ଇଛାକୁ ସମ୍ମାନ ଦେଇ ତାଙ୍କ ଝିଅ ଲାଥିଶା ତାଙ୍କ ନଖ ର ଯତ୍ନ ନେଇଥିଲେ।ଏହାକୁ ପ୍ରତି ସପ୍ତାହ ରେ ସଫା ମଧ୍ୟ କରୁଥିଲେ।କିନ୍ତୁ ତାଙ୍କ ଝିଅ ହଠାତ୍ ଘାତକ ରୋଗର ଶିକାର ହେଲେ।ଏବଂ ପ୍ରାଣ ହରାଇଲେ।ସେବେଠାରୁ  
ଡାଇନା ନିଜର ନଖ କାଟିବା ଛାଡ଼ିଦେଲେ।ବର୍ତ୍ତମାନ ଏହି ନଖ ପାଇଁ ଡାଇନା ଙ୍କୁ ମିଳିଛି ସମ୍ମାନ ଓ ଲୋକପ୍ରିୟତା।ତାଙ୍କ ନଖ ଦେଖିବା ପାଇଁ ଲୋକମାନେ ତାଙ୍କ ଘରକୁ ମଧ୍ୟ ଆସୁଛନ୍ତି।