Movie prime

ବିଲେଇ ଭାବି ଘରକୁ ଆଣି ଆସିଲେ ବାଘ ଛୁଆ ଦେଖନ୍ତୁ ତା ପରେ କଣ ହେଲା

 
Special Report
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ବିରାଡି ଭାବି ଗାଁ ପିଲା ଘରକୁ ଆଣିଲେ ବାଘ ଛୁଆ ଖବର ପାଇ ବାଘ ଛୁଆକୁ ଉଦ୍ଧାର କଲା ବନ ବିଭାଗ ସୁରକ୍ଷିତ ମାଆ ସାଙ୍ଗରେ ଫେରିଲେ ବାଘ ଛୁଆ।
କଥାରେ ଅଛି ବାଘ ନଦେଖିଲେ ବିଲେଇ ଦେଖ ଏମିତି କିଛି ବିଲେଇ ଅଛନ୍ତି ଅବିକଳ ବାଘ ପରି ଦେଖା ଯାଆନ୍ତି। ଏମିତି ଏକ ଘଟଣା ଘଟିଛି ଇନ୍ଦୋରରେ ଯାହା ଚର୍ଚ୍ଚାର ବିଷୟ ପାଲଟିଛି। 
ତେବେ ବିରାଡ଼ି ଛୁଆ ଭାବି ଗାଁ ପିଲା ଘରକୁ ନେଇ ଆସିଥିଲେ କଲରା ପତ୍ରିଆ ବାଘ ଛୁଆ ଯାହା ଚହଳ ପକାଇ ଦେଇଥିଲା। ହେଲେ ସେ ଛୁଆ ଏବେ ସୁରକ୍ଷିତ ପହଞ୍ଚି ଯାଇଛନ୍ତି ନିଜ ମାଆ ପାଖରେ।
ବନ ବିଭାଗର ଉଚ୍ଚ ପଦସ୍ଥ ଅଧିକାରୀ ମାନଙ୍କ କହିବା ଅନୁସାରେ କେତେଜଣ ପିଲା ରାଣୀ ରୁପମତି ଅଞ୍ଚଳ ଭାବରେ ଜଣାଶୁଣା | ମୁଣ୍ଡୁ ଜଙ୍ଗଲରେ ଛେଳି ଚାରାଇବାକୁ ଯାଇଥିଲେ ସେଠାରେ ଦୁଇଟି କଲରା ପତ୍ରିଆ ଛୁଆକୁ ଦେଖିଲେ। 
ସେମାନେ ସେହି ଛୁଆଙ୍କ ସହ ଖେଳିବାକୁ ଲାଗିଲେ ହେଲେ ସେ ଜାଣିନଥିଲେ ଯେ ଛୁଆ ଦୁଇଟି ବାଘ ଛୁଆ ବୋଲି। ଆଉ ଗାଁ ପିଲାମାନେ ସେହି ଛୁଆ ଦୁଇଟିକୁ ନିଜ ସାଙ୍ଗରେ ନେଇ ପଳାଇ ଆସିଲେ।
ନିଜ ପାଖରେ ରଖି ସେମାନେ ତାହା ସହ ଖେଳିବାକୁ ଲାଗିଲେ ହେଲେ କିଛି ସମୟ ପରେ ସେମାନଙ୍କ ହୋସ ଉଡ଼ିଗଲା। ଯେତେବେଳେ ସେମାନେ ଜାଣିଲେ ସେମାନଙ୍କ ପାଖରେ ଥିବା ବିଲେଇ ଛୁଆ ବିଲେଇ ନୁହେଁ ବରଂ କଲରା ପତ୍ରିଆ ବାଘ ଛୁଆ। 
ପିଲାମାନେ ନିଜର ଭୁଲ ଜାଣିପାରି ନିଜର ବାପା ମାଆଙ୍କୁ ଜଣାଇଲେ ସେମାନେ କାଳ ବିଳମ୍ବ ନକରି ବନ ବିଭାଗକୁ ଜଣାଇଲେ।
ଆଉ ବନ ବିଭାଗ କର୍ମଚାରୀ ମାନେ ପହଞ୍ଚି ଛୁଆ ଦୁଇଟିକୁ ନେଇଯାଇ ସେମାନେ ଯେଉଁଠି ଥିଲେ ସେଇଠି ଛାଡ଼ିଦେଲେ। ଆଉ କିଛି ସମୟ ପରେ କଲରା ପତ୍ରିଆ ବାଘ ଛୁଆଙ୍କ ମାଆ ଆସି ସେମାନଙ୍କୁ ନେଇ ଯାଇଛି।