Movie prime

ବିଶ୍ୱର ସବୁଠାରୁ ରାଗ ଲଙ୍କା ଖାଇ ବିଶ୍ଵ ରେକର୍ଡ କଲେ ବ୍ୟକ୍ତି ଦେଖନ୍ତୁ କେମିତି

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ପ୍ରାୟତଃ ଅନେକ ଲୋକ ମାନେ ଅଛନ୍ତି ଯେଉଁ ମାନେ କି ଅନେକ ଅଜବ ଅଜବ କାର୍ଯ୍ୟ ସବୁ କରି ବିଶ୍ଵ ରେକର୍ଡ ମଧ୍ଯ କରୁଛନ୍ତି। ବିଶ୍ଵ ରେକର୍ଡ କରିବାର ମଧ୍ୟ ଅନେକ ଉପାୟ ରଖି କିଏ ନିଜର ନଖ ଓ ଦାଢ଼ି ବଢାଇ ବିଶ୍ଵ ରେକର୍ଡ କରିଥାଏ ତ ଆଉ କିଏ ନିଜ ବଡି ବନେଇ। ହେଲେ ଆଜି ଆମେ ଆପଣଙ୍କୁ ଯେଉଁ ବିଶ୍ଵ ରେକର୍ଡ କଥା କହୁଛୁ,
 ତାହା ସମସ୍ତଙ୍କ ଠାରୁ ଭିନ୍ନ ଅଟେ। ଜଣେ ବ୍ୟକ୍ତି ଲଙ୍କା ଖାଇ ବିଶ୍ଵ ରେକର୍ଡ କରିଛନ୍ତି। ବ୍ୟକ୍ତି ଜଣକ ବିଶ୍ଵର ସବୁଠାରୁ ଅଧିକ ରାଗ ଲଙ୍କା ଖାଇ ବିଶ୍ଵ ରେକର୍ଡ କରିଛନ୍ତି। ବ୍ୟକ୍ତି ଜଣକ ବିଶ୍ଵର ସବୁଠାରୁ ରାଗ ଲଙ୍କାରୁ ମଧ୍ୟ ୧୦ ଟି ଲଙ୍କା ଖାଇ ସେ ବିଶ୍ଵ ରେକର୍ଡ କରିଛନ୍ତି। ଆପଣ ମାନେ ଅନେକ ବିଶ୍ଵ ରେକର୍ଡ ସମ୍ପର୍କ ରେ ଜାଣିଥିବେ ମାତ୍ର ଏ ହେଉଛି ଏକ ଭିନ୍ନ ପ୍ରକାରର ରେକର୍ଡ।
ଏହି ବିଶ୍ଵ ରେକର୍ଡ ପାଇଁ ଲୋକ ମାନେ ବର୍ଷ ବର୍ଷ ଧରି ପରିଶ୍ରମ କରିଥାଆନ୍ତି , କିଭଳି ସେମାନେ ସଫଳତାର ଶୀର୍ଷରେ ପହଞ୍ଚିବେ। ଆମେରିକା କର୍ଲିଫନିଆ ର ଜଣେ ବ୍ୟକ୍ତି ଗୋଟେ କିମ୍ବା ଦୁଇଟି ଲଙ୍କା ନୁହେଁ ବରଂ ସେ ଖୁବ୍ କମ୍ ସମୟରେ ଦଶଟି ରାଗ ଲଙ୍କା ଖାଇ ରେକର୍ଡ କରିଛନ୍ତି। ସେ ମାତ୍ର ୩୩.୧୫ ସେକେଣ୍ଡ ରେ ଦଶଟି ଲଙ୍କା ଖାଇ ବିଶ୍ଵ ରେକର୍ଡ କରିଛନ୍ତି।
ତାଙ୍କ ନାମ ହେଉଛି ରେଗୋରି ସେ ଦଶଟି କାରୋଲିନା ରାଗ ଲଙ୍କା ଖାଇଛନ୍ତି। କାରୋଲିନା ରିପର ଲଙ୍କା ହେଉଛି ଦୁନିଆର ସବୁଠାରୁ ବେଶୀ ରାଗି ଲଙ୍କା। ଏହା ପୁର୍ବରୁ ସେ ୮.୦୩ ସେକେଣ୍ଡ ରେ ତିନୋଟି ରାଗ ଲଙ୍କା ଖାଇ ରେକର୍ଡ କରିଛନ୍ତି। ତେବେ ଏହି ବ୍ୟକ୍ତି ଜଣକ ଏତେ କମ୍ ସମୟରେ ଏତେ କମ୍ ରାଗ ଲଙ୍କା ଦେଉଥିବା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ଚକିତ ହୋଇ ଯାଇଛନ୍ତି।