Movie prime

ବିମାନରେ ବସି ଉଡ଼ିଲେ ୧୦ ଘଣ୍ଟା ଆଉ ତା ପରେ କିଛି ହେଲା ଏମିତି ଦେଖନ୍ତୁ

 
Special Report
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ସୂଚନା ଅନୁସାରେ ଉଡାଜାହାଜର ଚକ ଉପରେ ବସି ୧୦ ଘଣ୍ଟା କାଳ ୨ ଭାଇ ଯାତ୍ରା କରିବାର ଏକ ଭାଇରାଲ ଖବର ସାମ୍ନାକୁ ଆସିଛି।
ତେବେ ଉଡାଜାହାଜର ଚକରେ ଲଣ୍ଡନ ଯିବା ପାଇଁ ଏହି ଯୋଜନା କରିଥିଲେ। ତେବେ ଏହା ପଛର ମଧ୍ୟ ଏକ କାରଣ ରହିଛି। ୧୯୯୫ ମସିହାରେ ଭାରତର ପଞ୍ଜାବ ରାଜ୍ୟରେ ୨ ଭାଇ କାର ମେକାନିକ ବୃତ୍ତିରେ ଖଲିସ୍ତାନବାସୀଙ୍କୁ ଗୁପ୍ତରେ ସାହାଯ୍ୟ କରୁଥିଲେ।
ତେବେ ସେମାନଙ୍କ ଏହି ଖବର ପୋଲିସଙ୍କ କାନକୁ ଯାଇଥିଲା। ତେବେ ସେହି ୨ ଭାଇ ହେଉଛନ୍ତି ପ୍ରଦୀପ ଓ ବିଜୟ। ତେବେ ୨ ଭାଇ ଏହି କଥା ଯୋଗୁ ସଂପୂର୍ଣ୍ଣ ବ୍ୟସ୍ତ ବିବ୍ରତ ହୋଇଯାଇଥିଲେ। ଏଭଳି ସ୍ଥିତିରେ ଦୁଇ ଭାଇ ଦେଶ ଛାଡି ଚଳାଇଯିବାକୁ ନିଷ୍ପତ୍ତି ନେଇଥିଲେ। 
ସେମାନଙ୍କ ଅନେକ ପରିଚିତ ବ୍ୟକ୍ତି ଲଣ୍ଡନରେ ରହୁଥିବାରୁ ସେମାନେ ଲଣ୍ଡନ ଯିବାକୁ ସ୍ଥିର କଲେ। ହେଲେ ପାଖରେ ପାସପୋର୍ଟ ନଥିଲା କି ଅର୍ଥ ନଥିଲା। ଶେଷରେ ଦୁଇ ଭାଇ ଜଣେ ଚୋରା ଚାଲାଣକାରୀଙ୍କ ସହ ଯୋଗାଯୋଗ କରିଥିଲେ ଯିଏ
ବେଆଇନ ଭାବେ ଲୋକଙ୍କୁ ବିଦେଶ ପଠାଉଥିଲେ। ବିମାନର ଲଗେଜ ବିଭାଗରେ ଲୁଚାଇ ଲଣ୍ଡନ ପଠାଇବାର କଥା ହୋଇଥିଲା ଓ ସେମାନେ ଏଥିପାଇଆନ ତାକୁ 150 ପାଉଣ୍ଡ ଦେଇଥିଲେ।
ହେଲେ ଚୋରା ଚାଲାଣକାରୀ ପଇସା ନେଇ କୁଆଡେ ଫେରାର ହେଇଗଲା। ସେତେବେଳେ ବିମାନ ବନ୍ଦରରେ କମ୍ ସୁରକ୍ଷା ବ୍ୟବସ୍ଥାର ଫାଇଦା ଉଠାଇ ସେମାନେ ୧୦ଦିନ ଧରି ଏୟାରପୋର୍ଟରେ ଯାଞ୍ଚ କରିଥିଲେ। 
ଏହାପରେ ଅକ୍ଟୋବର ୧୯୯୬ ଗୋଟିଏ ରାତିରେ ସେମାନେ ବ୍ରିଟିଶ ଏୟାରୱେସ ବିମାନରେ ପହଞ୍ଚିବାରେ ସଫଳ ହୋଇଥିଲେ। ତେବେ ବିମାନ ଉଡାଣ ପାଇଁ ପ୍ରସ୍ତୁତ ହେଉଥିବା ସମୟରେ ୨ ଭାଇ ଭିନ୍ନ ଭିନ୍ନ ଲାଣ୍ଡିଙ୍ଗ ଗିଅରରେ ପ୍ରବେଶ କରି ବସି ଯାଇଥିଲେ।
ତେବେ ଦିଲ୍ଲୀରୁ ଲଣ୍ଡନ ପହଞ୍ଚିବା ପାଇଁ ୧୦ ଘଣ୍ଟାକାଳ ସମୟ ଲାଗିଥିଲା। ତେବେ ବିମାନଟି ୪୦୦୦ ହଜାର ଫୁଟ ଉଚତାରେ ଯାଉଥିଲା।
ସେଥିପାଇଁ ସେଠାରେ ଅମ୍ଳଜାନର ଅଭାବ ଦେଖାଦେଇଥିଲା। ତେବେ ଇଞ୍ଜିନର ଶବ୍ଦ ବହୁତ ଜୋର ଥିବା କାରଣରୁ ଉଭୟ ଭାଇ ପରସ୍ପର ସହିତ କଥାବାର୍ତ୍ତା ମଧ୍ୟ ହୋଇପାରିନଥିଲେ। 
ତେବେ ଲଗେଜ ଅନଲୋଡ କରିବାକୁ ଆସିଥିବା ଲୋକମାନେ ଗୋଟେ ଲୋକର କାନ୍ଦିବାର ସ୍ଵର ଶୁଣିବାକୁ ପାଇଥିଲେ। ତେବେ ସେଠାକାର କିଛି ଲୋକ ବଡ ଭାଇ ପ୍ରଦୀପକୁ ଅଧା ମୃ-ତ ଅବସ୍ତାରେ ପାଇଥିଲେ।
ତାପରେ ତାଙ୍କୁ ସଙ୍ଗେ ସଙ୍ଗେ ଡାକ୍ତରଖାନାକୁ ପଠାଇ ଦିଆଯାଇଥିଲା। ୪ ଦିନ ପରେ ପ୍ରଦୀପଙ୍କର ହୋସ ଆସିବା ସଙ୍ଗେ ସଙ୍ଗେ ସେ ନିଜ ଭାଇ ବିଜୟକୁ ଖୋଜିଥିଲେ।
ହେଲେ ତାଙ୍କ ଭାଇ ବିଷୟରେ କେହି ପ୍ରଦୀପଙ୍କୁ ସୂଚନା ଦେଇନଥିଲେ। ତା’ ର କିଛି ଦିନ ପରେ ବିଜୟଙ୍କର ମୃ-ତ ହେବାର ଖବର ମିଳିଥିଲା।